Dead: ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ
"ଖଲ୍ଲିକୋଟ: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶି ଗ୍ରାମ ପକ୍ଷୀରାଜ ସାହିରେ ଆଜି ରାତି ୮ଟାରେ ବିଦ୍ୟୁତ୍ ଆଘାତରେ ଅଷ୍ଟମ ଶ୍ରେଣୀ ଛାତ୍ର ବିସ୍ମୟ ନାୟକ (୧୩) ପ୍ରାଣ ହରାଇଛନ୍ତି।
ସେ ନୀଳକଣ୍ଠେଶ୍ୱର ହାଇସ୍କୁଲରେ ଅଷ୍ଟମ ଶ୍ରେଣୀ ପଢ଼ୁଥିଲେ।
ଆଜି ଘରେ ବସି ବିଜ୍ଞାନ ପ୍ରକଳ୍ପ କାର୍ଯ୍ୟ କରୁଥିବା ବେଳେ ସୋଲଡରିଂରୁ ବିଦ୍ୟୁତ୍ ଆଘାତ ଲାଗିଥିଲା।
ପରିବାରବର୍ଗ ଓ ଗ୍ରାମବାସୀ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।Advertisment ବିଦ୍ୟୁତ୍ ଆଘାତରେ: ବାହୁବଳୀ ଦନ୍ତାହାତୀ ରାମୁର ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

