Dead: ବାପାଙ୍କ ଅଭିଯୋଗ କ୍ରମେ ୬ ଦିନ ପରେ ମାଟିତଳୁ ନାବାଳକର ମୃତଦେହ ଉଦ୍ଧାର

Aug 02, 2026 - 21:51
Dead: ବାପାଙ୍କ ଅଭିଯୋଗ କ୍ରମେ ୬ ଦିନ ପରେ ମାଟିତଳୁ ନାବାଳକର ମୃତଦେହ ଉଦ୍ଧାର

"ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳ ଶୁଣ୍ଢଳ ଗ୍ରାମ କଲୋନିସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଥିଲା।

ଗତ ୨୩ ଜୁଲାଇରେ ଟ୍ରାକ୍ଟର ଧକ୍କାରେ ୧୩ ବର୍ଷର ନାବାଳକ ଗୁରୁତର ହୋଇଥିବା ବେଳେ ଟ୍ରାକ୍ଟର ମାଲିକ ଏବଂ ଡ୍ରାଇଭର ଗୁରୁତର ନାବାଳକକୁ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Advertisment ତେବେ ହସ୍ପିଟାଲରେ ଭର୍ତ୍ତି କରିଥିବା ଲୋକେ ଗଛରୁ ପଡ଼ି ଗୁରୁତର ହୋଇଛି ବୋଲି କହିଥିଲେ।

ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମେଡିକାଲ କର୍ତ୍ତୃପକ୍ଷ ପୁଲିସକୁ କୌଣସି ଖବର ନଦେଇ ଶବଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ତେବେ ମୃତ ନାବାଳକ ମା"ଙ୍କ କହିବା ଅନୁସାରେ ଟ୍ରାକ୍ଟର ମାଲିକ ଏବଂ ଡ୍ରାଇଭର ତାଙ୍କୁ ଭୟଭୀତ କରି ୪୦ ହଜାର ଟଙ୍କା ଦେଇ ମୃତଦେହ ପୋତି ଦେବା ପାଇଁ କହି ଏହା କରିଥିଲେ।

ତେବେ ପରବର୍ତ୍ତୀ ସମୟରେ ମୃତ ନାବାଳକଙ୍କ ପିତା ଭଗବାନ ବୈଠା ବାଙ୍ଗାଲୋରରୁ ଆସି ଗୋରୁମହିଷାଣୀ ଥାନାରେ ଅଭିଯୋଗ କରିବା ପରେ ରାଇରଙ୍ଗପୁର ଅତିରିକ୍ତ ତହସିଲଦାର ପ୍ରତାପ ବେହେରା (ମାଜିଷ୍ଟ୍ରେଟ) ଏବଂ ଗୋରୁମହିଷାଣୀ ପୋଲିସର ଉପସ୍ଥିତିରେ ଶବକୁ ମାତିତଳୁ ଉଦ୍ଧାର କରି ବାରିପଦାକୁ ବ୍ୟବଚ୍ଛେଦ କରାଯାଇଥିଲା।

Road Block: ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ: ଉତ୍ତେଜିତ ଲୋକଙ୍କ ରାସ୍ତାରୋକ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ଡାକ୍ତର ପୁଲିସକୁ କାହିଁକି ଖବର ଦେଲେନି ତାହାକୁ ନେଇ ମଧ୍ୟ ଉଠିଛି ବଡ ପ୍ରଶ୍ନ ଉଠିଥିଲା।

ଦୁର୍ଘଟଣା ମାମଲା ଥିବାରୁ ପୁଲିସକୁ ସୂଚନା ଦେବାର ଦାୟିତ୍ୱ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଥିଲା କିନ୍ତୁ ସେମାନେ ନ ଜଣାଇବାରୁ ବ୍ୟବଚ୍ଛେଦ ନହୋଇ ଶବ ପଠାଯାଇଥିଲା।

୬ ଦିନ ପରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇଥିଲା।

ଫଳରେ ଶବ ପଚିସଢ଼ି ଯାଇଥିଲା।

ଉକ୍ତ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।

ଉକ୍ତ ଘଟଣାରେ କେବଳ ଟ୍ରାକ୍ଟର ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅବହେଳା କରିଥିବା ଡାକ୍ତର କିମ୍ବା ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ତେବେ ସେ ସମ୍ବନ୍ଧରେ ଦାୟିତ୍ୱରେ ଥିବା ଡାକ୍ତର ରାହୁଲ କୁମାରଙ୍କ ସହିତ ଯୋଗାଯୋଗ କରିବାରୁ ସନ୍ଧ୍ୟାବେଳେ ସେ କୁଆଟର ଥିବା ସମୟରେ ତାଙ୍କ ପାଖକୁ ଫୋନ୍ ଯାଇଥିଲା।

ପରେ ସେ ନାବାଳକଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ।

ସେ ଥାନାକୁ ସୂଚନା ଦେବା ପାଇଁ କହିବାରୁ ତାଙ୍କ ପରିବାର ଲୋକେ ଓ ଉପସ୍ଥିତ ଥିବା ଲୋକେ ଗଛରୁ ପଡିଛି କହିଥିଲେ ଏବଂ ପୋଲିସ କୁ ସୂଚନା ଦେବା ପାଇଁ ମନା କରିବାରୁ ସେ ପୋଲିସକୁ ସୂଚନା ଦେଇନଥିଲେ।

ସାହିତ୍ୟରେ ଥିବା ଡାକ୍ତର ଭୁଲ୍ କରିଥିବା ନେଇ ସେ ସ୍ୱୀକାର କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।