Dead: ରହସ୍ୟ ଘେରରେ କନେଷ୍ଟବଳଙ୍କ ମୃତ୍ୟୁ

Aug 04, 2026 - 21:00
Dead: ରହସ୍ୟ ଘେରରେ କନେଷ୍ଟବଳଙ୍କ ମୃତ୍ୟୁ

"ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ପଦ୍ମନାଭପୁର ଛକ ନିକଟରେ ଜଣେ କର୍ତ୍ତବ୍ୟରତ ପୁଲିସ କନେଷ୍ଟବଳଙ୍କ ରହସ୍ୟମୟ ମୃତ୍ୟୁ ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

ବୈଶିଙ୍ଗା ଥାନାରେ କାର୍ଯ୍ୟରତ ୨୦୦୨ ବ୍ୟାଚର କନେଷ୍ଟବଳ ବସନ୍ତ ମହାନ୍ତଙ୍କ ମୃତଦେହ ଏକ ଲାଲ ରଙ୍ଗର କାର ଭିତରୁ ଉଦ୍ଧାର ହେବା ପରେ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି।

ପ୍ରଥମିକ ଭାବେ ସ୍ୱାଭାବିକ ମୃତ୍ୟୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ, ପରିବାର ପକ୍ଷରୁ ବେକ ଓ ଛାତିରେ କ୍ଷତଚିହ୍ନ ଥିବା ଅଭିଯୋଗ ସହ ହତ୍ୟା ସନ୍ଦେହ ପ୍ରକାଶ କରାଯିବାରୁ ଘଟଣା ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି।Advertisment ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୧ଟାରେ ଏକ ଲାଲ ରଙ୍ଗର କାର (OD11Y-9596) ପଦ୍ମନାଭପୁର ଛକ ନିକଟରେ ରାଜପଥ ପାର୍ଶ୍ୱରେ ଅଚଳ ଅବସ୍ଥାରେ ଛିଡ଼ା ହୋଇ ରହିଥିଲା।

ଅପରାହ୍ନ ପର୍ଯ୍ୟନ୍ତ କାରଟି ସେହି ସ୍ଥାନରେ ରହିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢ଼ିଥିଲା।

ପରେ ଗାଡ଼ି ନିକଟକୁ ଯାଇ ଦେଖିବା ବେଳେ ଚାଳକ ଆସନରେ କନେଷ୍ଟବଳ ବସନ୍ତ ମହାନ୍ତ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।

ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଶବ ବ୍ୟବଚ୍ଛେଦ ପରେ ବାରିପଦାସ୍ଥିତ ପୁଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ମୟୂରଭଞ୍ଜ ଏସ୍.ପି.

ବରୁଣ ଗୁଣ୍ଟୁପାଲିଙ୍କ ସମେତ ଜିଲ୍ଲାର ଶତାଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ନିରବ ପ୍ରାର୍ଥନା ପୂର୍ବକ ପୁଷ୍ପାର୍ଘ୍ୟ ଅର୍ପଣ କରି ସ୍ୱର୍ଗତ କନେଷ୍ଟବଳଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସେହି ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଥିଲେ।

ଏପଟେ ମୃତକଙ୍କ ପରିବାର ପକ୍ଷରୁ ବେକ ଓ ଛାତିରେ କ୍ଷତଚିହ୍ନ ଥିବା ଅଭିଯୋଗ କରାଯାଇ ଘଟଣାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇପାରେ ବୋଲି ସନ୍ଦେହ ପ୍ରକାଶ କରାଯାଇଛି।

ମୃତକଙ୍କ ବଡ଼ ଭାଇ ମନୋଜ କୁମାର ମହାନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ତଦନ୍ତ କରାଯିବା ସହ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି।

America: ଆମେରିକା‌ ପରମାଣୁ ବୈଜ୍ଞାନିକଙ୍କ ରହସ୍ୟମୟ ମୃତ୍ୟୁ ଓ ନିଖୋଜ ବୈଶିଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ମୟୂରଭଞ୍ଜ ଏସ୍.ପି.

ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ, ମୃତ୍ୟୁର ପ୍ରକୃତ କାରଣ ନେଇ କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ଆବଶ୍ୟକ।

ରିପୋର୍ଟ ଆଧାରରେ ତଦନ୍ତକୁ ଆଗକୁ ବଢ଼ାଯିବ ଏବଂ ଯଦି କୌଣସି ଅପରାଧିକ ଦିଗ ସାମ୍ନାକୁ ଆସେ, ତେବେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ।

ସେ ଆହୁରି କହିଛନ୍ତି ଯେ, ଜଣେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ଅକାଳ ବିୟୋଗ ସମଗ୍ର ପୁଲିସ ବିଭାଗ ପାଇଁ ଅପୂରଣୀୟ କ୍ଷତି ଏବଂ ପରିବାରକୁ ସମସ୍ତ ସରକାରୀ ସହାୟତା ଯଥାଶୀଘ୍ର ଯୋଗାଇ ଦିଆଯିବ।

ଜଣେ କର୍ତ୍ତବ୍ୟରତ ପୁଲିସ କନେଷ୍ଟବଳଙ୍କ ଏଭଳି ରହସ୍ୟମୟ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଏହା ସ୍ୱାଭାବିକ ମୃତ୍ୟୁ, ଦୁର୍ଘଟଣା ନା ଏହା ପଛରେ ରହିଛି କୌଣସି ଅପରାଧିକ ଷଡ଼ଯନ୍ତ୍ର—ତାହାର ଉତ୍ତର ଏବେ ପୋଷ୍ଟମୋର୍ଟମ ରିପୋର୍ଟ ଓ ପୁଲିସର ତଦନ୍ତ ଉପରେ ନିର୍ଭର କରୁଛି।

ପରିବାର ପକ୍ଷରୁ ଉଠିଥିବା ସନ୍ଦେହ ଏବଂ ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଘଟଣାର ନିଷ୍ପକ୍ଷ ତଦନ୍ତ ଓ ସତ୍ୟ ଉନ୍ମୋଚନକୁ ସମସ୍ତେ ଅପେକ୍ଷା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।