DCP Resign: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା

Jul 06, 2026 - 08:46
DCP Resign: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା

"ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି ।

ଏହି ସୂଚନାକୁ ସ୍ପଷ୍ଟ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡିଜିପି ଓ୍ବାଇ .ବି ଖୁରାନିଆ ।

ଡିଜିପିଙ୍କ ଅନୁସାରେ, ୨୦୧୩ ବ୍ୟାଚ୍‌ର IPS ଅଧିକାରୀ ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ନିଜ ପଦରୁ ପଦତ୍ୟାଗ କରିଛନ୍ତି ।

ଭୁବନେଶ୍ୱରର ଆଇନ-ଶୃଙ୍ଖଳା ଦାୟିତ୍ୱ ରଖୁଥିବା ଡିସିପି ଭାବେ ସେ କାର୍ଯ୍ୟରତ ଥିଲେ ।Advertisment ବ୍ୟକ୍ତିଗତ କାରଣରୁ ଇସ୍ତଫା ଏହା ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଏସ୍‌ପି ଏବଂ ଗଞ୍ଜାମ ଏସ୍‌ପି ଭାବେ ମଧ୍ୟ ଦାୟିତ୍ୱ ସଫଳତାର ସହିତ ନିଭାଇଥିଲେ ।

ତାଙ୍କର ଇସ୍ତଫା ପରେ ପ୍ରଶାସନିକ ମହଲରେ ଆଲୋଚନା ଆରମ୍ଭ ହୋଇଛି ।

ତଥାପି ଡିଜିପି ସ୍ପଷ୍ଟ କରିଛନ୍ତି ଯେ, ଏହା ସଂପୂର୍ଣ୍ଣ ଭାବେ ବ୍ୟକ୍ତିଗତ କାରଣରୁ ନିଆଯାଇଥିବା ନିଷ୍ପତ୍ତି ।

ସରକାରଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଯାଇଥିବା ନେଇ ବି ସୂଚନା ଦେଇଛନ୍ତି  ପୁଲିସ ମହାନିର୍ଦ୍ଦେଶକ ଡିଜିପି ଓ୍ବାଇ .ବି ଖୁରାନିଆ ।

ଏଣେ ସେ ଏକ ଘରୋଇ କଂପାନିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

Rainfall in Kandhamal: କନ୍ଧମାଳରେ ବର୍ଷା ବିତ୍ପାତ: ସାଲୁଙ୍କୀ, ବାଘ ଓ ଖଡ୍‌ଗ ନଦୀରେ ବନ୍ୟାଜଳ "