Daily Horoscope 28th June 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Jun 28, 2026 - 09:02
Daily Horoscope 28th June 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ -
ଅଶ୍ୱନୀ- ବୃତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ । ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ । ବିବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ ।
ଦ୍ୱିଜା- ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ । ବିବାହ ଆଦି ଶୁଭକର୍ମରେ ଯୋଗ ଦେଇ ପାରନ୍ତି । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ହେବା ଦରକାର ।
କୃତିକା- କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ ଉଦ୍ୟମ କରିବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ଜମିରେ ନିବେଶ କରନ୍ତୁ ଲାଭ ମିଳିବ । ଦୈନିକ କାର୍ଯ୍ୟ ସୂଚୀରେ ପରିବର୍ତନ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା-୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ 

ବୃଷ-
କୃତିକା- ସ୍ୱାସ୍ଥ୍ୟରେ ଉନ୍ନତି ହେବ । କର୍ମ କ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । ଆପଣଙ୍କର କର୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ ।  କୈାଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ ।  
ରୋହିଣୀ- ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି ।  ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । କ୍ୟାରିୟରେ ନୂଆ କିର୍ତୀ ମାନ ସ୍ଥାପନ କରିବେ ।
ମୃଗଶିରା- ପାରିବାରିକ କ୍ଷେତ୍ରରେ ଆଶା ଆଶ୍ୱସନା ପାଇ ପାରନ୍ତି । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ମହିଳା ମାନେ କର୍ମ କ୍ଷେତ୍ରରେ ନିଯୁକ୍ତି ପାଇ ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ମୃଗଶିରା- ଜୀବନ ସାଥୀଙ୍କ ସହିତ ସୁଖଦ ସନ୍ଧ୍ୟା ଅତିବାହିତ କରିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବାର ସୂଚନା ମିଳିବ । ସପରିବାର ବଡ ସହରକୁ ଯିବାର ଯୋଜନା କରିପାରନ୍ତି ।
ଆଦ୍ରା- ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ । ଇଂଜିନିୟରଙ୍କୁ ବଡ କଂପାନୀରେ ଚାକିରିର ପ୍ରସ୍ତାବ ମିଳିପାରେ । କୈାଣସି ଜରୁରୀ ଯୋଜନା ସଫଳ ହେବ । 
ପୁନର୍ବସୁ- ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ଭୂ-ସମ୍ପତି କିଣିବା ପୂର୍ବରୁ  ଶୁଭ ମୁହୂର୍ତ ଦେଖନ୍ତୁ । ଅଧିକ ଭାବୁକ ହେଲେ ମନ ଅଶାନ୍ତି ରହିବ ।    
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର –  ମା ବିରଜାଙ୍କର ଆରାଧନା କରନ୍ତୁ

କର୍କଟ-
ପୁନର୍ବସୁ- ବ୍ୟବସାୟରେ କ୍ରମଶଃ ଲାଭ ପାଇବେ। ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହୋଇପାରନ୍ତି । ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ।
ପୁଷ୍ୟା- ରାଜନୀତିରେ ସାଧାରଣ କଥାକୁ ନେଇ ବିରକ୍ତି ଭାବ ପ୍ରକାଶ କରିବେ । ରଚନାତ୍ମକ କାମରେ ଉଚ୍ଚ ପ୍ରଂଶସା ପାଇବେ । ପ୍ରଶାସନରେ ଥିବା ଲୋକଙ୍କ ସହ ସଂପର୍କ ହେବ । ମନର ନକରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ ।
ଅଶ୍ଲେଷା- ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ । ମହିଳା ମାନେ ପାରିବରିକ ସମସ୍ୟା ଭୋଗିବେ । ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଡୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-
ମଘା- କର୍ମକ୍ଷେତ୍ରରେ କେତେକ ସମସ୍ୟାକୁ କେନ୍ଦ୍ରକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର‌୍ୟ୍ୟ ସ୍ଥଗିତ ରହିପାରେ। ଈର୍ଷା ପରାୟଣ ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ଦୂରେଇ ରହିପାରନ୍ତି।
ପୂ,ଫାଲଗୁନି- ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ ।
ଉ,ଫାଲଗୁନି- ଜମି କ୍ରୟ କରି ଖୁସି ରହିବେ । କୈାଣସି କଥାକୁ ନେଇ ଭାବୁକ ରହିବେ । ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ । ଯେଉଁ କାମ କରିବାକୁ ଚାହିଁବେ ତାକୁ ମନପ୍ରାଣ ଢାଳି ପୂରା କରିଦେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ

କନ୍ୟା-
ଉ,ଫଳଗୁନି- ବିଶେଃଷ ସୂତ୍ରରୁ ଅର୍ଥ ଲାଭ କରିବେ । ରକ୍ତ ସମ୍ପର୍କୀୟ ଜଣେ ବନ୍ଧୁଙ୍କ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ , ସୁଯୋଗ ପାଇ କାମ ହାସଲ କରିବେ । ଘରର ବାତାବରଣ ଶାନ୍ତିମୟ ରହିବ । ବିବାହ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ ।
ହସ୍ତା- ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ ।ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହୟତା କରିବେ । ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା  ପାଇଁ ସୁଯୋଗ ଆସିପାରେ ।
ଚିତ୍ରା- ମହିଳା ମାନଙ୍କର ଭାଗ୍ୟ ଉଦ୍ୟୟ ହୋଇପାରେ । ଭଲ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍ ନୁହେଁ । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରରେ କମିଯିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ  

ତୁଳା-
ଚିତ୍ରା- ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ମନ ଆଧ୍ୟାତ୍ମିକତା ପ୍ରତି ଅଧିକ ରହିବ । ଆପଣଙ୍କ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ ।
ସ୍ୱାତୀ- ବ୍ୟବସାୟରେ ଆୟର ସ୍ରୋତ ଖୋଲିଯିବ । ଦୂର ଯାତ୍ରାରେ ଲକ୍ଷ୍ୟ ପୂରଣ କରିପାରନ୍ତି । ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ ।
ବିଶାଖା- ମହିଳା ମାନେ ଖାଦ୍ୟ ପ୍ରିୟ ରହିବେ । ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ । ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ ।  ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ଭାର୍ଗବିଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା-
ବିଶାଖା- ନିରନ୍ତର ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ।  ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସୁମ୍ବାଦ ପାଇବେ । ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ ।
ଅନୁରାଧା- ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠେଇବେ । କଠିନ ପରିଶ୍ରମ କରି ପଢାରେ ଆଗକୁ ବଢି ପାରିବେ । ସମାଜ ସେବାରେ ସ୍ୱନାମ ପାଇବେ ।
ଜ୍ୟେଷ୍ଠା- କୋର୍ଟରେ ରାୟ ଆପଣଙ୍କ ସପୋର୍ଟ ରେ ଆସିପାରେ ।  ମହିଳା ମାନେ ଆଭୁଷଣ ପ୍ରିୟ ହେବେ । ଚୟନ ଭୁମିକୁ କ୍ରୟ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ-
ମୂଳା- ପରିବହନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି । ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେବେ ଏବଂ ସଫଳତା ଅବଶ୍ୟ ପାଇବେ ।
ପୂ,ଷାଢା- ପଢାପଢିରେ ଶୁଭଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ, ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ ।
ଉ,ଷାଢା- କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାକୁ ପଡିପାରେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ହନୁମାନଙ୍କ ପୂଜାପାଠ ସହିତ ମନ୍ତ୍ର ଜପ କରନ୍ତୁ

ମକର-
ଉ,ଷାଢା- ମାନସିକ ସ୍ତରରେ ଉନ୍ନତି ଆସିବ । କାର୍ଯ୍ୟରେ ସିଦ୍ଧିଲାଭ ସହ ସମ୍ନାନ ପାଇବେ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି ।  
ଶ୍ରବଣା- ରାଜନିତିରେ କୈାଣସି କାର୍ଯ୍ୟ ଆପଣଙ୍କ ହାତରୁ ଘସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ମନ୍ଥରତା ଭିତରେ ମଧ୍ୟ ବ୍ୟବସାୟରେ ସୁଫଳତା ପାଇବେ ।  
ଧନିଷ୍ଠା- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର୍ଯ୍ୟ ବ୍ୟସ୍ତ ୫ରହିବେ ।  ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଧନିଷ୍ଠା- କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାର‌୍ୟ୍ୟ ପାଇବେ । ଆଜି କୈାଣସି ଆନୁଷ୍ଠାନିକ କାମରେ ନିୟ୍ୟେଜିତ ରହିବେ । ଶିକ୍ଷାତ୍ରୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ ।
ଶତଭିଷା- ଚାକିରିଆଙ୍କୁ ଅଫିସ୍ କାମରେ  ଦୂର ଜାଗାକୁ ଯାତ୍ରା କରିବେ । ସମାନ ବିଚାର ଧାରା ଲୋକଙ୍କ ସହିତ  ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଧନର ଠିକ୍ ଉପଯୋଗ କରିବା ପାଇଁ ଚେଷ୍ଟା କରିବେ ।
ପୂ,ଭାଦ୍ରପଦ- ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ ।  ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – ଶନିଦେବଙ୍କ ଗାୟତ୍ରି ମନ୍ତ୍ରକୁ ପାଠ କରନ୍ତୁ   

ମୀନ-
ପୂ,ଭାଦ୍ରପଦ- ଶାରିରୀକ ଉନ୍ନତି ଆସିବ । କର୍ମ କ୍ଷେତ୍ରରେ ଉତରତର ଉନ୍ନତି କରିବେ । ସାଂସାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ ବ୍ୟବସାୟରେ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ ।
ଉ,ଭାଦ୍ରପଦ- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସି୍ଥତି ଉନ୍ନତି ଦେଖାଦେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇବେ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ ।
ରେବତୀ-ବିଦ୍ୟାର୍ଥୀ ମାନେ ପଢାରେ ମନ ଲଗାଇବେ। ମହିଳା ମାନଙ୍କର ଧାର୍ମିକ ଭାବନା ଉଦେୟ ହେବ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ