Demand: ସୀମନ୍ତ ଭଇଁସାବେଡା ଗାଁର ମୌଳିକ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Nov 04, 2026 - 01:24
Demand: ସୀମନ୍ତ ଭଇଁସାବେଡା ଗାଁର ମୌଳିକ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ମାଝୀଧନୁଆ ପଞ୍ଚାୟତର ଭଇସାଁବେଡା ଗାଁଟି ଛତିଶଗଡ ସୀମାନ୍ତରେ ରହିଛି।

ଗାଁର ତିନି ପାର୍ଶ୍ବରେ ଛତିଶଗଡ଼ ଓ ଗୋଟିଏ ପାର୍ଶ୍ବରେ ଭାସ୍କେଲନୀ ଲାଗି ରହିଛି।

ଏହି ଗାଁର ଲୋକେ ନିଜର ମୌଳିକ ସାମ୍ବିଧାନିକ ଅଧିକାର ପାଉନଥିବା ଅଭିଯୋଗ ହୋଇଛି।

ଗାଁରେ ପାନୀୟ ଜଳ ମିଳୁନି।

ମେଗାପାନୀୟ ଜଳଯୋଗାଣ ଯୋଜନାରେ ଏହି ଗାଁକୁ ସାମିଲ କରାଯାଇନି।

ଗାଁର ରାସ୍ତା ଭଲ ଥିବା ସତ୍ବେ ସୀମାନ୍ତ ଭଇଁସାବେଢ଼ା ଗାଁକୁ ମୁଖ୍ୟମନ୍ତ୍ରୀ ବସ ସେବା ଉପଲବ୍ଧ ହେଉନି।

ଏଭଳି ସବୁ ଅଭିଯୋଗ ନେଇ ଆଜି ଗ୍ରାମବାସୀମାନେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ଉପଦେଷ୍ଟା ଅର୍ଜୁନ ଭତରା, ଜନଜାତି ସୁରକ୍ଷା ମଂଚର ଉପସଭାପତି ରତନ ମାଝୀ, ଭତରା ସମାଜ ସମ୍ପାଦକ ନବିନ ଚନ୍ଦ୍ର ଭତରା ପ୍ରମୁଖ ଦୁଇଟି ପୃଥକ ପୃଥକ ଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଗୋଟିଏ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ବର୍ମନ ଓ ଅନ୍ୟଟି ସିଡିଏଓ ବିରଂଚିଂ ନାରାୟଣ ଦରୱାନକୁ ଦିଆଯାଇଥିଲା।

Advertisment ବର୍ତ୍ତମାନ ଗାଁ କୁ ଭଲ ରାସ୍ତା ଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ବସ୍ ଭଇସାଁବେଡା ଗ୍ରାମ ନ ଯାଇ ଗାଁ ଠାରୁ ତିନି କିମି ନିକଟରେ ଥିବା ଆଉଁରି ଗ୍ରାମ ଠାରୁ କୋଷାଗୁମୁଡା କୁ ଯିବା ଆସିବା କରୁଛି।

ଫଳରେ ଗାଁ ଲୋକ ସମସ୍ତେ ତିନି ଚାରି କିମି ଚାଲି ଚାଲି ଯାଉଥିବା ରୁ ରାତ୍ର ରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏପରିକି କୋଷାଗୁମୁଡା ବ୍ଲକ କିମ୍ବା କୋଡିଙ୍ଗା ତହସିଲକୁ ଯିବା ଆସିବା କରିବା ବହୁତ ମୁସ୍କିଲ।

ଜିଲ୍ଲାସଦରମହକୁମାକୁ ଆସିବାକୁ ହେଲେ ଭୋରରୁ ବାହାରି ରାତିରେ ଫେରିବାକୁ ପଡୁଛି।

ଏଣୁ ଗ୍ରାମବାସୀଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଆଉ ତିନି କିମି ଭଇସାବେଡାକୁ ସଂଯୋଗ କରିବାକୁ ଅନୁରୋଧ କରିଥିଲେ।

ଏଦିଗରେ ବି ପଦକ୍ଷେପ ନିଆଯିବ ବୋଲି ଉଭୟ ଅଧିକାରୀ ପ୍ରତିଶ୍ରୃତି ଦେଇଥିବା ଏମାନେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)