Daily Horoscope 9th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ହଜମ ପ୍ରକ୍ରିୟା, ସ୍ନାୟୁ ସମସ୍ୟାରେ ହଇରାଣ ହୋଇପାରନ୍ତି । ବ୍ୟବସାୟରେ ଗ୍ରାହକମାନେ ପ୍ରଚୁର ପରିମାଣରେ ରହିବେ । ପାରିବାରିକ ଚାପରେ ବୃଦ୍ଧି ଘଟିବାର ସମ୍ଭାବନା ଅଛି ।
ଦ୍ୱିଜା- ବିବାହିତ ଜୀବନ ବିଷୟରେ ଭଲ ଅନୁଭବ କରିପାରିବେ । ଯେକୌଣସି ସମ୍ପତ୍ତି ବିକ୍ରୟରୁ ଟଙ୍କା ରୋଜଗାର କରିବାର ସୁଯୋଗ ଆସିପାରେ । ଛାତ୍ରଛାତ୍ରୀମାନେ ସହଜରେ ପଢୁଥିବା ଯେକୌଣସି ଜିନିଷକୁ ସ୍ମରଣ ରଖିପାରିବେ ।
କୃତିକା- ଟଙ୍କାକୁ ଭଲ କାମରେ ଲଗାଇବାରେ ସକ୍ଷମ ହେବେ । ପ୍ରଭାବଶାଳୀ ବ୍ୟକ୍ତିବିଶେଷ, ନେତାଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇବେ । ମହିଳା ମାନେ ଅନ୍ୟକୁ ସାହାଯ୍ୟ କରିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ବୃଷ-
କୃତିକା- ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ । କାର୍ୟ୍ୟକ୍ଷେତ୍ରରେ ଆମଦାନି ବୃଦ୍ଧିର ସୁଯୋଗ ପାଇବେ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ ।
ରୋହିଣୀ- ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ରାଜନୈତିକ ପୃଷ୍ଟ ପୋଷକତା ଲାଭ କରିବେ । ବିଦ୍ୟାର୍ôଥ ପଢାରେ ତୃଟି କରିପାରନ୍ତି ।
ମୃଗଶିରା- ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ । ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ । ଅନ୍ୟ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ଜ୍ୱର କିମ୍ବା ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ଅନୁଭବ କରିପାରନ୍ତି । ବିଦେଶୀ ବାଣିଜ୍ୟ ସମୃଦ୍ଧ ହେବ ଏବଂ ବ୍ୟବସାୟ ବୃଦ୍ଧି ପାଇବ । ଭଲ ଲୋକଙ୍କ ସହିତ କାମ କରିବା ମଧ୍ୟ ଲାଭଦାୟକ ହେବ ।
ଆଦ୍ରା- ପରସ୍ପର ପ୍ରତି ଥିବା ପ୍ରେମ ଭାବନା ବଢିବ । ପିଲାମାନଙ୍କ ସହିତ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚାକିରିରେ ଭଲ ଟଙ୍କା ରୋଜଗାର କରିବେ ।
ପୁନର୍ବସୁ- ରାଜନିତିରେ ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଶିକ୍ଷକମାନଙ୍କ ସହିତ ଆପଣଙ୍କର ଅଧିକ ମତଭେଦ ରହିପାରେ । ଏପରି ପରିସ୍ଥିତି ହୋଇପାରେ ଯେଉଁଠାରେ ଆପଣ ଟଙ୍କା ହରାଇବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ପରୋକ୍ଷ ଶତୃତା ଲାଗିରହିବ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି ।
ପୁଷ୍ୟା- ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇ ପାରନ୍ତି । ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ ।
ଅଶ୍ଲେଷା- କୈାଣସି ନିସ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଜମି-ବାଡି ଭାଗ-ଭାଗ କରି ପାରନ୍ତି । ମହିଳା ମାନେ ଚିନ୍ତାଗ୍ରସ୍ତ ଥିଲେ ମଧ୍ୟ ସହନଶୀଳତା ଭାବ ଜାଗ୍ରତ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁନନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ
ସିଂହ-
ମଘା- ଶାରୀରିକ କ୍ଲେଶ ଦୂର ହେବ । ଆପଣ ଆଧ୍ୟାତ୍ମିକ ଚିନ୍ତାଧାରାକୁ ବଢ଼ାଇବେ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ ।
ପୂ- ଫାଲ୍ଗୁନୀ- କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ ସ୍ଥାପନ କରିବେ । ପରିବାରକୁ ଏକଜୁଟ ରଖିବା ପାଇଁ କ୍ଷମତା ଦେଖା ଦେବ । ବିବାହିତ ଜୀବନ ପୁଣି ସୁଖମୟ ହେବ ।
ଉ- ଫାଲ୍ଗୁନୀ- ଏକ ଭଲ ଗାଡ଼ି କିଣିବାର ସମ୍ଭାବନା ରହିଛି । ରାଜନୀତିରେ ଆର୍ଥିକ ଲାଭ ମିଳିପାରେ । ଆପଣ ପୈତୃକ ସମ୍ପତ୍ତି ଲାଭ କରି ପାରିବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା-
ଉ,ଫଳଗୁନି- ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ସୁଖ, ସମୃଦ୍ଧି ବଢିବ , ମହିଳା ମାନେ ସମ୍ମାନୀୟ ହେବେ । ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ । ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ ।
ହସ୍ତା- ରାଜନୀତି କର୍ମୀ ମାନେ କୈାଣସି ସଭାରେ ଯୋଗ ଦେବେ । ଅବିବାହିତଙ୍କୁ କୈାଣସି ସମାରୋହରେ ଜୀବନସାଥି ମିଳିପାରେ । ବିଦ୍ୟାର୍ଥୀ ମାନେ ହତୋତ୍ସାହ ହେବେ ।
ଚିତ୍ରା- ଶତୃମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା-
ଚିତ୍ରା- ଆପଣଙ୍କର ପ୍ରତିଯୋଗୀମାନେ ଟିକେ ଶକ୍ତିଶାଳୀ ହେବେ ଯାହା ଆପଣଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବ । କୌଣସି ଜିନିଷକୁ ସନ୍ତୁଳିତ ନ କରିପାରି ଯାହା ଦ୍ୱାରା ସମସ୍ତ ଟଙ୍କା ଖର୍ଚ୍ଚ ହେବ । ଚାକିରୀ ପାଇବା କାରଣରୁ ଆପଣ ବହୁତ ଖୁସି ରହିବେ ।
ସ୍ୱାତୀ- ପାରିବାରରେ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଜୀବନସାଥୀ ପରସ୍ପରକୁ ଭଲ ଭାବରେ ବୁଝିବା ଆରମ୍ଭ କରିବେ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି ।
ବିଶାଖା- ଭୂ-ସମ୍ପତି କିଣିବାର ଯୋଗ ରହିଛି । ଘରୋପକରଣ କିଣିବାରେ ଅଧିକ ବ୍ୟୟ କରିବେ । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ନେତ୍ର ଜନିତ ସମସ୍ୟା ଅନୁଭବ କରି ପାରନ୍ତି । ପାରିବାରିକ ଜୀବନରେ ଶାନ୍ତିରେ କଟିବ ଏବଂ ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ ।
ଅନୁରାଧା- ବ୍ୟବସାୟରେ ଆଶାନୂରୂପକ ଫଳ ପାଇବେ । ମହିଳା ମାନେ ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ । ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ହାତକୁ ନେଇ ଚିନ୍ତାଗ୍ରସ୍ତ ରହିବେ ।
ଜ୍ୟେଷ୍ଠା- ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । କୃଷି ସମ୍ବନ୍ଧୀୟ କାର୍ୟ୍ୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ବନ୍ଧୁଙ୍କ ସାହାଯ୍ୟ ଦ୍ୱାରା କଠିନ କାର୍ଯ୍ୟ କରିବେ । ବିଦେଶୀ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇପାରେ ।
ପୂ, ଷାଢା- ପାରିବାରିକ ସମସ୍ୟା ବୁଝାବଣା ମଧ୍ୟରେ ସମାଧାନ ହୋଇଯିବ, ଭାତୃ ସଂପର୍କରେ ଉନ୍ନତି ଘଟିବ । ପ୍ରିୟ ବ୍ୟକ୍ତିଙ୍କ ପାଇଁ ସଠିକ୍ ମାର୍ଗରେ ବହୁତ କିଛି କରିବାକୁ ଚାହିଁବେ ।
ଉ, ଷାଢା- ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଖୁବ୍ ଭଲ ରହିବ । ଯେକୌଣସି ଘରର ମରାମତି କିମ୍ବା ସାଜସଜ୍ଜା କାର୍ୟ୍ୟରେ ବହୁତ ଖର୍ଚ୍ଚ କରି ପାରନ୍ତି । ଆପଣଙ୍କର ଜ୍ଞାନକୁ ବିସ୍ତାର କରିବାକୁ ଚାହିଁବେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ
ମକର-
ଉ,ଷାଢା- ଅଚିହ୍ନା ଲୋକଙ୍କ ଠାରୁ ସାହାର୍ୟ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ ।
ଶ୍ରବଣା- ବାଣିଜ୍ୟ-ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । ପ୍ରଶାସନିକ ବିରୋଧି ଦେଖା ଦେଇପାରେ । ଲେଖାପଢାରେ ସାଥିଙ୍କ ସାହାର୍ୟ୍ୟ ସହଯୋଗ ମିଳିବ ।
ଧନିଷ୍ଠା- ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ବ୍ୟବସାୟରେ ଉତରୋତର ଉନ୍ନତି ରହିବ । ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ
ଧନିଷ୍ଠା- ଭଲ ନିତ୍ୟକର୍ମ ଏବଂ ସୁସ୍ଥ ଖାଦ୍ୟ ଖାଇବା ଅଭ୍ୟାସ ବଜାୟ ରଖିବାକୁ ପଡିବ । ବ୍ୟବସାୟରେ ସଫଳତା ପାଇବେ ଏବଂ କମ୍ ଅସୁବିଧା ଅନୁଭବ କରିବେ । କାର୍ଯ୍ୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିବେ ଏବଂ ବହୁତ ପରିଶ୍ରମ କରିବେ ।
ଶତଭିଷା- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଜୀବନ ସାଥି ଦୁହେଁ ପରସ୍ପର ପାଇଁ ସମୟ ବାହାର କରିବେ । ଯେକୌଣସି ପ୍ରକାରର ସମ୍ପତ୍ତି କ୍ରୟ କରିବା ଠାରୁ ଦୂରେଇ ରହିବ ।
ପୂ, ଭାଦ୍ରପଦ- ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉପରେ ଅଧିକ ଧ୍ୟାନ ଦେବେ । ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । କୋର୍ଟକଚେରୀ ମାମଲାରେ ଚିନ୍ତାରେ ରହିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ
ମୀନ-
ପୂ,ଭାଦ୍ରପଦ- ନିଜ ପ୍ରିୟଙ୍କ ସହ ଆଜି ଉତମ ବ୍ୟବହାର କରନ୍ତୁ । ଶରିରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ ।
ଉ,ଭାଦ୍ରପଦ- ଶିକ୍ଷାର୍ଥୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ, ଶତୃମାନଙ୍କ ଉପଦ୍ରବ ବୃଦ୍ଧି ପାଇବ । ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଋଣ ସୂତ୍ରରେ ଅର୍ଥ ପାଇ ପାରନ୍ତି ।
ରେବତୀ- ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ବହୁ ଦିନର ମନସ୍କାମନା ପୂରଣ ହେବ । ବ୍ୟସ୍ତତା ଭିତରେ ସମୟ ବିତାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।