Dead: ପାଣିରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
"ଚିତ୍ରଡ଼ା: ମୟୂରଭଂଜ ଜିଲ୍ଲା ମୋରଡ଼ା ଥାନା ଅଧୀନ ସନ୍ୟାସୀ ଗ୍ରାମର ଜଣେ ଦିନମଜୁରିଆ ନଈ ପାରିହେବା ବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।
ମୃତ ମଜୁରିଆ ହେଉଛନ୍ତି ଗ୍ରାମର ବୁଧୁରାମ ମୁର୍ମୁଙ୍କ ପୁଅ ବାପୁନ ମୁର୍ମୁ(୫୩)।
ଖବରରୁ ପ୍ରକାଶ, ଖୁରୁଣ୍ଟିଆ ଗ୍ରାମରୁ ବିଲ ସାରି ଗୁରୁବାର ସଂଧ୍ୟାବେଳେ ବାପୁନ ବାରୁଡିହି ନଈ ପାରି ହୋଇ ଘରକୁ ଫେରୁଥିଲେ।Advertisment ବଢ଼ିପାଣି ଯୋଗୁ ସେ ନଈର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।
ଖବର ପାଇ ଚିତ୍ରଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅକ୍ଳାନ୍ତ ପରିଶ୍ରମ କରିବା ପରେ ପାଣି ଭିତରୁ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କିଶାନତାଣ୍ଡି ଡାକ୍ତରଖାନାକୁ ଆଣିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ମୋରଡ଼ା ଥାନା ପୁଲିସ ଡାକ୍ତରଖାନା ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନା ପଠାଇଥିବା ଥାନା ଅଧିକାରୀ ସୁମିତ କୁମାର ସୋରେନ ପ୍ରକାଶ କରିଛନ୍ତି।
Talented Student: ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।