Dead: ଛାତରୁ ଖସି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Sep 24, 2026 - 21:55
Dead: ଛାତରୁ ଖସି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି।

ଛାତରୁ ଖସି ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, କୃଷ୍ଣ ନାମକ ଏହି ଛାତ୍ର ଗୁରୁବାର ଅପରାହ୍ନରେ ସାଙ୍ଗମାନଙ୍କ ସହ ଘର ଛାତ ଉପରେ ବସି ମୋବାଇଲ ଦେଖୁଥିଲେ।

ହଠାତ୍ ବର୍ଷା ଆରମ୍ଭ ହେବାରୁ ସେ ତଳକୁ ଆସୁଥିବା ବେଳେ ଓଦା ଛାତରେ ଗୋଡ଼ ଖସି ତଳକୁ ପଡ଼ିଯାଇଥିଲେ।

Advertisment ଫଳରେ ତାଙ୍କ ମୁହଁ, ପାଟି ଓ ଆଖିରେ ଗୁରୁତର ଆଘାତ ଲାଗିଥିଲା।

ପରିବାର ଲୋକେ ତୁରନ୍ତ ତାଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ।

ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ମାତ୍ର ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ବିଏମ୍‌ସି ଅଫିସ୍‌ର ଛାତରୁ ଖସିଲା ସିଲିଂ, କାରଣ ଅସ୍ପଷ୍ଟ ମୃତ କୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲାର ପଟିଗୁଡା ଗ୍ରାମରେ ହୋଇଥିବା ବେଳେ ସେ ଛୋଟବେଳୁ ଚନ୍ଦ୍ରଗିରିସ୍ଥିତ ମାମୁଁଘରେ ରହି ପାଠପଢ଼ା କରୁଥିଲେ।

ସେ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲେ।

ଜଣେ ମେଳାପୀ, ଭଦ୍ର ଓ ମେଧାବୀ ଛାତ୍ର ଭାବେ ସେ ସମସ୍ତଙ୍କ ପ୍ରିୟ ଥିବାରୁ ତାଙ୍କ ଅକାଳ ବିୟୋଗରେ ବିଦ୍ୟାଳୟ ସହ ସମଗ୍ର ଚନ୍ଦ୍ରଗିରି ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)