Dead Body: ଭାପୁରରେ ଚାଞ୍ଚଲ୍ୟ: ଗୋଡ଼ିଗଦା ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

Jun 28, 2026 - 09:56
Dead Body: ଭାପୁରରେ ଚାଞ୍ଚଲ୍ୟ: ଗୋଡ଼ିଗଦା ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

"ଭାପୁର: ଗୋଡ଼ିଗଦା ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର।

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଭାପୁର ମହୋତ୍ସବ ପଡ଼ିଆ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି।Advertisment ଟ୍ରକରେ ହେଲ୍ପର ଥିଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବିଜିପୁର ପଞ୍ଚାୟତ ସୁନାଖଳା ଗ୍ରାମର ଦିବାକର ରାଉତଙ୍କ ପୁଅ ମୁନା ରାଉତ (୧୯)।

ସେ ଓଡି ୧୫ଜେ ୭୫୮୨ ନମ୍ୱର ହାଇୱା ଟ୍ରକରେ ହେଲ୍ପର କାମ କରୁଥିଲେ।

କାଲି ରାତିରେ ଚାଳକ ଚିପ୍ସ ବୋଝେଇ କରି ଭାପୁର ବଜାର ନିକଟସ୍ଥ ମହୋତ୍ସବ ପଡ଼ିଆ ନିକଟରେ ଜଣେ ବ୍ୟକ୍ତିଙ୍କ ଜାଗାରେ ଚିପ୍ସ ଅନଲୋଡ୍ କରିଥିଲେ।

ମାତ୍ର ସେହି ଚିପ୍ସ ମଧ୍ୟରୁ ହେଲ୍ପର ମୁନାର ମୃତଦେହ ବାହାରିଥିଲା।

ଖବର ପାଇ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।ଖବର ପାଇ ଭାପୁର ପୁଲିସ ବିଟ ହାଉସ ଅଧିକାରୀ ସୁଶାନ୍ତ କୁମାର ବେହେରା ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

Fire In Bus: ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ "