Delimitation: ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଉପରେ ଅଧିକ ସ୍ପଷ୍ଟତା ଚାହୁଛି ଡିଏମ୍‌କେ

Jul 19, 2026 - 20:07
Delimitation: ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଉପରେ ଅଧିକ ସ୍ପଷ୍ଟତା ଚାହୁଛି ଡିଏମ୍‌କେ

"ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ଏହାର ରୋଡମ୍ୟାପ୍ ସ୍ପଷ୍ଟ କରିବାକୁ ରବିବାର ଏମ୍‌କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି।

ଡିଏମ୍‌କେ ଦାବି କରିଛି ଯେ, ଏହି କୋଟା ଭବିଷ୍ୟତର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସହିତ ଜଡିତ ନୁହେଁ ବରଂ ନିମ୍ନ ସଦନର ବର୍ତ୍ତମାନର ଶକ୍ତି ଉପରେ ଆଧାରିତ ହେବା ଉଚିତ।Advertisment ସୋମବାରଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଡିଏମ୍‌କେ ରାଜ୍ୟସଭା ସାଂସଦ ତିରୁଚି ଶିବ ଏହି ଦାବି ଉଠାଇଥିଲେ।

ଲୋକସଭାରେ ବର୍ତ୍ତମାନର ସଂଖ୍ୟା ବଳରେ ଡିଏମ୍‌କେ ମହିଳା ସଂରକ୍ଷଣ ବିଲ୍ ପାରିତ କରାଯିବା ସପକ୍ଷରେ ଅଛି।

AIADMK: ଏଆଇଏଡିଏମ୍‌କେରୁ ସାମୁହିକ ପଳାୟନ ଜାରି: ଟିଭିକେରେ ଯୋଗ ଦେଲେ ୩ ପୂର୍ବତନ ମନ୍ତ୍ରୀ ତେବେ ଡିଏମ୍‌କେ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଅଧିକ ସ୍ପଷ୍ଟତା ଚାହୁଁଥିବା ବୈଠକ ପରେ ତିରୁଚି ଶିବ ସାମ୍ବାଦିକମାନଙ୍କୁ କହିଥିଲେ।

ଶିବ କହିଛନ୍ତି ଯେ, ସୀମା ପୁନଃନିର୍ଦ୍ଧାରଣ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଉଚିତ୍ ନୁହେଁ ଓ ସରକାରଙ୍କଠାରୁ ଅଧିକ ସ୍ପଷ୍ଟତା ଚାହୁଁଛି।

ଯଦି ଏହା ଦକ୍ଷିଣ ରାଜ୍ୟଗୁଡ଼ିକୁ ପ୍ରଭାବିତ କରେ, ତେବେ ଏହାକୁ ୨୫ ବର୍ଷ ପାଇଁ ସ୍ଥଗିତ ରଖିବା ଉଚିତ ବୋଲି ଶିବ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।