Delhi Man: ପୂର୍ବତନ ସହକର୍ମୀଙ୍କୁ ଭେଟିବାକୁ ଯାଇ ନିଖୋଜ, ନାଳରୁ ମିଳିଲା ଯୁବକଙ୍କ ମୃତଦେହ

Sep 18, 2026 - 19:50
Delhi Man: ପୂର୍ବତନ ସହକର୍ମୀଙ୍କୁ ଭେଟିବାକୁ ଯାଇ ନିଖୋଜ, ନାଳରୁ ମିଳିଲା ଯୁବକଙ୍କ ମୃତଦେହ

"ନୂଆଦିଲ୍ଲୀ: ଦିଲ୍ଲୀରୁ ଗୁରୁଗ୍ରାମ ଯାଇ ପୂର୍ବତନ ସହକର୍ମୀଙ୍କୁ ଭେଟିବା ପରେ ନିଖୋଜ ହୋଇଯାଇଥିବା ୩୧ ବର୍ଷୀୟ ଯୁବକ ଯୁବରାଜ ସିଂହ ମନଚନ୍ଦାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ତାଙ୍କ ମୃତଦେହ ଗୁରୁଗ୍ରାମର ବାଦଶାହପୁର ଅଞ୍ଚଳର ଏକ ନାଳରୁ ମିଳିଥିଲା।

ଏହି ମାମଲାରେ ଯୁବରାଜଙ୍କ ପୂର୍ବତନ ସହକର୍ମୀ ଅନ୍ୟା ବତ୍ସ ଓ ତାଙ୍କ ସାଥୀ ସଂୟମ ସଚଦେବାଙ୍କୁ ପୁଲିସ ଗିରଫ କରିଛି।

ଉଭୟଙ୍କୁ ୫ ଦିନିଆ ପୁଲିସ ହେପାଜତକୁ ପଠାଯାଇଛି।Advertisment ଆର୍ଥିକ ବିବାଦରୁ ହତ୍ୟା ସନ୍ଦେହ ସେପ୍ଟେମ୍ବର ୬ ତାରିଖରେ ଯୁବରାଜ ତାଙ୍କ ଭଉଣୀମାନଙ୍କ ସହ ଦିଲ୍ଲୀର ଲଜପତ ନଗର ବଜାରକୁ ଯାଇଥିଲେ।

ବିବାହ ପାଇଁ ସେଠାରୁ ସେରୱାନି କିଣିବା ପରେ ଅପରାହ୍ଣ ପ୍ରାୟ ୪ଟା ୧୫ରେ ସେମାନେ ଲଜପତ ନଗର-୨ର "ଗୋଲ୍ଡେନ୍ ଡ୍ରାଗନ୍" ରେସ୍ତୋରାଁକୁ ଯାଇଥିଲେ।

କିଛି ସମୟ ପରେ ଯୁବରାଜ ଗୁରୁଗ୍ରାମରେ ପୂର୍ବତନ ସହକର୍ମୀଙ୍କୁ ଭେଟିବାକୁ ଯିବେ ବୋଲି କହି ସେଠାରୁ ଚାଲିଯାଇଥିଲେ।

ରାତି ପ୍ରାୟ ୭ଟାରେ ପରିବାର ସହ ତାଙ୍କର ଫୋନ୍‌ରେ କଥା ହୋଇଥିଲା।

ସେ ରାତି ୧୦ଟା ସୁଦ୍ଧା ଘରେ ପହଞ୍ଚିବେ ବୋଲି କହିଥିଲେ।

କିନ୍ତୁ ତା"ପରେ ତାଙ୍କ ଫୋନ୍‌ ଲାଗିନଥିଲା।

ସେପ୍ଟେମ୍ବର ୮ ତାରିଖ ଅପରାହ୍ଣ ୪ଟା ୧୬ରେ ପରିବାରକୁ ଯୁବରାଜଙ୍କ ଶେଷ ହ୍ୱାଟ୍ସଆପ୍‌ ବାର୍ତ୍ତା ମିଳିଥିଲା।

ସେପ୍ଟେମ୍ବର ୧୧ରେ ପରିବାର ଲଜପତ ନଗର ଥାନାରେ ନିଖୋଜ ଅଭିଯୋଗ କରିଥିଲେ।

ପୂର୍ବତନ ସହକର୍ମୀ ଓ ସାଥୀ ଗିରଫ ତଦନ୍ତ ବେଳେ ଯୁବରାଜ ଶେଷଥର ଅନ୍ୟାଙ୍କ ସହ ଫୋନ୍‌ରେ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା।

ଏହାପରେ ସିସିଟିଭି ଫୁଟେଜ୍‌, ମୋବାଇଲ୍‌ ତଥ୍ୟ ଓ ଅନ୍ୟାନ୍ୟ ସୂଚନା ଆଧାରରେ ତଦନ୍ତ ଆଗକୁ ବଢ଼ିଥିଲା।

ଅନ୍ୟାଙ୍କ ଫୋନ୍‌ ବନ୍ଦ ଥିବାବେଳେ ପୁଲିସ ତାଙ୍କ ଦ୍ୱାରା ବ୍ୟବହୃତ ନୂଆ ମୋବାଇଲ୍‌ ନମ୍ବରର ସନ୍ଧାନ କରିଥିଲା।

ଏହାପରେ ଉତ୍ତରାଖଣ୍ଡରୁ ଅନ୍ୟା ଓ ସଂୟମଙ୍କୁ ଗିରଫ କରାଯାଇଥିଲା।

ପଚରାଉଚରା ସମୟରେ ଉଭୟ ଯୁବରାଜଙ୍କୁ ହତ୍ୟା କରି ଗୁରୁଗ୍ରାମସ୍ଥିତ ନିଜ ଘର ନିକଟ ନାଳରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିବା ପୁଲିସ କହିଛି।

ତେବେ ହତ୍ୟା ପଛରେ ଆର୍ଥିକ ବିବାଦ ଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି।

ପରିବାବରକୁ ନ ଜଣାଇ ଶବଦାହ କରିଥିବା ପୁଲିସର ଭୂମିକାକୁ ନେଇ ସନ୍ଦେହ ଅନ୍ୟପକ୍ଷରେ, ଯୁବରାଜଙ୍କ ମୃତଦେହ ନିଖୋଜ ଅଭିଯୋଗ ପୂର୍ବରୁ ସେପ୍ଟେମ୍ବର ୧୦ରେ ଗୁରୁଗ୍ରାମର ଏକ ନାଳରୁ ମିଳିଥିଲା।

ପୁଲିସ ନିଖୋଜ ଅଭିଯୋଗ ପରେ ସେପ୍ଟେମ୍ବର ୧୪ରେ ପରିବାରକୁ ନ ଜଣାଇ ବେଆଇନ ଭାବେ ମୃତଦେହର ଅନ୍ତିମ ସଂସ୍କାର କରିଥିବା ଏବଂ ଦୁଇ ଦିନ ପରେ ପରିବାରକୁ ଜଣାଇଥିବା ଅଭିଯୋଗ ହୋଇଛି।

ଏଣୁ ପୁଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏହାକୁ ନେଇ ପରିବାର ପକ୍ଷରୁ ମୃତଦେହ ସମ୍ପର୍କିତ ଫଟୋ, ଡିଏନ୍‌ଏ ନମୁନା, ମୃତ୍ୟୁ ପରୀକ୍ଷା ରିପୋର୍ଟ ଓ ଅନ୍ୟାନ୍ୟ ଦଲିଲ ସଂରକ୍ଷଣ କରି ପ୍ରଦାନ କରିବାକୁ ଦାବି କରାଯାଇଛି।

Supreme Court: ମାମଲା ଫଇସଲା ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ଦେଇହେବ ନାହିଁ: ସୁପ୍ରିମ୍‌କୋର୍ଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)