Dead: ୩୦ ଟଙ୍କା ଚୋରି ଅଭିଯୋଗକୁ ନେଇ ଜୀବନ ହାରିଲା ଅଷ୍ଟମ ଶ୍ରେଣୀ ଛାତ୍ରୀ
"ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହର ଜିଲ୍ଲାର ଆନେକଲ ତାଲୁକା ଅନ୍ତର୍ଗତ ମରାସୁରୁ ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଏହି ଛାତ୍ରୀ ଛାଡ଼ିଯାଇଥିବା ଏକ ହସ୍ତଲିଖିତ ଚିଠିରେ ବିଦ୍ୟାଳୟରେ ଟଙ୍କା ଚୋରି କରିଥିବା ନେଇ ମିଥ୍ୟା ଅଭିଯୋଗ ଏବଂ ସେଥିପାଇଁ ହୋଇଥିବା ଅପମାନ ତାଙ୍କୁ ମାନସିକ ଭାବେ ବ୍ୟଥିତ କରିଥିବା ଉଲ୍ଲେଖ କରିଥିବା ଜଣାପଡ଼ିଛି।
ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।Advertisment ପୁଲିସ ସୂଚନା ଅନୁସାରେ, ଗୁରୁବାର ରାତିରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
ଶୁକ୍ରବାର ସକାଳେ ପରିବାର ଲୋକେ ଏହା ଜାଣିବା ପରେ ସୂର୍ଯ୍ୟନଗର ପୁଲିସ ଥାନାକୁ ଖବର ଦେଇଥିଲେ।
ଘଟଣାସ୍ଥଳରୁ ଏକ ହସ୍ତଲିଖିତ ଚିଠି ମିଳିଥିବା ବେଳେ, ସେଥିରେ ବିଦ୍ୟାଳୟରେ ୨୦ ଓ ୧୦ ଟଙ୍କା ଚୋରି କରିଥିବା ଅଭିଯୋଗ ନେଇ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ହୋଇଥିବା ଏବଂ ଏହାକୁ ନେଇ ସେ ଗଭୀର ଭାବେ ଆଘାତ ପାଇଥିବା ଲେଖାଯାଇଛି ବୋଲି ପୁଲିସ କହିଛି।
ପୁଲିସର କହିବା ଅନୁସାରେ, ଛାତ୍ରୀ ଚିଠିରେ ନିଜ ପରିବାର ସଦସ୍ୟଙ୍କ ପ୍ରତି ସ୍ନେହ ଓ କୃତଜ୍ଞତା ପ୍ରକାଶ କରିବା ସହ ମା"ଙ୍କୁ ଏହି ଘଟଣା ପାଇଁ ଦାୟୀ ନ କରିବାକୁ ଅନୁରୋଧ କରିଥିଲେ।
ତେବେ ପୁଲିସ ଚିଠିର ବିଷୟବସ୍ତୁର ସତ୍ୟତା ଓ ଶିକ୍ଷକଙ୍କ ଭୂମିକାକୁ ନେଇ ତଦନ୍ତ କରୁଛି।
Rape Minor: ଚପଲ କିଣିଦେବା ଆଳରେ ଡ଼ାକିନେଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।