Dead Dody: ହୋଟେଲ୍ ତଳୁ ଯୁବକଙ୍କ ଶବ ଉଦ୍ଧାର
"ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ତାରାତାରିଣୀ ପୀଠ ନିକଟ ଲକ୍ଷ୍ମୀପ୍ରିୟା ହୋଟେଲ ତଳୁ ଆଜି ଜଣେ ଯୁବକଙ୍କ ଶବ ଠାବ ହୋଇଛି।
ମୃତକ ଜଣକ ହେଲେ ପୁରୀର ମନୋଜ ସ୍ବାଇଁ।
ମନୋଜ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ତାରାତାରିଣୀ ପୀଠର ରୋପଓ୍ବେ କାର୍ଯ୍ୟରେ ନିୟୋଜିତ ଥିଲେ।
ସେମାନେ ଏହି ହୋଟେଲର ତୃତୀୟ ମହଲାରେ ରହୁଥିଲେ।Advertisment ମୃତକଙ୍କ ପରିବାରକୁ ଅବଗତ କରାଯାଇଛି ଆଜି ସକାଳେ ମନୋଜଙ୍କ ଶବ ହୋଟେଲ ତଳୁ ମିଳିଥିଲା।ଛାତରୁ ଖସି ନା ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ।
ପୁଲିସ ପହଞ୍ଚି ଶବକୁ ଜବତ କରିଥିବା ବେଳେ ମୃତକଙ୍କ ପରିବାରକୁ ଅବଗତ କରାଯାଇଛି।
Cyber Fraud: ବନ୍ଦ ବୀମା ପଲିସି ଟଙ୍କା ଲୋଭ ଦେଖାଇ ଲୁଟିଲେ ୨.୧୮ ଲକ୍ଷ "