02 NOVEMBER 2026

Welcome!

Unlock your personalized experience.
Sign Up

Dead: ସମୁଦ୍ରରେ ଭାସିଗଲେ ୩ ବେଙ୍ଗାଲୁରୁ ଇଞ୍ଜିନିୟର୍‌

Nov 02, 2026 - 21:57
Dead: ସମୁଦ୍ରରେ ଭାସିଗଲେ ୩ ବେଙ୍ଗାଲୁରୁ ଇଞ୍ଜିନିୟର୍‌

ବେଙ୍ଗାଲୁରୁ: କର୍ଣ୍ଣାଟକର ଗୋକର୍ଣ୍ଣ ନିକଟସ୍ଥ ଦୁବ୍ବନଶାଶୀ ବେଳାଭୂମିରେ ସମୁଦ୍ରରେ ବୁଡ଼ି ୩ ଜଣ ଇଞ୍ଜିନିୟର୍‌ଙ୍କ ମୃତ୍ୟୁ ଘଟିଛି। ମୃତକମାନେ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିର କର୍ମଚାରୀ। ରବିବାର ସକାଳେ ସମୁଦ୍ରରେ ଗାଧୋଉଥିବାବେଳେ ହଠାତ୍‌ ଏକ ଶକ୍ତିଶାଳୀ ଲହଡ଼ି ସେମାନଙ୍କୁ ଭସାଇ ନେଇଥିଲା। 

ଲାଇଫ୍‌ଗାର୍ଡ ଓ ସ୍ଥାନୀୟ ମତ୍ସ୍ୟଜୀବୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୨ ଜଣଙ୍କୁ ବଞ୍ଚାଇଥିଲେ। ପ୍ରଥମେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ନିଖୋଜ ଥିବା ତୃତୀୟ ବ୍ୟକ୍ତିଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ, ବେଙ୍ଗାଲୁରୁର ବେଲାନ୍ଦୁରସ୍ଥିତ ଆଲୋରିକା ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ୧୬ ଜଣିଆ କର୍ମଚାରୀ ଦଳ ସପ୍ତାହାନ୍ତ ଛୁଟି କାଟିବାକୁ ଗୋକର୍ଣ୍ଣ ଯାଇଥିଲେ। ସେମାନେ ଦୁବ୍ବନଶାଶୀ ବେଳାଭୂମି ନିକଟସ୍ଥ କୋଜେ ରିସୋର୍ଟରେ ରହୁଥିଲେ। ରବିବାର ସକାଳ ପ୍ରାୟ ୭ଟା ୩୦ରେ ଦଳର ୫ ଜଣ ସମୁଦ୍ରକୁ ଗାଧୋଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା। ମୃତକମାନେ ହେଲେ ଝାଡ଼ଖଣ୍ଡର ଜାମସେଦପୁର ବାସିନ୍ଦା ଶୋଭା ଦାସ (୨୨), ମହମ୍ମଦ ଆକ୍ରମ ଏବଂ ବେଙ୍ଗାଲୁରୁର କଲ୍ୟାଣନଗର ବାସିନ୍ଦା ବିଶ୍ବେଶ ଏକେ (୨୪)। ଉଦ୍ଧାର ହୋଇଥିବା ଅନ୍ୟ ଦୁଇ କର୍ମଚାରୀ ନିଶାନ୍ତ ଓ ମହମ୍ମଦ କାସିମ୍‌ ଚିକିତ୍ସା ପରେ ସୁସ୍ଥ ହେଉଥିବା ଜଣାପଡ଼ିଛି। ଘଟଣାକୁ ନେଇ ଗୋକର୍ଣ୍ଣ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Amitabh Bachchan: ସଞ୍ଜୟ ଗୁପ୍ତାଙ୍କ ମୃତ୍ୟୁରେ ଭାବୁକ ହେଲେ ଅମିତାଭ ବଚ୍ଚନ, ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)