Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ

Oct 14, 2026 - 00:30
Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ

"ପୁଣେ: ମହାରାଷ୍ଟ୍ରର ପୁଣେରେ ଜଣେ ୩୩ ବର୍ଷୀୟା ଆଇଟି ଇଞ୍ଜିନିୟରଙ୍କ ଆତ୍ମହତ୍ୟାକୁ ନେଇ ଯୌତୁକ ନିର୍ଯାତନା ଅଭିଯୋଗ ଉଠିଛି।

ତାଙ୍କ ଦରମା ଶାଶୂଘର ଲୋକଙ୍କୁ ଦେବା, ବାପଘରର ଫ୍ଲାଟ୍‌ ଶାଶୂଙ୍କ ନାମରେ କରିବା ଏବଂ ଶ୍ୱଶୁରଙ୍କ ପାଇଁ ୧ କୋଟି ଟଙ୍କାର ଫ୍ଲାଟ୍‌ କିଣିବାକୁ ଚାପ ପକାଯାଉଥିବା ତାଙ୍କ ପରିବାର ଅଭିଯୋଗ କରିଛି।

ମୃତ ମହିଳା ହେଉଛନ୍ତି ତୃଷ୍ଣା ରାହୁଲ ସକପାଲ।

ପୁଲିସ ତାଙ୍କ ସ୍ୱାମୀ ଓ ଶାଶୂଘରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି।Advertisment ତୃଷ୍ଣା ୨୦୧୮ରେ ରାହୁଲ ସକପାଲଙ୍କୁ ବିବାହ କରିଥିଲେ।

ତାଙ୍କ ବାପା ବାଳକୃଷ୍ଣ ନିକମ୍‌ ପୁଲିସରେ ଦେଇଥିବା ଅଭିଯୋଗ ଅନୁସାରେ, ବିବାହ ପରଠାରୁ ତୃଷ୍ଣାଙ୍କ ଉପରେ ଆର୍ଥିକ ଚାପ ପକାଯାଉଥିଲା।

ନିଜର ସମ୍ପୂର୍ଣ୍ଣ ଦରମା ଶାଶୂଘର ଲୋକଙ୍କୁ ଦେବା ସହ ବାପଘରର ଫ୍ଲାଟ୍‌ ଶାଶୂ ବୈଶାଳୀଙ୍କ ନାମରେ କରିବାକୁ କୁହାଯାଉଥିଲା।

ଏଥିସହ ଶ୍ୱଶୁର ସଞ୍ଜୟଙ୍କ ପାଇଁ ୧ କୋଟି ଟଙ୍କାର ଫ୍ଲାଟ୍‌ କିଣିବାକୁ ମଧ୍ୟ ଚାପ ପକାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଶାରୀରିକ ନିର୍ଯାତନାର ଶିକାରତୃଷ୍ଣା ଶାରୀରିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରି ମାନସିକ ଚାପରେ ୨୦୨୧ରେ ବାପଘରକୁ ଫେରିଆସିଥିଲେ।

ପରେ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିବା ଉଦ୍ଦେଶ୍ୟରେ ଛାଡ଼ପତ୍ର ପାଇଁ ମାମଲା ଦାଏର କରିଥିଲେ।

ଏହି ମାମଲା ଏବେ ଅଦାଲତରେ ବିଚାରାଧୀନ ରହିଛି।

ସେପ୍ଟେମ୍ବର ୨୯ ତାରିଖରେ ତୃଷ୍ଣା ନିଜ ଘରେ ଆତ୍ମହତ୍ୟା କରିଥିବା ରିପୋର୍ଟ ହୋଇଛି।

ପୁଲିସ ତାଙ୍କ ନିକଟରୁ ଏକ ଚିଠି ଜବତ କରିଛି।

ସେଥିରେ ସେ ନିଜ ସ୍ୱାମୀ ରାହୁଲ, ଶାଶୂ ବୈଶାଳୀ, ଶ୍ୱଶୁର ସଞ୍ଜୟ, ନଣନ୍ଦ ଶୈଳୀ ଓ ସ୍ୱାମୀଙ୍କ ଜେଜେମା" ଶକୁନ୍ତଳା ସାଲୁଙ୍କେଙ୍କୁ ନିଜ ମୃତ୍ୟୁ ପାଇଁ ଦାୟୀ କରିଥିବା ରିପୋର୍ଟରେ କୁହାଯାଇଛି।

ତୃଷ୍ଣାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ଉପରୋକ୍ତ ପାଞ୍ଚ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛି।

ପୁଲିସ ଘଟଣାର ତଦନ୍ତ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)