Dead: ଡ୍ରାଇଭର-ହେଲପରଙ୍କ ଆକ୍ରମଣରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

Nov 07, 2026 - 19:39
Dead: ଡ୍ରାଇଭର-ହେଲପରଙ୍କ ଆକ୍ରମଣରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଭଦ୍ରକ (ହରିହର ନାୟକ): ସାମାନ୍ୟ କଥାରୁ ଏତେ ବଡ଼ ଅଘଟଣ!

ବସ୍‌ରେ ବିଶ୍ରାମ ନେବାକୁ ଜିଦ୍‌ କରିବା ଜଣେ ଅସହାୟ ବ୍ୟକ୍ତିଙ୍କ ପାଇଁ ଶେଷରେ ମୃତ୍ୟୁର କାରଣ ପାଲଟିଲା।

ବସ୍‌ ଡ୍ରାଇଭର ଓ ହେଲପରଙ୍କ ମାଡ଼ରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଭଦ୍ରକ ଟାଉନ୍‌ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି।

ଚରମ୍ପାସ୍ଥିତ ଜାତୀୟ ପେଟ୍ରୋଲ ପମ୍ପ ନିକଟରେ ନଭେମ୍ବର ୩ ତାରିଖରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Advertisment ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚରମ୍ପା ଜାତୀୟ ପେଟ୍ରୋଲ ପମ୍ପ ନିକଟରେ ଏକ ଘରୋଇ ବସ୍‌ ଠିଆ ହୋଇଥିଲା।

ଏହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ବସ୍‌ ନିକଟକୁ ଆସି ଭିତରେ ବିଶ୍ରାମ ନେବାକୁ ଜିଦ୍‌ କରିଥିଲେ।

ତାଙ୍କୁ ବାରଣ କରାଯିବା ସତ୍ତ୍ୱେ ସେ ନ ଯିବାରୁ ବସ୍‌ ଚାଳକ ପ୍ରଫୁଲ୍ଲ କୁମାର ନାୟକ ଓ ହେଲପର ଶିବା ମହାକୁଡ଼ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Tapu Nayak Death Case: ଶିଶୁପାଳଗଡ଼ ତପୁ ନାୟକ ହତ୍ୟା ମାମଲାର ଫିଟିଲା ଗୁମର ଅଭିଯୋଗ ମୁତାବକ, ଉଭୟ ଗୋଇଠା, ଚାପୁଡ଼ା ଓ ବେଲ୍ଟରେ ତାଙ୍କୁ ଆକ୍ରମଣ କରିଥିଲେ।

ଫଳରେ ବ୍ୟକ୍ତି ଜଣକ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ।

ପରେ ପୁଲିସକୁ ସୂଚନା ଦେଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରଥମେ ଏହାକୁ ନେଇ ଟାଉନ୍‌ ଥାନାରେ ଅପମୃତ୍ୟୁ ମାମଲା (ୟୁଡି କେସ୍‌ ନଂ-୨୧, ତା.୦୩.୧୧.୨୦୨୬) ରୁଜୁ କରାଯାଇ ତଦନ୍ତ ହୋଇଥିଲା।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତକଙ୍କ ଶରୀରରେ ଆଘାତ ଏବଂ ମୁଣ୍ଡରେ ଗଭୀର କ୍ଷତ ଥିବା ଜଣାପଡ଼ିଥିଲା।

ମୁଣ୍ଡରେ ସୃଷ୍ଟି ହୋଇଥିବା ଗୁରୁତର ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଡାକ୍ତରୀ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଉଲ୍ଲେଖ ରହିଛି।

ଏହାପରେ ଟାଉନ୍‌ ଥାନାର ଏସ୍‌ଆଇ ପତିତପାବନ ମହାପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ କେସ୍‌ ନଂ-୦୬୭୦/୨୦୨୬, ବିଏନ୍‌ଏସ୍‌ର ଧାରା ୧୦୩(୧)/୩(୫) ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି।

ମାମଲାର ତଦନ୍ତ ଭାର ଇନ୍ସପେକ୍ଟର ମନୋହର ପାତ୍ରଙ୍କୁ ଦିଆଯାଇଛି।

ଜଣେ ଅସହାୟ ଓ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ତଦନ୍ତର ଅଗ୍ରଗତି ଓ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)