Daily Horoscope 2nd July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ
ଅଶ୍ୱନୀ – ପୁରୁଣା ରୋଗରୁ ଆରୋଗ୍ୟ ଲାଭ କରିବେ । ବନ୍ଧୁଙ୍କ ସହ କଥାବାର୍ତାରେ ଭଲ ପରାମର୍ଶ ପାଇବେ । ଦାମ୍ପତ୍ୟ ଜୀବନ ସଜାଡିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ । ଖଣିଜ, ଧାତବ ଦ୍ରବ୍ୟ ,ଖାଦ୍ୟଦ୍ରବ୍ୟାଦି ବ୍ୟବସାୟରୁ ଲାଭ ମିଳିବ ।
ଦ୍ୱିଜା – ଦକ୍ଷତା ପାଇଁ ପ୍ରଂଶସିତ ହେଲେ ମଧ୍ୟ ପଦୋନ୍ନତି ମିଳି ନପାରେ । ସାମାଜିକ ଗଣ ମାଧ୍ୟମରେ ଦୀର୍ଘଦୀନ ଧରି ରହିବେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ ।
କୃତିକା – ବିଦ୍ୟାର୍ଥୀ କୈାଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ମହିଳା ମାନଙ୍କର ଜୀବନ ସୁଖ ସନ୍ତୋଷରେ କଟିବ । ରାଜନୀତିଜ୍ଞ ମାନେ ବାସ୍ତବତା ହୃଦୟଙ୍ଗମ କରି ଦରିଦ୍ର ଜନତାଙ୍କ ସେବା କରିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ । ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ ।
ରୋହିଣୀ- ଛାତ୍ରଛାତ୍ରୀ ମାନେ ଖେଳକୁଦ ରେ ରୁଚି ବଢାଇବେ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ। ଚାକିରିରେ କ୍ରୋଧର ବଶବର୍ତୀ ହୁଅନ୍ତୁ ନାହିଁ ।
ମୃଗଶିରା- ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ସାମାଜିକ କାର୍ୟ୍ୟରେ ଆପଣଙ୍କ ରୁଚି ବଢିବ । ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ
ମୃଗଶିରା - ପରିସ୍ରା ଜନିତ ରୋଗ ଦେଖା ଦେଇପାରେ । ଆପଣଙ୍କ ଆର୍ଥୀକ ସ୍ଥିତି ସୁଦୃଢ ରହିବ । ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରନ୍ତୁ ଆପଣଙ୍କୁ ଲାଭ ମିଳିବ । ଉତମ ବୁଝାବଣା ମାଧ୍ୟମରେ ପରିବାରିକ ଜୀବନ ମଧୁମୟ ରହିବ ।
ଆଦ୍ରା - ସନ୍ତାନ ମାନଙ୍କର ସଫଳତା ଯୋଗୁଁ ମାନସିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ନୂଆ ଶାଖା ଖୋଲିବା ପାଇଁ ଚେଷ୍ଟା କରିବେ । କର୍ମଚାରୀ ମାନେ ପରିଶ୍ରମର ଫଳ ପ୍ରାପ୍ତ କରିବେ ।
ପୁନର୍ବସୁ – ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବା ସହିତ ସାସ୍କୃତିକ କାର୍ଯ୍ୟରେ ଲୋକ ପ୍ରିୟତା ଅର୍ଜନ କରିବେ । ସାମାଜିକ ସଂସାର କାମରେ ସହଯୋଗ କରିବେ । ଗୃହସୀମା ବିବାଦ ଦେଖାଦେଇପାରେ । ମହିଳା ମାନଙ୍କର ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ହେତୁକ ମନ ଉଦ୍ବିଗ୍ନ ରହିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ । ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ । ସାସ୍କୃତିକ ପରିବେଶରେ ଯୋଗ ଦାନ କରିପାରନ୍ତି ।
ପୁଷ୍ୟା- କର୍ମକ୍ଷେତ୍ରରେ ସନ୍ଦେହଜନକ ବାତାବରଣ ମଧ୍ୟରେ ଅଣନିଶ୍ୱାସୀ ହେବାକୁ ପଡିପାରେ । କେତେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ ମୁକାବିଲା କରିବାକୁ ପଡିପାରେ । ମନୋରଞ୍ଜନ କାର୍ଯ୍ୟରେ ଅଶାନ୍ତି ଉପୁଜିବ ।
ଅଶ୍ଲେଷା- ନିଜ ପରିସରରେ ସବୁ କିଛିକୁ ହାଲୁକା ଭାବେ ଗ୍ରହଣ କରିଲେ ଅସୁବିଧାରେ ପଡିପାରନ୍ତି । ଆବଶ୍ୟକତା ପୂରଣ କରିବା ସକାଶେ ଟଙ୍କା,ପଇସା ଧାର କରିପାରନ୍ତି । ଘରକୁ ସଜାଡିବାରେ ବହୁତ ସମୟ ନେଇପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ
ସିଂହ
ମଘା – ଶ୍ୱାସ ଓ ହୃଦ ରୋଗୀ ମାନେ ବିଶେଷ ସତର୍କତା ରହିବା ଦରକାର୍ । ଏଭଳି ବ୍ୟକ୍ତିଙ୍କ ସହ ମିଶିବେ, ଯିଏ ଆପଣଙ୍କ ନୂଆ କାମରେ ସାହାର୍ୟ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ଫଳରେ ବ୍ୟବସାୟରେ ପରିବର୍ତନ କରିବାର ଇଚ୍ଛା ହେବ ।
ପୂ , ଫାଲଗୁନୀ - ଅଫିସ୍ କାମ କରିବା ବେଳେ ମନକୁ ବିଭିନ୍ନ ପ୍ରକାର ଯୋଜନା ଆସିବ । ସାମାଜିକ ସ୍ଥିତି ବଜାୟ ରହିବ । ରାଜନୀତିଜ୍ଞ ମାନେ ଉଭୟ ସଂଗଠନ ଓ ଶାସନ କ୍ଷେତ୍ରରେ ସ୍ଥିତି ସାମାନ୍ୟ ଉନ୍ନତ ହେବ । ପରୀକ୍ଷାରେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ ।
ଉ ,ଫାଲଗୁନୀ – ଆଇନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ବୈଜ୍ଞାନିକ ମାନେ ଗବେଷଣା କ୍ଷେତ୍ରରେ ଦୃତ ଅଗ୍ରଗତି କରିବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – କୁଳ ଦେବତାଙ୍କ ପୂଜା କରନ୍ତୁ
କନ୍ୟା-
ଉ,ଫଳଗୁନି- ଜୀବନ ସାଥିଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ । ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । ବାହାରେ ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ ।
ହସ୍ତା- ବିବାଦୀୟ ପରିସ୍ଥିତିରେ ସଫଳତା ଯୋଗୁଁ ମନ ଖୁସି ରହିବ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ । ରାଜନୀତିରେ ଆଲୋଚନାରେ ନିଜକୁ ସାମିଲ କରିବେ ।
ଚିତ୍ରା- ଜମିଜମା କାରବାରରେ ଠକାମୀରେ ପଡିବେ । କେହି ଆପଣଙ୍କୁ ସାହାର୍ୟ୍ୟର ହାତ ବଢାଇବେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ
ତୁଳା -
ଚିତ୍ରା – ଦୁର୍ଘଟଣାଦି ମନରେ ଭୟ ରହିବ । ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ ।
ସ୍ୱାତୀ – କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ଶିକ୍ଷା କ୍ଷେତ୍ରରେ ଉଚ୍ଚ ଶ୍ରେଣୀ ପାଇବା ସହ ବିଦ୍ୟାର୍ଥିମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇବେ ।
ବିଶାଖା – ଖେଳାଳି ମାନେ ପରିଶ୍ରମ କରି କୃତିତ୍ୱ ହାସଲ କରିବେ । ଆୟନୀର ଆଶ୍ରୟ ନେଇ ପାରନ୍ତି । ମହିଳା ମାନେ ନିଜ ହାତ ପାହାନ୍ତାରେ ଥିବା ସୁଯୋଗ ହରାଇ ପାରନ୍ତି । ବିଭିନ୍ନ ଦିଗରୁ ଆଶାତୀତ ଫଳ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ବିଛା-
ବିଶାଖା- ଆପଣଙ୍କ କାମରେ ଜୀବନ ସାଥି ପ୍ରସନ୍ନ ରହିବେ । ବ୍ୟବସାୟୀଙ୍କୁ ଅଚାନକ ଧନ ଲାଭ ହୋଇପାରେ । କର୍ମ କ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶସା ପାଇବେ
ଅନୁରାଧା- ଅଫିସ୍ରେ ଆପଣଙ୍କ କାମ ଦେଖି କର୍ତୁପକ୍ଷ ଖୁସି ହେବେ । ଛାତ୍ରିଙ୍କ ପାଇଁ ଦିନଟି ଲାଭ ପ୍ରଦ ହେବ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ ।
ଜ୍ୟେଷ୍ଠା- ନୂଆ ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ବେପାରକୁ ନେଇ ନୂଆ ବିଚାର ଆସିବ । ସତର୍କରେ ପଦକ୍ଷପ ନନେଲେ ଲକ୍ଷ ସାଧନରେ ବିଳମ୍ବ ଘଟିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ
ମୂଳା – ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ । ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଅଧିକ ଖର୍ଚ୍ଚ ହୋଇପାରେ । ଅନେକ ସମସ୍ୟାର ସମାଧାନ ହୋଇଯିବ । ବଜାରରେ ଦୃତ ପରିବର୍ତନ ସହ ବ୍ୟବସାୟୀ ମାନେ ଆଗକୁ ଆଗେଇବେ ।
ପୂ , ଷାଢା – କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ଶିକ୍ଷାର୍ଥୀ ମାନେ ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ଅବସର ପାଇବେ । ବୈାଜ୍ଞାନିକ ମାନେ ନୂତନ ତଥ୍ୟ ହାସଲରେ ଚେଷ୍ଟିତ ରହିବେ ।
ଉ , ଷାଢା – କୋର୍ଟର ନିଷ୍ପତି ଆପଣଙ୍କ ପକ୍ଷରେ ହେବ । ମହିଳା ମାନଙ୍କର ଦିନଟି ଶୁଭ ରହିବ । ସରକାରୀ କ୍ଷେତ୍ରରେ ସମ୍ମାନ ଜନକ କାର୍ଯ୍ୟ କରି ବିଦେଶ ଯାତ୍ରା କରିପାରନ୍ତି । ସଙ୍ଗୀତକାର ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ
ମକର-
ଉ,ଷାଢା- ଅନେକ ଦିନରୁ ଲାଗି ରହିଥିବା ଦେହ ପୀଡାରୁ ମୁକ୍ତ ରହିବେ । ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ଜୀବନରେ ନୂଆ ସଂକେତ ମିଳିପାରେ ।
ଶ୍ରବଣା- ଶିକ୍ଷାରେ ପ୍ରଗତି ହେବାରେ ସମ୍ଭାବନା ଅଛି । ରାଜନୀତିରେ ବିଶେଷ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଚାକିରି କ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀ ହଇରାଣରେ ପକାଇ ପାରନ୍ତି ।
ଧନିଷ୍ଠା- ପୈତୃକ ସମ୍ପତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ । ମହିଳା ମାନେ ଉଚ୍ଚମନା ରହିବେ । ମନୋରଞନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ
ଧନିଷ୍ଠା – ଜୀବନ ଶୈଳୀରେ ସାବଧାନତା ଅବଲମ୍ବନ କଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ । ପରିବାରରେ ହସଖୁସିର ବାତାବରଣ ଖେଳିଯିବ । ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ ।
ଶତଭିଷା – ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ବଡ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ସାମାଜିକ କାର୍ୟ୍ୟରେ ଭାଗନେଇ ଗଠନ ମୂଳକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।
ପୂ , ଭାଦ୍ରପଦ – ନିର୍ବାଚନ କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ମହିଳା ମାନେ ଅଳ୍ପ ପ୍ରୟାସରେ କାମ ପୂର୍ଣ୍ଣ କରିବେ
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ଆଚରଣ ଭଲ ରହିବ । ଆଚାର ବ୍ୟବହାର, କଥାବାର୍ତାରେ ଆୟତ ନ ରଖିଲେ ଅସୁବିଧାରେ ପଡିପାରନ୍ତି ।
ଉ,ଭାଦ୍ରପଦ- ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ । ରାଜନୀତିରେ କିଛି ସମସ୍ୟା ଆପଣ ବିଚଳିତ କରିପାରେ ।
ରେବତୀ- କୋର୍ଟ ମାମଲାରେ ଲାଭ ହେବ । ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ମାଲିମକନ୍ଦମାରେ ସାଧାରଣ ସଫଳତା ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛ ମୂଳରେ ଘିଅ ବତୀ ଜଳାନ୍ତୁ