Development: ବିକାଶର ପରିଭାଷାକୁ ଉପହାସ: ଗର୍ଭବତୀଙ୍କୁ ଦୋଳା ଭରସା, ୨ କିମି ବୋହିଲେ ପରିବାର ଲୋକେ

Jul 19, 2026 - 02:36
Development: ବିକାଶର ପରିଭାଷାକୁ ଉପହାସ: ଗର୍ଭବତୀଙ୍କୁ ଦୋଳା ଭରସା, ୨ କିମି ବୋହିଲେ ପରିବାର ଲୋକେ

"ଥୁଆମୂଳ ରାମପୁର: କୃଷି ବିପ୍ଳବ ଯୋଗୁଁ ଭୋକର ଉପତ୍ୟକା ଅପବାଦରୁ କଳାହାଣ୍ଡି ଜିଲ୍ଲାକୁ ଆପାତତଃ ମୁକ୍ତି ମିଳିଛି।

କିନ୍ତୁ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆଜି ବି ପଛରେ।

ନିକଟରେ ଜୟପାଟଣା ବ୍ଲକ୍‌ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳା ଟ୍ରାକ୍ଟର୍‌ ଡାଲାରେ ଶିଶୁକୁ ଜନ୍ମ ଦେଇଥିଲେ।

ଆଉ ଆଜି ଜିଲ୍ଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ୍‌ରେ ଜଣେ ଗର୍ଭବତୀଙ୍କୁ ପରିବାର ଲୋକେ ଦୋଳା ବାନ୍ଧି ୨ କିଲୋମିଟର ବୋହି ଆଣିବା ବିକାଶର ପରିଭାଷାକୁ ପରିହାସ କରୁଛି।Advertisment Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍‌ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ ଥୁଆମୂଳ ରାମପୁର ପଞ୍ଚାୟତର ଦୁର୍ଗମ ଘୁଟିଗୁଡ଼ା ଗ୍ରାମର ରାଜେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା ମାଝୀ ପ୍ରସବ ବେଦନାରେ ଛଟପଟ ହେଉଥିଲେ।

ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା।

କିନ୍ତୁ ଗାଁ"କୁ ସବୁଦିନିଆ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା।

ବର୍ଷା ଯୋଗୁଁ କାଦୁଅ ଓ ମାଟି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା।

ଆମ୍ବୁଲାନ୍ସଟି ଗ୍ରାମରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ରାସ୍ତାରେ ଅଟକି ରହିଥିଲା।

ଅନ୍ୟ କୌଣସି ବିକଳ୍ପ ନଥିଲା।

ପରିବାର ଲୋକ ଓ ଗ୍ରାମବାସୀ ଏକ ଖଟିଆରେ ଦୋଳା ବାନ୍ଧିଥିଲେ।

Health: ବିଦ୍ୟୁତ ବିଭ୍ରାଟ ଯୋଗୁ ମୋବାଇଲ ଲାଇଟ୍‌ରେ ଚାଲିଛି ରୋଗୀ ସେବା ପ୍ରବଳ ବର୍ଷା ଓ କାଦୁଅ ରାସ୍ତା ଦେଇ ରଞ୍ଜିତାଙ୍କୁ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ।

ବର୍ଷାରେ ଭିଜି ଏବଂ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନେବାର ଏହି ଦୃଶ୍ୟ ବିକାଶର ବାସ୍ତବ ଚିତ୍ରକୁ ପଦାରେ ପକାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଘୁଟିଗୁଡ଼ା ଗ୍ରାମକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ପକ୍କା ରାସ୍ତା ସଂଯୋଗ ହୋଇ ପାରିନାହିଁ।

ବର୍ଷା ଋତୁରେ ରୋଗୀ, ଗର୍ଭବତୀ, ବୃଦ୍ଧ ଓ ଶିଶୁମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ।

ଅନେକ ସମୟରେ ଖଟିଆ କିମ୍ବା ଦୋଳା ହିଁ ଭରସା ପାଲଟିଥାଏ।

ଏହି ଘଟଣା ପରେ ଦୁର୍ଗମ ଅଞ୍ଚଳରେ ରାସ୍ତା, ସ୍ୱାସ୍ଥ୍ୟ ଓ ଆପାତକାଳୀନ ସେବାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଘୁଟିଗୁଡ଼ା ସମେତ ଏଭଳି ଦୁର୍ଗମ ଗ୍ରାମଗୁଡ଼ିକୁ ସବୁଦିନିଆ ପକ୍କା ରାସ୍ତା ସଂଯୋଗ କରିବା ସହ ଜରୁରିକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।