Death: ମନ୍ଦିର ନିର୍ମାଣ ବେଳେ ଖସିଲା ସ୍ଲାବ୍, ୪୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ

Oct 13, 2026 - 15:33
Death: ମନ୍ଦିର ନିର୍ମାଣ ବେଳେ ଖସିଲା ସ୍ଲାବ୍, ୪୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ

"ଭାପୁର: ମନ୍ଦିର ନିର୍ମାଣ ସମୟରେ ଦେଖୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ଏକ ସ୍ଲାବ ଖସିପଡିବାରୁ ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।

ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।

ମୃତକଙ୍କ ଘର ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ସୁନାଖଳା ଗ୍ରାମରେ।

ତାଙ୍କର ନାମ ସୁମନ ରାଉତ ବୋଲି ଜଣାପଡିଛି।Advertisment ଅପମୃତ୍ୟୁ ମାମଲା ରୁଜୁ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭାପୁର ବ୍ଳକ ବିଜିପୁର ପଞ୍ଚାୟତ ସୁନାଖଳା ଗ୍ରାମର ତାରେଶ୍ୱର ରାଉତଙ୍କ ପୁଅ ସୁମନ ରାଉତ ୪୨ ବର୍ଷ।

ସେ ଗ୍ରାମ ନିକଟସ୍ଥ ପଦ୍ମ ପୋଖରୀ ନିକଟରେ ଏକ ମନ୍ଦିର ନିର୍ମାଣ ଚାଲିଥିବାବେଳେ ସୁମନ କାର୍ଯ୍ୟ ଦେଖୁଥିଲେ।

ଏହି ସମୟରେ ସୁମନଙ୍କ ଉପରେ ହଠାତ ଏକ ସ୍ଲାବ ତାଙ୍କ ବେକ ଉପରେ ଖସିପଡ଼ିଥିଲା।

ତାଙ୍କୁ ଗୁରୁତର ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଖବର ପାଇ ଫତେଗଡ଼ ଥାନା ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ପୋଷ୍ଟ ମର୍ଟମ ପାଇଁ ଖଣ୍ଡପଡା ପଠାଇବାର ବ୍ୟବସ୍ଥା କରୁଛି।

Baleswar Jailor Suspended : ବାଲେଶ୍ୱର ଜେଲର୍ ପ୍ରଦୀପ୍ତ କୁମାର ମହାଳିକ ନିଲମ୍ବିତ, ସୁରକ୍ଷା ଅବହେଳା ଓ ନିୟମ ଉଲ୍ଲଂଘନ ଅଭିଯୋଗ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)