delicious food: ସ୍ୱାଦିଷ୍ଟ ଖାଦ୍ୟ ଦେଖିଲେ ପାଟିରୁ ଲାଳ କାହିଁକି ବାହାରେ? ଜାଣନ୍ତୁ ଏହା ପଛର ବିଜ୍ଞାନ

Aug 29, 2026 - 17:30
delicious food: ସ୍ୱାଦିଷ୍ଟ ଖାଦ୍ୟ ଦେଖିଲେ ପାଟିରୁ ଲାଳ କାହିଁକି ବାହାରେ? ଜାଣନ୍ତୁ ଏହା ପଛର ବିଜ୍ଞାନ

"ଭୁବନେଶ୍ୱର: ଅନେକ ସମୟରେ ପସନ୍ଦର ଖାଦ୍ୟ ଦେଖିଲେ, ତାହାର ବାସ୍ନା ପାଇଲେ କିମ୍ବା ତା" ବିଷୟରେ ଭାବିଲେ ମଧ୍ୟ ପାଟିରୁ ଲାଳ ବାହାରିବାକୁ ଲାଗିଥାଏ।

ଏପରିକି ଭୋକ ନଥିଲେ ବି ବିରିୟାନି, ପିଜା କିମ୍ବା ସିଙ୍ଗଡ଼ା ଭଳି ଖାଦ୍ୟ ଦେଖିଲେ ଖାଇବାକୁ ଇଚ୍ଛା ହୁଏ।

ଏହା ଶରୀରର ଏକ ସାଧାରଣ ପ୍ରକ୍ରିୟା, ଯାହା ମସ୍ତିଷ୍କ ଓ ଶରୀର ମଧ୍ୟରେ ଥିବା ସମ୍ପର୍କ ଯୋଗୁଁ ଘଟିଥାଏ।Advertisment ଆହୁରି ପଢନ୍ତୁ :Minor Girl Student: ଟ୍ୟୁସନ୍ ମାଷ୍ଟରଙ୍କ ଅସଦାଚରଣର ଶିକାର ନାବାଳିକା ଛାତ୍ରୀ ୧.

ଖାଦ୍ୟ ଖାଇବା ପୂର୍ବରୁ ମସ୍ତିଷ୍କ ପ୍ରସ୍ତୁତି ଆରମ୍ଭ କରିଦିଏନ୍ୟୁରୋଲୋଜି ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟ ପାଟିକୁ ଯିବା ପୂର୍ବରୁ ହିଁ ମସ୍ତିଷ୍କ ଶରୀରକୁ ସେଥିପାଇଁ ପ୍ରସ୍ତୁତ କରେ।

ଯେତେବେଳେ ଆମେ ଆମର ପସନ୍ଦର ଖାଦ୍ୟ ଦେଖୁ, ସେତେବେଳେ ମସ୍ତିଷ୍କ ଏହି ସଙ୍କେତକୁ ବୁଝି ନର୍ଭସ ସିଷ୍ଟମ ବା ସ୍ନାୟୁ ପ୍ରକ୍ରିୟାକୁ ସକ୍ରିୟ କରିଦିଏ।

ଫଳରେ ପାଟିରେ ଲାଳ ତିଆରି ବଢ଼ିଯାଏ।

ଆହୁରି ପଢନ୍ତୁ :Jagannath Temple: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ୨. 'ସେଫାଲିକ୍ ଫେଜ୍ ଅଫ୍ ଡାଇଜେସନ୍' କ"ଣ?ଖାଦ୍ୟ ଦେଖିବା କିମ୍ବା ବାସ୍ନା ପାଇବା ମାତ୍ରେ ହେଉଥିବା ଏହି ପ୍ରାରମ୍ଭିକ ପ୍ରସ୍ତୁତିକୁ ବିଜ୍ଞାନ ଭାଷାରେ 'ସେଫାଲିକ୍ ଫେଜ୍ ଅଫ୍ ଡାଇଜେସନ୍' କୁହାଯାଏ।

ଏହା ହଜମ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ।

ଖାଦ୍ୟ ପେଟକୁ ଯିବା ପୂର୍ବରୁ ହିଁ ଶରୀର ହଜମ ପାଇଁ ପ୍ରସ୍ତୁତ ହୋଇଯାଏ।

ଆହୁରି ପଢନ୍ତୁ :Locker Loot: ନେପାଳ ପ୍ରଳୟଙ୍କରୀ ବନ୍ୟା: ଭାସିଆସିଥିବା ବ୍ୟାଙ୍କ ଲକର ଭାଙ୍ଗି ଲୁଟ୍ ଅଭିଯୋଗରେ ୨୯ ଗିରଫ ୩.

ଲାଳ କାହିଁକି ଆବଶ୍ୟକ?ଲାଳ କେବଳ ପାଣି ନୁହେଁ।

ଏହା ଖାଦ୍ୟକୁ ଓଦା ଓ ନରମ କରିବାରେ ସାହାଯ୍ୟ କରେ, ଯାହାଫଳରେ ଖାଦ୍ୟକୁ ଚୋବାଇବା ଓ ଗିଳିବା ସହଜ ହୁଏ।

ଏହା ହଜମ ପ୍ରକ୍ରିୟାର ଆରମ୍ଭରେ ମୁଖ୍ୟ ଭୂମିକା ଗ୍ରହଣ କରେ।

ଆହୁରି ପଢନ୍ତୁ :workout: ଅଧିକ ଝାଳ ଓ ମାଂସପେଶୀ ବିନ୍ଧିବା ମାନେ ଅଧିକ ଫ୍ୟାଟ୍ ଲସ୍ ନୁହେଁ: କ"ଣ କୁହନ୍ତି ଡାକ୍ତର...

୪.

କେବଳ ଭୋକ ଯୋଗୁଁ ପାଟିରୁ ଲାଳ ବାହାରେ ନାହିଁପେଟ ପୁରା ଥିଲେ ମଧ୍ୟ ପସନ୍ଦର ମିଠା କିମ୍ବା ଖାଦ୍ୟ ଦେଖିଲେ ଖାଇବାକୁ ଇଚ୍ଛା ହୋଇପାରେ।

କାରଣ ଖାଦ୍ୟ ଖାଇବାର ଇଚ୍ଛା କେବଳ ଶରୀରର ଶକ୍ତି ଆବଶ୍ୟକତା ଉପରେ ନିର୍ଭର କରେନାହିଁ; ଆମର ଭାବନା, ସ୍ମୃତି, ଅନୁଭୂତି ଓ ଇନ୍ଦ୍ରିୟଗୁଡ଼ିକ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)