Davis Cup: ଶୁକ୍ରବାରଠୁ କୋରିଆ ବିପକ୍ଷ ଡେଭିସ୍ କପ୍ ମ୍ୟାଚ୍: ଫାଇନାଲ୍ ୮ରେ ପହଞ୍ଚିବା ଲକ୍ଷ୍ୟରେ ଭାରତ...
"ସିଓଲ: ଚଳିତ ଡେଭିସ୍ କପ୍ କ୍ବାଲିଫାୟର ରାଉଣ୍ଡ-୨ରେ ଶୁକ୍ରବାର ସିଓଲରେ ଘରୋଇ ଦଳ ଦକ୍ଷିଣ କୋରିଆକୁ ଭେଟିବ ଭାରତ।
ନେଦରଲାଣ୍ଡ୍ସକୁ ହରାଇ ଏହି ରାଉଣ୍ଡକୁ ଆସିଥିବା ଭାରତ ଏବେ ଫାଇନାଲ୍-୮ରେ ପହଞ୍ଚିବା ଲକ୍ଷ୍ୟ ନେଇ କୋର୍ଟକୁ ଓହ୍ଲାଇବ।
ଏକକରେ ଏକମାତ୍ର ଦକ୍ଷିଣ କୋରିଆ ଖେଳାଳି ଭାବେ ୨ଟି ଏଟିପି ଟୁର୍ ଟ୍ରଫି ଜିତିଥିବା ସୁନଉ କ୍ବନ୍ଙ୍କ ବିପକ୍ଷରୁ ଦକ୍ଷିଣେଶ୍ବର ସୁରେଶ ଅଭିଯାନ ଆରମ୍ଭ କରିବେ।
ସିଓଲର ସ୍ଲୋ ଓ କମ୍ ବାଉନ୍ସ ପିଚ୍ରେ ବିଶ୍ବର ୧୫୦ ନମ୍ବର ଖେଳାଳି କ୍ବନ୍ଙ୍କ ବିପକ୍ଷରେ ଖେଳିବା ୨୬ ବର୍ଷୀୟ ଦକ୍ଷିଣେଶ୍ବର ବଡ଼ ଆହ୍ବାନ ହେବ।Advertisment ଆହୁରି ପଢ଼ନ୍ତୁ- Gas Cylinder Explodes: ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା କଣ୍ଟେନର ଗତ ଫେବ୍ରୁଆରିରେ ୩୬୭ ନମ୍ବର ଦକ୍ଷିଣେଶ୍ବର ଚମତ୍କାର ପ୍ରଦର୍ଶନ ବଳରେ ଭାରତ ନାଟକୀୟ ଭାବେ ୩-୨ରେ ନେଦରଲାଣ୍ଡ୍ସକୁ ମାତ୍ ଦେଇଥିଲା।
ତେଣୁ ତାଙ୍କ ଉପରେ ଭାରତ ଭରସା ରଖିଛି। ଅନ୍ୟ ଏକକ ମ୍ୟାଚ୍ରେ ଭାରତର ୧ନମ୍ବର ଖେଳାଳି ସୁମିତ ନଗଲ ଭେଟିବେ ୫୬୭ ନମ୍ବର ହିଓନ୍ ଚୁଙ୍ଗ୍ଙ୍କୁ।
ଚୁଙ୍ଗ ୨୦୧୮ ଅଷ୍ଟ୍ରେଲିଆନ୍ ଓପନ୍ରେ ଆଲେକ୍ଜାଣ୍ଡର ଭେରେଭ୍ (ରାଉଣ୍ଡ-୩) ଓ ନୋଭାକ ଜୋକୋଭିକ୍ (ରାଉଣ୍ଡ-୪)ଙ୍କ ଭଳି ଖେଳାଳି ହରାଇ ସେମିଫାଇନାଲ୍ରେ ପହଞ୍ଚିଥିଲେ।
ରୋଜର ଫେଡେରେର୍ଙ୍କଠୁ ହାରି ବିଦାୟ ନେଇଥିଲେ।
ଚୁଙ୍ଗ ଲଗାତାର ଆହତ ଜନିତ ସମସ୍ୟାରେ ପଡ଼ିବାରୁ ତାଙ୍କ ମାନ୍ୟତାରେ ଅବନତି ଘଟିଛି।
ଯୁଗଳରେ ଭାରତର ମଙ୍ଗ ଧରିବେ ଅଭିଜ୍ଞ ଏନ୍ ଶ୍ରୀରାମ ବାଲାଜୀ ଓ ଆହତ ୟୁକି ଭାମ୍ବ୍ରିଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ନିକି ପୂନାଚା।
ପୂନାଚା ଡାକରା ପାଇ ବୁଧବାର ସନ୍ଧ୍ୟାରେ ସିଓଲରେ ପହଞ୍ଚିଥିଲେ।
ଏହି ଯୋଡ଼ି ଉଇସୁଙ୍ଗ ପାର୍କ ଓ ଜିସୁଙ୍ଗ ନାମ୍ଙ୍କୁ ଭେଟିବେ।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
