Dandiya Khatam, Parcel Return’: ଦାଣ୍ଡିଆ ଖେଳ ଶେଷ ଆରମ୍ଭ ହେଲା ପୋଷାକ ଫେରାଇବାର ଭିଡ଼

Oct 17, 2026 - 17:42
Dandiya Khatam, Parcel Return’: ଦାଣ୍ଡିଆ ଖେଳ ଶେଷ ଆରମ୍ଭ ହେଲା ପୋଷାକ ଫେରାଇବାର ଭିଡ଼

"ନୂଆଦିଲ୍ଲୀ: ନବରାତ୍ରି ଓ ଦାଣ୍ଡିଆ ରାତିରେ ସମସ୍ତେ ସବୁଠାରୁ ଅଲଗା ଓ ସୁନ୍ଦର ଦେଖାଯିବାକୁ ଚାହାନ୍ତି।

କେହି ଚମକଦାର ଲେହେଙ୍ଗା ବାଛନ୍ତି ତ ଆଉ କେହି ପାରମ୍ପରିକ ଘାଘରା ଚୋଲି ପିନ୍ଧିବାକୁ ପସନ୍ଦ କରନ୍ତି।

ଏଥିପାଇଁ କିଛି ଲୋକ ଟଙ୍କା ବଞ୍ଚାଇବା ଉଦ୍ଦେଶ୍ୟରେ ଅନଲାଇନ୍‌ରେ ପୋଷାକ ମଗାଇଥାନ୍ତି ଏବଂ କାର୍ଯ୍ୟକ୍ରମ ଶେଷ ହେବା ପରେ ତାହାକୁ ଫେରାଇ ଦେଇଥାନ୍ତି।

ଏହି ସମସ୍ୟା ସହ ଜଡ଼ିତ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଦ୍ରୁତଗତିରେ ଭାଇରାଲ୍ ହେଉଛି।Advertisment ପ୍ରକୃତରେ ଏହି ଭିଡିଓରେ ଦାଣ୍ଡିଆ ଶେଷ ହେବା ପରେ ଫେରାଇ ଦିଆଯାଉଥିବା ଅନଲାଇନ୍ ପାର୍ସଲ୍‌ଗୁଡ଼ିକର ଦୃଶ୍ୟ ଦେଖିବାକୁ ମିଳୁଛି।

ଜଣେ ପାର୍ସଲ୍ ଡେଲିଭରି କର୍ମଚାରୀ ନିଜେ ଏହି ଭିଡିଓ ତିଆରି କରିଛନ୍ତି।

ଭିଡିଓଟି ଦେଖିବାକୁ କୌଣସି ଏକ କଲେଜ ବାହାରର ଦୃଶ୍ୟ ପରି ଲାଗୁଛି।

ସେଠାରେ ୩ରୁ ୪ ଜଣ ପାର୍ସଲ୍ ଡେଲିଭରି କର୍ମଚାରୀ ଫେରସ୍ତ ଅର୍ଡର ସଂଗ୍ରହ କରିବାକୁ ପହଞ୍ଚିଛନ୍ତି।

ସବୁଆଡ଼େ ଫେରସ୍ତ ପାର୍ସଲ୍ ଭିଡିଓରେ ଏଠିସେଠି ପାର୍ସଲ୍ ପ୍ୟାକେଟ୍ ପଡ଼ିଥିବା ଦେଖାଯାଉଛି।

କିଛି ପାର୍ସଲ୍ ବାଇକ୍ ଉପରେ ଲଦା ହୋଇଥିବା ବେଳେ ଆଉ କିଛି ଭୂମିରେ ପଡ଼ିଛି।

ଭିଡିଓରେ ଲେଖାଯାଇଥିବା ବାର୍ତ୍ତାରୁ ବୁଝାପଡ଼ୁଛି ଯେ ଦାଣ୍ଡିଆ ପାଇଁ ପୋଷାକ ମଗାଗଲା, ପିନ୍ଧି ଫଟୋ ଉଠାଗଲା, କାର୍ଯ୍ୟକ୍ରମ ଶେଷ ହେଲା ଏବଂ ଏବେ ପୋଷାକ ଫେରାଇ ଦିଆଗଲା।...." ଆଜିକାଲି ଅନଲାଇନ୍‌ରେ ସପିଂ କରିବା ଏତେ ସହଜ ହୋଇଯାଇଛି ଯେ ପର୍ବପର୍ବାଣି ପାଇଁ ପୋଷାକ କିଣିବା ମଧ୍ୟ କେବଳ କିଛି କ୍ଲିକ୍‌ର କାମ।

ମନପସନ୍ଦର ପୋଷାକ ବାଛିବା, ଆକାର ଚୟନ କରିବା ଓ ଟଙ୍କା ପୈଠ କରିବା ପରେ କିଛି ଦିନ ମଧ୍ୟରେ ପାର୍ସଲ୍ ଘରେ ପହଞ୍ଚିଯାଉଛି।

କିନ୍ତୁ କିଛି ଗ୍ରାହକ ପୋଷାକ ବ୍ୟବହାର କରିବା ପରେ ତାହାକୁ ଫେରାଇ ଦେବାରୁ ସମସ୍ୟା ସୃଷ୍ଟି ହେଉଛି।

ବିକ୍ରେତାଙ୍କ ପାଇଁ ବଢ଼ୁଛି ସମସ୍ୟା ପାର୍ବଣ ଋତୁରେ ଏଭଳି ପରିସ୍ଥିତି ଛୋଟ ଅନଲାଇନ୍ ବିକ୍ରେତାଙ୍କ ପାଇଁ ବିଶେଷ ଭାବେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।

ଗ୍ରାହକଙ୍କ ପାଖରେ ଗୋଟିଏ ପୋଷାକ ପହଞ୍ଚାଇବା ପାଇଁ ପ୍ୟାକିଂ, ଡେଲିଭରି ଓ ଅନ୍ୟାନ୍ୟ ଖର୍ଚ୍ଚ ହୋଇଥାଏ।

ପୋଷାକ ଫେରସ୍ତ ହେଲେ ତାହାକୁ ପୁଣି ବିକ୍ରେତାଙ୍କ ପାଖକୁ ଆଣିବାକୁ ପଡ଼େ।

ଅନେକ ସମୟରେ ବ୍ୟବହୃତ ପୋଷାକକୁ ପୂର୍ବ ପରି ଅବସ୍ଥାରେ ପୁଣି ବିକ୍ରି କରିବା ମଧ୍ୟ ସହଜ ହୋଇ ନଥାଏ।

୪୦ରୁ ୫୦ଟି ପାର୍ସଲ୍ ଫେରସ୍ତ!

ପ୍ରତ୍ୟେକ ଗ୍ରାହକ ଏପରି କରନ୍ତି ନାହିଁ।

ଅନେକ ସମୟରେ ଉପଯୁକ୍ତ କାରଣ ପାଇଁ ମଧ୍ୟ ଜିନିଷ ଫେରାଇବାକୁ ପଡ଼ିଥାଏ।

ଯେପରିକି ପୋଷାକର ଆକାର ଠିକ୍ ନ ହେବା, ରଙ୍ଗ ଅଲଗା ହେବା କିମ୍ବା ଜିନିଷରେ ତ୍ରୁଟି ରହିବା।

ଏଭଳି ପରିସ୍ଥିତିରେ ଫେରସ୍ତ ସୁବିଧା ଜରୁରୀ।

କିନ୍ତୁ ଭାଇରାଲ୍ ଭିଡିଓରେ ଅନେକ ଛାତ୍ରଛାତ୍ରୀ ପାର୍ସଲ୍ ଫେରାଇଥିବା ଦେଖିବାକୁ ମିଳୁଛି।

ଭିଡିଓ ତିଆରି କରୁଥିବା ବ୍ୟକ୍ତି ଅନ୍ୟ ପାର୍ସଲ୍ କର୍ମଚାରୀଙ୍କୁ ସେମାନଙ୍କ ପାଖରେ କେତେ ଫେରସ୍ତ ପାର୍ସଲ୍ ଅଛି ବୋଲି ପଚାରୁଛନ୍ତି।

ଏହାର ଉତ୍ତରରେ ଜଣେ ୨୫ଟି ଓ ଅନ୍ୟ ଜଣେ ୨୦ଟି ପାର୍ସଲ୍ ଥିବା କହୁଛନ୍ତି।

ଆଉ ଦୁଇଜଣ ୪୫ରୁ ୫୦ଟି ପର୍ଯ୍ୟନ୍ତ ଫେରସ୍ତ ଅର୍ଡର ଥିବା କହୁଥିବା ଦେଖାଯାଉଛି।

Dandiya khatam ...

Dress returnShameless generation pic.twitter.com/Jzqye1WZeV — Nishant (@Nishantchant) October 16, 2026 ସୋସିଆଲ୍ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା ଏହି ଭିଡିଓକୁ ନେଇ ଅନେକ ବ୍ୟବହାରକାରୀ ନିଜ ନିଜର ମତ ଦେଉଛନ୍ତି।

ଜଣେ ବ୍ୟବହାରକାରୀ କହିଛନ୍ତି ଯେ ଏଭଳି ଲୋକଙ୍କ ପାଇଁ ଭଲ ଗ୍ରାହକମାନେ ମଧ୍ୟ ଅସୁବିଧାରେ ପଡ଼ୁଛନ୍ତି।

ବାଂଲାଦେଶ କକ୍ସ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ମୃତ, ୯ ଗୁରୁତର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)