Deadly Earthquake of the Century Leaves Thousands Feared Dead: ଶତାବ୍ଦୀର ସବୁଠୁ ଭୟଙ୍କର ଭୂମିକମ୍ପ, ମୃତକଙ୍କ ସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

Jun 25, 2026 - 21:14
Deadly Earthquake of the Century Leaves Thousands Feared Dead: ଶତାବ୍ଦୀର ସବୁଠୁ ଭୟଙ୍କର ଭୂମିକମ୍ପ, ମୃତକଙ୍କ ସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

ଦୋହଲି ଯାଇଛି ସାରା ଦେଶ 
ଚାରିଆଡ଼େ ଖାଲି ଲୁହ ଆଉ ଲହୁ 
ଚିତ୍କାର, କାନ୍ଦ ବୋବାଳିରେ ଫାଟିପଡ଼ୁଛି ଭେନିଜୁଏଲା। ପେଟ୍ରୋଲରେ ପରିପୂର୍ଣ୍ଣ ଥିବା ଦେଶରେ ପ୍ରକୃତି ଦେଖାଇଛି କରାଳ ରୂପ। ଗୋଟିଏ ନୁହେଁ ୩୦ ସେକେଣ୍ଡ ଭିତରେ ଆସିଥିବା ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଖିନଭିନ୍ କରିଛି ଭେନିଜୁଏଲାର ମାଟି। ବର୍ଷ ବର୍ଷର ପରିଶ୍ରମ, କୋଟି କୋଟି ଟଙ୍କାର ସମ୍ପତ୍ତି ଆଜି ମାଟିରେ ଲୋଟୁଛି।

ଯେଉଁ ବଡ଼ କୋଠାକୁ ସୁରକ୍ଷିତ ଭାବେ ଲୋକେ ମୁଣ୍ଡ ଗୁଞ୍ଜିଥିଲେ, ଯେଉଁଠି ନିଜ ପାଇଁ ନିଜ ପରିବାର ପାଇଁ ସାହାରା ଖୋଜିଥିଲେ ଆଜି ସେ ସବୁ ଅସୁରକ୍ଷିତ। ରାସ୍ତା ଫାଟି ଆଁ କରିଛି, କୋଠା ସବୁ ମାଟିରେ ଲୋଟି ପରିଚୟ ହରାଇଛି। କେତେ ଯେ ଜୀବନ ତା ତଳେ ଫସି ରହିଛି ଆଉ ଅନେକ ଦୁନିଆକୁ ଅଲବିଦା କହି ସାରିଛନ୍ତି। 

ଭେନିଜୁଏଲାରୁ ଦେଢ଼ ହଜାର କିଲୋମିଟର ଦୂର ବ୍ରାଜିଲର ଆମାଜାନ୍ ଜଙ୍ଗଲରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ। ସେଠି ଦୋହଲିଥିଲା ମାଟି କିନ୍ତୁ ବିଧ୍ବଂସ ରଚିଥିଲା ଭେନିଜୁଏଲାରେ। ପ୍ରଥମେ ୭ ଦଶମିକ ୨ ଓ ପରେ ୭.୫ ତ୍ରୀବତାରେ ଦୁଇ ଦୁଇଟି ପ୍ରାଣଘାତୀ ଭୂକମ୍ପ ଭାଙ୍ଗି ଦେଇଛି ଲକ୍ଷ ଲକ୍ଷ ଲୋକଙ୍କ ସ୍ବପ୍ନକୁ।

ଏବେ ଖାଲି ମାଟି ଅତଡ଼ା ତଳୁ ଜୀବନ ଖୋଜି ପାଇବାକୁ ପ୍ରୟାସ ଚାଲିଛି। କିଏ ଆପଣାର ଲୋକଙ୍କୁ ଖୋଜୁଛି, କିଏ କ୍ଷତାକ୍ତ ହେଇ ସାହାରା ମାଗୁଛି। ବଞ୍ଚିଛି ମଣିଷ, ବଞ୍ଚିଛି ତା ମଣିଷପଣିଆ। ଧ୍ବଂସର ସେଇ ସ୍ତୁପ ଭିତରୁ ନିଜ ପ୍ରିୟର ପୋଷା କୁକୁରଙ୍କୁ ସୁରକ୍ଷିତ ବାହାର କରାଯାଇଛି।...  

ଭେନିଜୁଏଲା ଏବେ ଅନ୍ଧାରରେ। ନା ଅଛି ଫୋନ୍, ନା ଚାଲି ପାରୁଛି ଟ୍ରେନ୍। ନା ରାସ୍ତାଘାଟ ନା ସାମରିକ ଘାଟି। ସବୁ କିଛି ଧ୍ବଂସ ସ୍ତୁପ ପାଲଟିଛି। ଏଭଳି ସ୍ଥିତିରେ ଭାରତ ଭେନିଜୁଏଲା ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।...