Delhi Police Commissioner: ଅନୁରାଗ କୁମାର ଦିଲ୍ଲୀ ପୁଲିସ କମିସନର୍ ନିଯୁକ୍ତ
"ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ୧୯୯୪ ବ୍ୟାଚ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଅନୁରାଗ କୁମାରଙ୍କୁ ଦିଲ୍ଲୀ ପୁଲିସର କମିସନର ଭାବେ ନିଯୁକ୍ତ କରିଛି।
ବର୍ତ୍ତମାନ ଦିଲ୍ଲୀ ପୁଲିସର ମୁଖ୍ୟ ଥିବା ସତୀଶ ଗୋଲଛାଙ୍କୁ ଅବସର ଗ୍ରହଣର ନଅ ମାସ ପୂର୍ବରୁ ବଦଳି କରାଯାଇଛି।Advertisment ଶୁକ୍ରବାର ସକାଳେ ଭାରତ ସରକାରଙ୍କ ଅଧୀନ ସଚିବ ରାକେଶ କୁମାର ସିଂହଙ୍କ ଦ୍ୱାରା ଜାରି ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ, ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ଏଜିଏମ୍ୟୁଟି) କ୍ୟାଡରର ୧୯୯୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅନୁରାଗ କୁମାରଙ୍କୁ ଦିଲ୍ଲୀ ପୁଲିସ କମିସନର ଭାବେ ନିଯୁକ୍ତ କରାଯାଇଛି।
ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କୁ ଦିଲ୍ଲୀ ପୁଲିସ କମିସନର ଭାବରେ ନିଯୁକ୍ତ କରାଯାଇଛି।
ସ୍ଵାମୀଙ୍କୁ ହତ୍ୟା ପାଇଁ ପ୍ରେମିକକୁ ଲାଇଭ୍ ଲୋକେସନ୍ ପଠାଇଥିଲା ସ୍ତ୍ରୀ ୧୯୯୨ ବ୍ୟାଚ ଆଇପିଏସ୍ ଅଧିକାରୀ ସତୀଶ ଗୋଲଚ୍ଛାଙ୍କୁ ନୂତନ ନିଯୁକ୍ତି ପାଇଁ ଦିଲ୍ଲୀ ଉପରାଜ୍ୟପାଳ ତରନଜିତ୍ ସିଂହ ସାନ୍ଧୁଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି।
ଦିଲ୍ଲୀ ପୁଲିସ କମିସନର ନିଯୁକ୍ତ ହେବା ପୂର୍ବରୁ ଅନୁରାଗ କୁମାର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟର ନିଯୁକ୍ତି କମିଟି ଦ୍ୱାରା କୁମାରଙ୍କୁ ଆଇବିରୁ ତାଙ୍କ ମୂଳ କ୍ୟାଡରକୁ ଫେରାଇ ଦିଆଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।