Daily Horoscope 22nd July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସାଙ୍ଗକୁ ଅର୍ଥଲାଭ ହୋଇପାରେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆସ୍ୱସ୍ତି ଅନୁଭବ କରିବେ । ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି ।
ଦ୍ୱିଜା- ପିଲାଦିନର ବନ୍ଧୁଙ୍କ ସହୟତା ମିଳିପାରେ । ରାଜନୀତିରେ ସମର୍ଥନ ହ୍ରାସ ପାଇପାରିବେ । ଛାତ୍ରଛାତ୍ରୀ ମାନେ ପଢାରେ ଅବେହଳା କରି ଦୁଃଖ ପ୍ରକାଶ କରିବେ ।
କୃତିକା- ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ସତର୍କରେ ପଦକ୍ଷପ ନନେଲେ ଲକ୍ଷ୍ୟ ସାଧନରେ ବିଳମ୍ବ ଘଟିବ । ମହିଳା ମାନେ ଅନ୍ୟକୁ ସାହା କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା-ବ୍ୟବସାୟ ସମ୍ବନ୍ଧରେ ବଡ ଚୁକ୍ତି ହୋଇପାରେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ହେବ । ମିତ୍ର ବନ୍ଧୁ ମାନଙ୍କ ପରିସର ବୃଦ୍ଧି ପାଇବ । ବୃଦ୍ଧି ବିଦ୍ୟାର ଉତମ ଉପଯୋଗ କରି କାର୍ଯ୍ୟରେ ସଫଳତା ପାଇବେ ।
ରୋହିଣୀ- ରାଜନୀତିରେ ବିରେଧୀ ଦଳ ବଢିବେ । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଭଲ ରହିବ । ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ମୃଗଶିରା- ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ । ଯାନ ବାହନରେ ଚଳାଚଳରେ ସତର୍କ ରୁହନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶ୍ରୀ ଗୌରି ଗଣେଶଙ୍କୁ ପୂଜା କରିଲେ ଆପଣଙ୍କର କାମ ସଫଳ ହେବ ।
ମିଥୁନ-
ମୃଗଶିରା- ପ୍ରେମ ସମ୍ବନ୍ଧ ବିବାହରେ ପରିଣତ ହୋଇପାରେ । ମନକୁ ସ୍ଥିର କରି ନୂତନ ବ୍ୟବସାୟ ଆରମ୍ଭ କରିବେ । କର୍ମ କ୍ଷେତ୍ରରେ ନିଜ ପ୍ରତିଭାବ ପ୍ରମାଣ ଦେଇ ଆଗକୁ ବଢିବେ ।
ଆଦ୍ରା- ରାଜନିତିରେ ମିଥ୍ୟା ଗୁଜବ ମନକୁ ଅତଙ୍କିତ କରିବା ସହ ଅସି୍ଥରତା ସୃଷ୍ଟି କରିବ । ବିଦ୍ୟାର୍ଥୀ ମାନେ ବିଦେଶ ଯାଇପାରନ୍ତି । ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ ।
ପୁନର୍ବସୁ- ଜମିଜମା ବିବାଦ ଜଟିଳ ହୋଇପାରେ । ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ମହିଳା ମାନେ ସହଯୋଗର ହାତ ବଢାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ । ଆପଣ ନିଜ କଥାରେ ଅନ୍ୟ ମାନଙ୍କ ମନ ମୋହିବେ । ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡିବ ।
ପୁଷ୍ୟା- କାର୍ଯ୍ୟ ବିଷୟରେ ପରାମର୍ଶ ଦେବା ଫଳରେ ପ୍ରଂଶସିତ ହେବେ । ନ୍ୟାୟମାର୍ଗ ଓ ମିଠା ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ୍ ହେବେ । ଶତୃମାନେ ମିତ୍ରପରି ବ୍ୟବହାର କରିବେ । ଭାଷଣ ବାଜିରେ କ୍ରୋଧକୁ ଆୟତକରିବା ଉଚିତ୍ ।
ଅଶ୍ଲେଷା- ପରିଚିତ ଲୋକଙ୍କଠାରୁ ଅଧିକ ଲାଭ ମିଳିବ । କୈାଣସି କାମରେ ବିଶେଷ ଜ୍ଞାନ ହାସଲ କରିବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ସିଂହ-
ମଘା- ଶରୀରରେ ଆଘାତ ପାଇ ପାରନ୍ତି । ଆପଣଙ୍କର ବନ୍ଧୁ ସଂଖ୍ୟା ବଢିପାରନ୍ତି । ଗୃହ କାର୍ଯ୍ୟରେ ଆଗ୍ରହ ବଢିବ । ବ୍ୟବସାୟରେ ଅଭିବୃଦ୍ଧି ଘଟିପାରେ ।
ପୂ,ଫାଲଗୁନି- ଲକ୍ଷ୍ୟ ହାସଲ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଆପଣଙ୍କୁ ଅତିରିକ୍ତ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିପାରେ । ଛାତ୍ରମାନେ ଅଧିକ ପରିଶ୍ରମ କରି ସେମାନଙ୍କର ଆତ୍ମବିଶ୍ୱାସ ବଢିବ ।
ଉ,ଫାଲଗୁନି- ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବିଚାର କରିବେ । ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ,ଫଳଗୁନି- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ । ଦାମ୍ପତ୍ୟ ଜୀବନରେ ସମାନ୍ୟ ତିକ୍ତତା ଦେଖାଦେଇପାରେ ।
ହସ୍ତା- ବ୍ୟବସାୟରେ ନୂଆ କୈାଶଳ ପ୍ରୟୋଗ କରିବେ । ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦ ମର୍ଯ୍ୟଦା ଲାଭ କରିବେ ।
ଚିତ୍ରା- ଗୃହିଣୀଙ୍କ ପାଇଁ ମିଶ୍ରିତ ଫଳ ରହିବ । ଗୁରୁଜନଙ୍କ ସହ ଆଲୋଚନା କରି ନୂତନ କାର୍ୟ୍ୟ ଆରମ୍ଭ କରି ପାରିବେ । ମନର ନକାରାତ୍ମକତା ଦୂର ହୋଇ ଉଚ୍ଚଶିକ୍ଷାରେ ସଫଳତା ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ
ତୁଳା-
ଚିତ୍ରା- ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତି ଜୀବନ ପ୍ରେମପୂର୍ବକ ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ ।
ସ୍ୱାତୀ-ପରିବାରରେ ଚିନ୍ତା ବଢିପାରେ । ଚାକିରି କ୍ଷେତ୍ରରେ ପ୍ରାଧାନ୍ୟ ହ୍ରାସ ପାଇବେ । ମୋହରେ ପଡି ଅପଦସ୍ତ ହେବେ । ଆତ୍ମୀୟଙ୍କ ଦ୍ୱାରା ସମସ୍ୟାର ସମଧାନ ହୋଇଯିବ ।
ବିଶାଖା- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର୍ଯ୍ୟ ବ୍ୟସ୍ତ ରହିବେ । ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ । ବାଣିଜ୍ୟରେ ଆତ୍ମବୃଦ୍ଧି ଓ ସଞୟ ହେବ । ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ
ଅନୁରାଧା- ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଜନଙ୍କ ପାଖରେ ଆଦୃତ ହେବେ । କର୍ମକ୍ଷେତ୍ରରେ ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।
ଜ୍ୟେଷ୍ଠା- ଆକସ୍ମିକ ଧନ ଲାଭ ହୋଇପାରେ । କିଛି ଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି । ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ରୋଗୀ ମାନଙ୍କ ରୋଗ ପ୍ରାୟତଃ କମି ଯାଇପାରେ । ପରିସ୍ଥିତି ବଦଳି ଯିବା ଫଳରେ ଅଯଥା ହଇରାଣ ହୋଇପାରନ୍ତି । ମାଙ୍ଗଳିକ କାର୍ଯ୍ୟରେ ମନ ଯୋଗଦେବେ ।
ପୂ,ଷାଢା- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସ୍ଥିତି ଉନ୍ନତି ଦେଖାଦେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇବେ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ ।
ଉ,ଷାଢା- ଆକସ୍କିକ ବିପଦ ଦେଖାଦେଇ ପାରେ । ସତର୍କତା ଅବଲମ୍ବନ ନକଲେ ପୈତୃକ ସମ୍ପତି ହସ୍ତାନ୍ତର ହୋଇପାରେ । ସଂଚାର କ୍ଷେତ୍ରରେ ବ୍ୟକ୍ତିଙ୍କୁ ଲାଭ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ
ମକର-
ଉ,ଷାଢା- ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । ନୂଆ ବେପାର ଆରମ୍ଭ କରିବା ପାଇଁ ଭାବିବେ । ପିଲାମାନଙ୍କୁ ନେଇ ଗର୍ବିତ ଅନୁଭବ କରିବେ ।
ଶ୍ରବଣା- ପତୀ ପତ୍ନୀଙ୍କ ମଧ୍ୟରେ ଭଲ ବୁଝାବଣା ହେବା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଆସିବ । ଛାତ୍ର ଛତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ । ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ ।
ଧନିଷ୍ଠା- ବହୁ ଦିନରୁ ସମାଧାନ ହୋଇ ନପାରୁଥିବା ସମସ୍ୟା ସମାଧାନ ହୋଇ ଯିବ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସୂର୍ୟ୍ୟଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା-ଆଶଙ୍କାରେ ଦିନ କାଟିବେ । ଆତ୍ମୀୟଙ୍କ ଦୁର୍ବବ୍ୟବହାର ଭୋଗିବେ । ନିତ୍ୟ କର୍ମରେ ବ୍ୟତିକ୍ରମ ଘଟିପାରେ । ପରିବେଶ ଆନନ୍ଦ ଦାୟକ ରହିବ । ଧନ ହେତୁ ଶାନ୍ତି ଅନୁଭବ କରିବେ ।
ଶତଭିଷା- ପ୍ରେମିକା,ପ୍ରେମିକ ମାନଙ୍କର ପୁର୍ବ ସ୍ମୃତି ଜାଗ୍ରତ ହୋଇପାରେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀ ମାନେ ପଢାରେ ଅନ୍ୟସମସ୍କ ରହିବେ ।
ପୂ,ଭାଦ୍ରପଦ- ମହିଳା ମାନେ ଭ୍ରମଣର ସୁଯୋଗ ପାଇବେ । ଅନେକ ଦିନରୁ ଧାର୍ଯ୍ୟ କରିଥିବା ଲକ୍ଷ ପୂରଣ କରିବେ । ଜମିଜମା ଜନିତ କ୍ରୟ,ବିକ୍ରୟରୁ ଲାଭ କମାଇ ପାରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପ୍ରେମିକା, ପ୍ରେମିକ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ । ଅଫିସ୍ରେ ଆପଣଙ୍କର କାମରେ ଖୁସି ହୋଇ ସହକର୍ମୀ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ମାନସିକ ସ୍ତରରେ ଉନ୍ନତି ଆସିବ ।
ଉ,ଭାଦ୍ରପଦ- ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।
ରେବତୀ- ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ । ପରିବାରରେ ଅଯଥା ଝଗଡା ବଢିଯିବା ଫଳରେ ନିଜେ ଲଜ୍ଜିତ ହେବ । କ୍ୟାରୀୟରରେ ସକାରାତ୍ମକ ପ୍ରଭାବ ପଡିବ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।