Daily Horoscope 25th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Jul 25, 2026 - 09:26
Daily Horoscope 25th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ
ଅଶ୍ୱନୀ – ଶାରୀରିକ ଅସୁସ୍ଥତା ଦେଖାଦେବ କିନ୍ତୁ ସତର୍କ ରହିଲେ । ଯୋଜନା ମୁତାବକ କାମ କଲେ କୈାଣସି ପ୍ରକାର ଅସୁବିଧା ହେବ ନାହିଁ । ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ । 
ଦ୍ୱିଜା – ବହୁତ ଅଯଥା ଭ୍ରମଣ କରିବାକୁ ପଡିପାରେ । ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠେଇବେ ।  କଠିନ ପରିଶ୍ରମ କରି ପଢାରେ ଆଗକୁ ବଢି ପାରିବେ । ସମାଜ ସେବାରେ ସ୍ୱନାମ ପାଇବେ ।
କୃତିକା – ପରିବାରର ମାମଲା ଘରେହିଁ ସମାଧାନ ହୋଇଯିବ । ମହିଳା ମାନେ ଆନନ୍ଦମୟ ମୁହୂର୍ତ କାଟିବେ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ନୂତନ ଆୟପନ୍ଥା ପାଇଁ ଚିନ୍ତିତ ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ

ବୃଷ-
କୃତିକା- କାମ ଚାପରେ ବ୍ୟସ୍ତତା ବଢ଼ିଯାଇପାରେ। ପଦୋନ୍ନତି କେତେକାଂଶରେ ମାନସିକ ସ୍ଥିତିକୁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିବ। ନୂତନ ସ୍ଥାନରେ କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିପାରନ୍ତି।
ରୋହିଣୀ- ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ମାନେ  ଶିକ୍ଷାରେ ସଫଳତା ଲାଭ କରିବେ । ପରିବାରର ଅଭିଯୋଗ ପ୍ରତି ଧ୍ୟାନ ନ ଦେବା ମନାନ୍ତର ବୃଦ୍ଧି କରିପାରେ।
ମୃଗଶିରା- ଆର୍ଥିକ ସୁଧାର, ନିର୍ମାଣ କାର୍ଯ୍ୟ, ଯୋଗାଯୋଗ, ଦୂରଯାତ୍ରା ପାଇଁ ଅସୁବିଧା ହେବ ନାହିଁ । ସାମାଜିକ ସ୍ତରରେ ଶତ୍ରୁତା ବାଧା ସୃଷ୍ଟି କରିପାରେ। ଚାକିରୀ ଆଦି କର୍ମ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେଇପାରେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ
ମୃଗଶିରା  - ସୁସ୍ଥ ମାନସିକତା ରକ୍ଷା କରିବେ । ଭାଇଙ୍କ ଠାରୁ ସାହାଯ୍ୟ ସହଯୋଗ ଲାଭ କରିପାରନ୍ତି । ଚିନ୍ତା ମୁକ୍ତ ରହିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ । 
ଆଦ୍ରା - କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କ ଠାରୁ  ଲାଭବାନ୍ ହେବେ । ରାଜନୀତିରେ ପଛକଥାକୁ ଚିନ୍ତା କରି ବିରକ୍ତି ପ୍ରକାଶ କଲେ ଅନିଷ୍ଟକର ପରିସ୍ଥିତି ସୃଷ୍ଟି ହେବ । ସଘର୍ଷ କରି ବିଜୟ ଲାଭ ପାଇବେ ।
ପୁନର୍ବସୁ - ନିଜର ଧନ ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସବୁଜ ରଙ୍ଗର ପୋଷାକ ଭିକାରିକୁ ଦାନ କରନ୍ତୁ

କର୍କଟ-
ପୁନର୍ବସୁ- କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ । ପଡ଼ୋଶୀ ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ଅଯଥା ମିଥ୍ୟାରୋପ କରି କଳହ କରିପାରନ୍ତି । ଆଲୋଚନା ସମୟରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ।
ପୁଷ୍ୟା- ସହକର୍ମୀଙ୍କ ସହଯୋଗ ପାଇ କାମ ହାସଲ କରିବେ। ସଂଗଠନ, ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବେ। ଅଫିସରେ ଅବସର ସମୟରେ ସହକର୍ମୀଙ୍କ ସହ ମିଷ୍ଠାଳାପରୁ ଖୁସି ରହିବେ।
ଅଶ୍ଲେଷା- ଅତୀତ ଘଟଣା, କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। କଚେରି ମାମଲା କିମ୍ବା ଆକସ୍ମିକ କଳହଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ସ୍ଥିର ମନନେଇ କାମକଲେ ସମସ୍ୟାର ସମାଧାନ ହୋଇଯିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା  ଭୂବନେଶୂରୀଙ୍କ  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ
ମଘା – ମାନସିକ ଦୁଶ୍ଚିନ୍ତା ଦୂର ହେବ । ଗୁରୁଙ୍କର ପରାମର୍ଶରେ ଧର୍ମମାର୍ଗରେ ଯିବା ପାଇଁ ମନବଳାଇ ପାରନ୍ତି ।  ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ।
ପୂ , ଫାଲଗୁନୀ - ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭ ପାଇବେ । ଚାକିରିରେ ତୀକ୍ଷ୍ମ ବୃଦ୍ଧିମତାର ପରିଚୟ ଦେବେ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ ।
ଉ ,ଫାଲଗୁନୀ – ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିବ । ରାଜନିତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା-
ଉ,ଫଳଗୁନି-ପରିବାରରେ ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହୋଇପାରେ । ବ୍ୟବସାୟିକ ସ୍ଥିତି ପ୍ରାୟତଃ ସନ୍ତୋଷଜନକ ରହିବ। 
ହସ୍ତା- ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ପ୍ରତ୍ୟୁଷ କାଳରେ ଆରମ୍ଭ କରିଥିବା କାମଟି ଯଥା ସମୟରେ ସମ୍ପନ୍ନ କରିପାରିବେ। ଛାତ୍ରଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ଆଗକୁ ଆଗେଇ ଚାଲିବେ । 
ଚିତ୍ରା- ନୂତନ ଯୋଜନା ପାଇଁ କର୍ମତତ୍ପର ହୋଇ ଉଠିବେ। ପିଲାଙ୍କ କୃତିତ୍ୱ, ରଚନାମତ୍କ କାମରେ ପ୍ରଶଂସା ହେତୁ ଖୁସି ଅନୁଭବ କରିପାରନ୍ତି । ରାଜନୀତି କ୍ଷେତ୍ରରେ ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ଭଲ ସମ୍ପର୍କ ବୃଦ୍ଧି ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରନ୍ତୁ 

ତୁଳା -
ଚିତ୍ରା – ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । କାର‌୍ୟ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ । ଜୀବିକା ଅର୍ଜନରେ ସଫଳତା ଲାଭ  ପାଇବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ ।
ସ୍ୱାତୀ – ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ସାମ୍ବାଦିକମାନେ ଶୁଭ ସଂବାଦ ପାଇ ଉତ୍ସାହିତ ହେବେ । ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚକରି ଦୁଖିତ ରହିବେ । ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେବ ।
ବିଶାଖା – ମାଲିମକନ୍ଦମାରେ ଚିନ୍ତାଗ୍ରସ୍ତ ରହିବେ । ମହିଳା ମାନେ ନକାରତ୍ମକ ଚିନ୍ତାଧାରା ମନକୁ ସୃଷ୍ଟି ହେବ ।  ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ  ଯୋଜନା କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭଗବାନଙ୍କର ମୀନ ଅବତାର ଫଟକୁ ପୂଜା କରନ୍ତୁ

ବିଛା-
ବିଶାଖା- ଆଜି କାର‌୍ୟ୍ୟ ହାସଲ କାରଣରୁ ଖୁସି ଅନୁଭବ କରିବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବେ ପ୍ରତିଦାନରେ ପ୍ରଶଂସା ପାଇ ପାରିବେ ନାହିଁ। ପାରିବାରିକ ସମସ୍ୟା ବିଷୟରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ। 
ଅନୁରାଧା- କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ ସଫଳତା ପାଇବେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ। ଅଫିସ୍‌ରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ଜ୍ୟେଷ୍ଠା- ସାହିତ୍ୟ, ଗବେଷଣା ତଥା ରଚନାମତ୍କ କାର‌୍ୟ୍ୟରେ ଅଗ୍ରଗତି ଘଟିବ। ମାନସିକ ଅଶାନ୍ତି ଥିବା ହେତୁ ଅଫିସ୍‌ରେ ମଧ୍ୟ କୈାଣସି କାମକୁ ଠିକ୍ ଭାବେ କରିପାରିବେ ନାହିଁ। ଆଜିର ଆର୍ଥିକ ସ୍ଥିତି ଭଲ ରହିବ, ତଥାପି ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ ହେବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ
ମୂଳା – ସ୍ୱାସ୍ଥ୍ୟ କ୍ଷେତ୍ରରେ ହାଡ ଜନିତ ସମସ୍ୟା ଦେଖାଦେଇପାରେ । କର୍ମ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ । ପାରିବାରିକ ବିଶୃଙ୍ଖଳା ଦେଖାଦେବା ସହିତ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ । ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ ।
ପୂ , ଷାଢା – ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ । ବାଣିଜ୍ୟ, ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ଛାତ୍ରଛାତ୍ରି ମାନେ ପଢାରେ ସହଯୋଗ ପାଇବେ । ରାଜନିତିରେ ଆଗ୍ରହ ବଢିପାରେ ।
ଉ , ଷାଢା –  ନିଜର ଦକ୍ଷତା ଅନୁସାରେ କର୍ମ କ୍ଷେତ୍ରରେ ଉଚ୍ଚତର ପଦ ପାଇପାରନ୍ତି । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି । ମହିଳା ମାନେ ଦୁଃଖିତ ରହିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ

ମକର-
ଉ,ଷାଢା- ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ପରିସରର ବ୍ୟକ୍ତିବିଶେଷଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ବହୁତ ଭଲ ରହିବ।
ଶ୍ରବଣା- ବିବାଦୀୟ ଘଟଣାରେ କାହା କଥା ନ ଶୁଣି ଠିକ୍ ବିଚାର କରନ୍ତୁ। ପୂର୍ବ ସମସ୍ୟାର ସମାଧାନ ହେବାରେ ପଡ଼ୋଶୀ ସାହାଯ୍ୟ କରିବେ। ପାଖରେ ଥିବା ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି। 
ଧନିଷ୍ଠା- କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ । ଅଫିସିଆଲି ଟେନସନ୍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। 
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ

କୁମ୍ଭ
ଧନିଷ୍ଠା – ଗଳା ଜନିତ ସମସ୍ୟା ସହିତ ଶରୀରରେ ଅନ୍ୟ କିଛି ସକ୍ରମଣ ଦେଖାଦେଇପାରେ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ବ୍ୟବସାୟାଦି ବିଭିନ୍ନ ସଂସ୍ଥାରୁ ଧନାଗମ ହେବ । ଅନ୍ୟ ସନସ୍କତା କାରଣରୁ ଯାତ୍ରା ସମୟରେ ହାତରେ ଆଘାତ ଲାଗିପାରେ ।
ଶତଭିଷା – ପୁରୁଣା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତୁପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବ । ଚଳଚିତ୍ର, ସଙ୍ଗିତ କ୍ଷେତ୍ରରେ ଥିବା ବ୍ୟକ୍ତି ମାନେ ଅଧିକ ଲାଭବାନ୍ ହେବେ ।
ପୂ , ଭାଦ୍ରପଦ  – ଶତୃକୁ ଶରଣାଗତ କରାଇପାରନ୍ତି ।  ମହିଳା ମାନେ ଉଦାର ସ୍ୱଭାବ ରହିବେ । ଉତରାଧିକାରୀ ସୂତ୍ରରେ କୈାଣସି ସମ୍ପତିର ମାଲିକାନା ପାଇପାରନ୍ତି । ଖେଳ କୁଦରେ ଖୁସି ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର –ନୀଳ, ବା କଳା ରଙ୍ଗର ଟୋପି ଧାରଣ କରନ୍ତୁ

ମୀନ-
ପୂ,ଭାଦ୍ରପଦ-ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବିବାଦୀୟ ପରିସ୍ଥିତି ସାମୟିକ ମନକୁ ପ୍ରଭାବିତ କରିପାରେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟ କରି ମନର ଭାବ ପ୍ରକାଶ କରିବାରେ ପଛେଇଯିବେ।
ଉ,ଭାଦ୍ରପଦ- ଆର୍ଥିକ ଦିଗଟି ଭଲ ହେଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦୁଃଶ୍ଚିନ୍ତା ବଢ଼ିଯିବ। ପରିବାରରେ ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତାପ୍ରକଟ କରିବେ। ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ।
ରେବତୀ- ଆଇନ ଅଦାଲତ ତଥା ବିବାଦୀୟ କ୍ଷେତ୍ରରୁ ସୁଫଳ ପାଇବେ। କିଛି କହିବା ପୂର୍ବରୁ ପରିସ୍ଥିତିକୁ ନଜରରେ ରଖନ୍ତୁ। ବିଦ୍ୟାର୍ଥୀ କ୍ୟାରୀୟରରେ  ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।