Day of the Girl Child ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ: ବାଲ୍ୟବିବାହ ବିରୋଧୀ ସଚେତନତା ପଦଯାତ୍ରା

Oct 11, 2026 - 18:52
Day of the Girl Child ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ: ବାଲ୍ୟବିବାହ ବିରୋଧୀ ସଚେତନତା ପଦଯାତ୍ରା

"ଛତ୍ରପୁର(ବସନ୍ତ କୁମାର ମହାରଣା): ଗଞ୍ଜାମ ପୁଲିସ, ମହିଳା ଓ ଶିଶୁ ଅପରାଧ ନିବାରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ଶନିବାର ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଛି।

ଚଳିତ ବର୍ଷର ବିଷୟବସ୍ତୁ ରହିଛି "ବାଲ୍ୟବିବାହ ଅନ୍ତ କରନ୍ତୁ ଏବଂ କନ୍ୟା ସନ୍ତାନଙ୍କ ଉପରେ ବିନିଯୋଗ କରନ୍ତୁ"।Advertisment Marriage: ଦେବଗଡର ୩୬୪ ଗ୍ରାମ ଓ ପୌରାଞ୍ଚଳର ୧୧ ୱାର୍ଡ "ବାଲ୍ୟ ବିବାହ ମୁକ୍ତ" ଘୋଷିତ ଏହି ଅବସରରେ ଗଞ୍ଜାମ ପୁଲିସ ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ପହଞ୍ଚିଥିଲା।

ରାଲିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ ଓ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା।

Child marriage: ଘରେଘରେ ବାଲ୍ୟ ବିବାହ; ୩୩ ବର୍ଷରେ ଆଈ, ଜେଜେମାଆ ସମାଜରୁ ଲିଙ୍ଗଗତ ବୈଷମ୍ୟ ଦୂର କରି ଝିଅମାନଙ୍କୁ ସମାନ ସୁଯୋଗ ଓ ଅଧିକାର ପ୍ରଦାନ ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଥିଲା।

ପରେ ବାଲ୍ୟବିବାହ ରୋକିବା ସମେତ ବିଭିନ୍ନ ସାମାଜିକ ପ୍ରସଙ୍ଗ ନେଇ ଶପଥ ପାଠ କରାଯାଇଥିଲା।

ବାଲ୍ୟ ବିବାହ ପରେ ବୋହୂକୁ ଉଚ୍ଚଶିକ୍ଷିତ କରିବା ପାଇଁ ସ୍କୁଲରେ ନାମ ଲେଖାଇଲେ ଶାଶୁକାର୍ଯ୍ୟକ୍ରମରେ ଗଞ୍ଜାମ ପୁଲିସ ଜିଲ୍ଲା ଅତିରିକ୍ତ ଏସ୍‌ପି ଚିନ୍ମୟ କୁମାର ନାୟକ, ଡିସିପିଓ ରାଜଶ୍ରୀ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ୟୁନିସେଫ୍‌ ଜିଲ୍ଲା ସଂଯୋଜକ ଦେବବ୍ରତ ମହାନ୍ତ, ପୋଲିସ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କାଳୁ ଚରଣ ବେହେରା, ପ୍ରତିଭା କଲେଜ ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, ଛତ୍ରପୁର ସିଡିପିଓ ପ୍ରଣମିତା ପଣ୍ଡା ଓ ଗଞ୍ଜାମ ସିଡିପିଓ ସରିତା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଆଲୋକପାତ କରିଥିଲେ।

ସୂଚନା ଅନୁସାରେ, ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ୨୧ଟି ବାଲ୍ୟବିବାହକୁ ରୋକାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)