Depression Moves Closer to Odisha Coast: ଅବପାତର ରୂପ ନେଲା ଲଘୁଚାପ; ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଓଡିଶା ଉପକୂଳ ମୁହାଁ
ଅବପାତର ରୂପ ନେଲା ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଓଡିଶା ଉପକୂଳକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲି ଏବଂ ଦୀଘା ମଧ୍ୟରେ ବାଲେଶ୍ୱର ନିକଟରୁ ଅତିକ୍ରମ କରିବା ସମ୍ଭାବନା ରହିଛି । ବର୍ତ୍ତମାନ ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୫୦ କିମି, ଚାନ୍ଦବାଲିର ଉତ୍ତରପୂର୍ବ ଦିଗରେ ୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।
ଏପଟେ ରାଜ୍ୟରେ ଲଗାତାର ବର୍ଷାର ପ୍ରଭାବରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ଅନେକ ସ୍ଥାନରେ ରେକର୍ଡ ପରିମାଣର ବର୍ଷା ହୋଇଛି। ସର୍ବାଧିକ ବର୍ଷା କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାରେ ୨୭୬ ମିଲି ମିଟର ବର୍ଷା ରେକର୍ଡ ହୋଇଛି ।ବଲାଙ୍ଗୀର ତୁରେଇକେଲା ଠାରେ ୨୬୪ ମିଲି ମିଟର, ଭୁବନେଶ୍ବରରେ ୧୧୯.୪ ମିମି ବର୍ଷା ରେକର୍ଡ ହୋଇଛି ।
- ଅବପାତର ରୂପ ନେଲା ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ
- ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଓଡିଶା ଉପକୂଳ ମୁହାଁ
- ଆଗାମୀ ୨୪ ଘଣ୍ଟାରେ ଚାନ୍ଦବାଲି ଏବଂ ଦୀଘା ମଧ୍ୟରେ ଅତିକ୍ରମ ସମ୍ଭାବନା
- ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୫୦ କିମି ଦୂରରେ କେନ୍ଦ୍ରୀଭୂତ
- କନ୍ଧମାଳର ଖଜୁରୀପଡ଼ାରେ ୨୭୬ ମିମିର ସର୍ବାଧିକ ବର୍ଷା ରେକର୍ଡ