Delhi: ଦିଲ୍ଲୀରେ ଲାଲୁଙ୍କୁ ଭେଟିଲେ ସୋନିଆ : ଫଟୋ ସେୟାର କରି ଉପା ସରକାର ସମୟର ସମ୍ପର୍କକୁ ମନେ ପକାଇଲେ ତେଜସ୍ୱୀ

Nov 02, 2026 - 21:57
Delhi: ଦିଲ୍ଲୀରେ ଲାଲୁଙ୍କୁ ଭେଟିଲେ ସୋନିଆ : ଫଟୋ ସେୟାର କରି ଉପା ସରକାର ସମୟର ସମ୍ପର୍କକୁ ମନେ ପକାଇଲେ ତେଜସ୍ୱୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ଝିଅ ମିସା ଭାରତୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି।

ଲାଲୁ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବାରୁ ସୋନିଆ ତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଲାଲୁ ପୂର୍ବରୁ ପାଟନାର ଆଇଜିଆଇଏମ୍‌ଏସ୍‌ (ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌)ରେ ଚିକିତ୍ସିତ ହେଉଥିଲେ।

ନିକଟରେ ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଦିଲ୍ଲୀ ଅଣାଯାଇଥିଲା।

ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

Advertisment ଆହୁରି ପଢନ୍ତୁ : Health Programme: ଓଏମସି ମୁଖ୍ୟ କାର୍ଯ୍ୟାଳୟରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ସୋନିଆ ଲାଲୁଙ୍କୁ ଭେଟୁଥିବାର ଫଟୋ ସାମାଜିକ ଗଣମାଧ୍ୟମ ଏକ୍ସରେ ସେୟାର କରି ତେଜସ୍ୱୀ ଯାଦବ ୨୦୦୪ରୁ ୨୦୧୪ ମଧ୍ୟରେ ଉପା ସରକାର ସମୟରେ ସୋନିଆ ଓ ତାଙ୍କ ବାପାଙ୍କ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କକୁ ମନେ ପକାଇଛନ୍ତି।

ସେହି ସମୟରେ କୃଷକ, ଯୁବପିଢ଼ି, ସୈନିକ ଓ ସାଧାରଣ ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି।

ବିହାରର ବିକାଶ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର ଅମଳରେ ୧.୪୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଥିବା କଥା ମଧ୍ୟ ସେ ମନେ ପକାଇଛନ୍ତି।

ଆହୁରି ପଢନ୍ତୁ : Germany: ଜର୍ମାନୀରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ୪ ଲକ୍ଷ ଅତିକ୍ରମ କଲା, ପାଠ ପଢୁଛନ୍ତି ୭୦ ହଜାର ଭାରତୀୟ ଛାତ୍ରଛାତ୍ରୀ ତେଜସ୍ୱୀ କହିଛନ୍ତି, ତାଙ୍କ ବାପା ଦିଲ୍ଲୀରେ ଡାକ୍ତରୀ ପରୀକ୍ଷା ପାଇଁ ଥିବା ଜାଣିବା ପରେ ସୋନିଆ ନିଜ ଆଡ଼ୁ ତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ସାକ୍ଷାତ୍ ହୋଇନଥିଲା।

ଲାଲୁ ମଧ୍ୟ ସୋନିଆଙ୍କ ସହ ସାକ୍ଷାତ୍‌କୁ ନେଇ ଏକ୍ସରେ ଏକ ପୋଷ୍ଟ କରିଛନ୍ତି।

ଉପା ସରକାର ସମୟରେ ଯୁବବର୍ଗ, କୃଷକ, ସୈନିକ ଓ ସାଧାରଣ ଲୋକଙ୍କ ପାଇଁ କିଭଳି ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଥିଲା, ତାହା ମନେ ପଡ଼ୁଥିବା ସେ ଉଲ୍ଲେଖ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)