Dead: କାର ଭିତରୁ ସନ୍ଦେହଜନକ ଅବସ୍ଥାରେ ଚାଳକଙ୍କ ମୃତଦେହ ଉଦ୍ଧାର

Oct 21, 2026 - 21:50
Dead: କାର ଭିତରୁ ସନ୍ଦେହଜନକ ଅବସ୍ଥାରେ ଚାଳକଙ୍କ ମୃତଦେହ ଉଦ୍ଧାର

"ଧଉଳି (ନିରଞ୍ଜନ ସେନାପତି): ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଦୁର୍ଗା ମଣ୍ଡପ ନିକଟସ୍ଥ ଏକ ବାର ସମ୍ମୁଖ ରାସ୍ତାରୁ ଆଜି ଅପରାହ୍ନ ୨ଟା ବେଳେ ସନ୍ଦେହ ଜନକ ଅବସ୍ଥାରେ ଜଣେ କାର ଚାଳକଙ୍କ ମୃତଦେହ ଉଦ୍ଧାର ହୋଇଛିl ମୃତକ ହେଲେ କୌଶଲ୍ୟା ଗଙ୍ଗ ଫାଣ୍ଡି ଅଧୀନ ଉତ୍ତରା ବାଲିସାହିରେ ରହୁଥିବା ୫୧ ବର୍ଷୀୟ ବ୍ୟକ୍ତି ଲଳିତ ମୋହନ ମହାପାତ୍ରl  Advertisment ଏକ ଦୋକାନ ସମ୍ମୁଖରେ କାର ଦୀର୍ଘ ସମୟ ଧରି ପାର୍କିଂ ହୋଇଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା।

ଲୋକମାନେ ଗାଡ଼ି ଭିତରେ ଲଳିତ ମୋହନଙ୍କୁ ମୁର୍ମୁଷୁ ଅବସ୍ଥାରେ ଦେଖି ସନ୍ଦେହ ଆହୁରି ବଢ଼ିଯାଇଥିଲାl ସଂକ୍ରାନ୍ତରେ ସେମାନେ ଧଉଳି ଥାନାକୁ ଫୋନ କରି ଜଣାଇଥିଲେl  ଖବର ପାଇ ଧଉଳି ଥାନା ଏଏସ୍‌ଆଇ ମନ୍ମଥ ବେହେରା ଏବଂ ପ୍ରବୀର ଲେଙ୍କା ପହଞ୍ଚି ଲଳିତ ମୋହନଙ୍କୁ ଉଦ୍ଧାର କରି ୧0୮ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେl ହେଲେ ଡାକ୍ତର ସେଠାରେ ଲଳିତଙ୍କୁ.

ମୃତ ଘୋଷଣା କରିଥିଲେl ଆଧାର ପରିଚୟ ସୂଚନା ଅନୁସାରେ ଲଳିତଙ୍କ ଘର କଟକ କଣ୍ଟି ଅଞ୍ଚଳରେl ସେ ଉତ୍ତରାରେ ରଶ୍ମି ରଞ୍ଜନ ମହାନ୍ତିଙ୍କ ଘର ଭଡା ନେଇ ପରିବାର ଲୋକଙ୍କ ସହ ରହୁଥିଲେl ସେ ଜଣେ ଡାକ୍ତରଙ୍କ ଗାଡି ଡ୍ରାଇଭର ଭାବେ କାମ କରୁଥିଲେl  Dhauli Police Station: ବାପାଙ୍କୁ ଅପହରଣ ନେଇ ପୁଅର ଧଉଳି ଥାନାରେ ଅଭିଯୋଗ ଆଜି ପୂର୍ବାହ୍ନରେ ପତ୍ନୀଙ୍କୁ ମନ୍ଦିରରେ ଗାଡି ପୂଜା କରିବାକୁ ଯାଉଛି କହି ବାହାରି ଆସିଥିଲେl ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂଚନା ଅନୁସାରେ ଲଳିତ ବାରକୁ ମଦ ଆଣିବାକୁ ଯାଇଥିଲେ l କିଛି ସମୟ ପରେ ବାର ରାସ୍ତା ଆଡୁ ଫେରି କାର ଭିତରେ ବସିଥିଲେl ହେଲେ କାର ଦୀର୍ଘ ଘଣ୍ଟା ଧରି ପାର୍କିଂ ହେବା ଦେଖି ସ୍ଥାନୀୟ ଲୋକମାନେ ଆସି ଡୋର ବାଡେଇ ଡାକିଥିଲେl ହେଲେ କିଛି ଉତ୍ତର ନମିଳିବାରୁ ପୁଲିସକୁ ଜଣାଇଥିଲେl ତେବେ ଅତ୍ୟଧିକ ନିଶା ସେବନ ପରେ ହୃଦଘାତ ଯୋଗୁ ଲଳିତଙ୍କ ମୃତ୍ୟୁ ଘଟିଛି କି ଅନ୍ୟ କୌଣସି କାରଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛିl"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)