Dead Body Found: ରାସ୍ତାକଡ଼ରୁ ଡ୍ରାଇଭରଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ପୁଲିସ ତଦନ୍ତ ଜାରି

Jul 03, 2026 - 10:47
Dead Body Found: ରାସ୍ତାକଡ଼ରୁ ଡ୍ରାଇଭରଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ପୁଲିସ ତଦନ୍ତ ଜାରି

"ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲ ସବଷ୍ଟେସନ ରାସ୍ତା କଡରେ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି।

ଏହାକୁ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି।

ମୃତ ଯୁବକଙ୍କ ନାମ ହେଉଛି ସୁଜନ କୁମାର।

ସେ ବୃତ୍ତିରେ ଜଣେ ଡ୍ରାଇଭର।

ଗତ ୧୦ ବର୍ଷ ଧରି ସେ ମୁଚବାହାଲ ଅଞ୍ଚଳରେ ରହି ଆସୁଥିଲେ।

ତେବେ ତାଙ୍କ ପ୍ରକୃତ ଘର ଝାଡ଼ଖଣ୍ଡ ନା ବିହାରରେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।Advertisment Elephant Attack: ଦନ୍ତା ଆକ୍ରମଣରେ ମହିଳା ଗୁରୁତର ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପ୍ରମାଣ ସଂଗ୍ରହ ସ୍ଥାନୀୟ ଲୋକେ ସକାଳେ ରାସ୍ତା କଡ଼ରେ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ବେଲପାହାଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।ଘଟଣାର ତଦନ୍ତ ପାଇଁ ପୁଲିସ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନେଇଛି।

ବେଲପାହାଡ଼ ଥାନା ଅଧିକାରୀ କହିଛନ୍ତି, "ପ୍ରାଥମିକ ଅନୁମାନରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଲାଗୁଛି।

ସାଇଣ୍ଟିଫିକ୍ ଟିମ୍ ସହାୟତାରେ ସମସ୍ତ ପ୍ରମାଣ ସଂଗ୍ରହ କରାଯାଉଛି।

ମୃତକଙ୍କ ପରିଚୟ ଓ ହତ୍ୟାର କାରଣ ଖୋଜିବା ପାଇଁ ତଦନ୍ତ ଜାରି ରହିଛି"।ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଉଦ୍ୟମ କରୁଛି।

"