DCP Jagmohan Meena Resigns: ବଡ଼ ଖବର: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା

Jul 06, 2026 - 09:24
DCP Jagmohan Meena Resigns: ବଡ଼ ଖବର: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା

ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା। ୨୦୧୩ ବ୍ୟାଚ୍ ର IPS ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍ ପି ଭାବେ କାମ କରିଥିଲେ। 

୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ୨୦୧୨ରେ ଆଇପିଏସ ପାଇଥିଲେ । ୨୦୧୩ରେ ସେ କଳାହାଣ୍ଡି ଜିଲ୍ଲାରେ SDPO ଭାବେ କାମ ଆରମ୍ଭ କରିଥିଲେ। ଇସ୍ତଫା ପରେ ସେ ଏକ ଘରୋଇ କମ୍ପାନୀରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।