Delhi Police Blocks 400 AI and Deepfake Sites: ଜନ୍ତରମନ୍ତରରେ CJP ଆନ୍ଦୋଳନକୁ ନେଇ ଦିଲ୍ଲୀ ପୋଲିସର ପ୍ରେସମିଟ୍

Jul 25, 2026 - 19:23
Delhi Police Blocks 400 AI and Deepfake Sites: ଜନ୍ତରମନ୍ତରରେ CJP ଆନ୍ଦୋଳନକୁ ନେଇ ଦିଲ୍ଲୀ ପୋଲିସର ପ୍ରେସମିଟ୍

ଜନ୍ତରମନ୍ତରରେ CJP ଆନ୍ଦୋଳନକୁ ନେଇ ଦିଲ୍ଲୀ ପୋଲିସର ବଡ ଖୁଲାସା। ଆନ୍ଦୋଳନ ପାଇଁ ସୋସିଆଲ୍ ମିଡିଆର ଅପବ୍ୟବହାର କରି ଅସତ୍ୟ ଖବର ପ୍ରସାରିତ ହେଉଛି। ଏପରିକି ପାକିସ୍ତାନରୁ କିଛି ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟରୁ ଏସବୁ ପ୍ରସାରିତ ହେଉଥିବା ପ୍ରମାଣ ପୋଲିସ ହାତରେ ଲାଗିଥିବା ସୂଚନା ଦେଇଛି ଦିଲ୍ଲୀ ପୋଲିସ। 

ପ୍ରାୟ ୪୦୦ AI ଓ ଡିପଫେକ୍ ସାଇଟ୍ କୁ ବ୍ଲକ କରିଛୁ ବୋଲି ଦିଲ୍ଲୀ ପୋଲିସ କହିଛି। ଏହା ଆଇନଶୃଙ୍ଖଳା ଉପରେ ପ୍ରଭାବ ପଡୁଛି କହିଛି ଦିଲ୍ଲୀ ପୋଲିସଁ ସେୟାର କରିବା ପୂର୍ବରୁ ସତ୍ୟତା ଭଲ ଭାବେ ଯାଞ୍ଚ କରନ୍ତୁ ବୋଲି ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

  • ଜନ୍ତରମନ୍ତରରେ CJP ଆନ୍ଦୋଳନକୁ ନେଇ ଦିଲ୍ଲୀ ପୋଲିସର ପ୍ରେସମିଟ୍
  • ସୋସିଆଲ୍ ମିଡିଆର ଅପବ୍ୟବହାର କରି ଅସତ୍ୟ ଖବର ପ୍ରସାରିତ ହେଉଛି
  • ଏପରିକି ଆଇନଶୃଙ୍ଖଳା ଉପରେ ପ୍ରଭାବ ପଡୁଛି କହିଲେ ସେଣ୍ଟ୍ରାଲ ଡିସିପି
  • ସେୟାର କରିବା ପୂର୍ବରୁ ସତ୍ୟତା ଭଲ ଭାବେ ଯାଞ୍ଚ କରନ୍ତୁ
  • ଆମେ ପ୍ରାୟ ୪୦୦ AI ଓ ଡିପଫେକ୍ ସାଇଟ୍ କୁ ବ୍ଲକ କରିଛୁ
  • ଏଥିସହ ପାକିସ୍ତାନର କିଛି ଫେକ୍ ମିଡିଆର ହାତ ଥିବା ପ୍ରମାଣ ମିଳିଛି
  • ଦିଲ୍ଲୀର ଜଣେ ରାଜନେତାଙ୍କ କ୍ରାକ୍ ଡାଉନ୍ ସଂପର୍କିତ ଭିଡିଓ ବାର୍ତ୍ତା ଦେଖାଇଲେ
  • ସୋନମ ୱାଙ୍ଗଚୁକଙ୍କ ଭିଡିଓ ବାର୍ତ୍ତା ମଧ୍ୟ ଏଡିଟ୍ ହୋଇଥିବା ଦର୍ଶାଇଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।