Daily Horoscope 19th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Jul 19, 2026 - 09:08
Daily Horoscope 19th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ସକାଳୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିନପାରେ। ବିଭିନ୍ନ ନକାରାମତ୍କ ଚିନ୍ତାଧାରା ମନକୁ ବ୍ୟସ୍ତ କରାଇବ। ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ।
ଦ୍ୱିଜା- ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଉପୁଜିବ । ପଡ଼ୋଶିନୀ କିମ୍ବା ସମ୍ପର୍କୀୟା ଭଉଣୀଙ୍କ ସହ ମତାନ୍ତର ସୃଷ୍ଟି କରିବ। ପାରିବାରିକ ସମସ୍ୟା ବାରମ୍ବାର ମନରେ ଚିନ୍ତା କରି ମନଟା ଭଲ ରହିବ ନାହିଁ।
କୃତିକା- ପ୍ରତିଦ୍ୱନ୍ଦ୍ୱିତା ବଢ଼ିଚାଲିବା କାରଣରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନାହିଁ। 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର -  ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ

ବୃଷ
କୃତିକା  - ଜଣେ ବାଲ୍ୟ ବନ୍ଧୁଙ୍କ ସାହାର‌୍ୟ୍ୟରେ ଦୀର୍ଘ ଦିନର ଆଶା ପୁରଣ ହେବ । ବ୍ୟବସାୟୀ ନିଜର ଜରୁରୀ କାଗଜ ପତ୍ର ସମ୍ଭାଳି ରଖନ୍ତୁ । କର୍ମକ୍ଷେତ୍ରରେ ଅହେତୁକ ବାଧା ବିଘ୍ନ ଦେଇ ଗତିକରିବେ ।
ରୋହିଣୀ – ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ ।  ଜୀବିକା ଅର୍ଜନରେ ସଫଳତା ଲାଭ ପାଇବେ । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ । ଆଶା କରୁଥିବା କାମରେ ଟିକେ ଡେରିରେ ସଫଳତା ପାଇବେ ।
ମୃଗଶିରା – ମାଲିମକଦ୍ଧମାରେ ଜୟଯୁକ୍ତ ହେବେ । ମହିଳା ମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । କୈାଣସି କାରଣରୁ ମନ ଭଲ ରହିବ ନାହିଁ ।  
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ 

ମିଥୁନ-
ମୃଗଶିରା- କର୍ମକ୍ଷେତ୍ରର ବିଭିନ୍ନ ଘଟଣାବଳୀ ମନକୁ ଆଲୋଡିତ କରିବ। ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ।
ଆଦ୍ରା- ସାମଗ୍ରିକ ଦୃଷ୍ଟିକୋଣରୁ ଆପଣଙ୍କ ସକାଶେ ବହୁତ ଭଲ । ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ । ଅବଶ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ।
ପୁନର୍ବସୁ- ଆନୁଷ୍ଠାନିକ କାମରେ ପ୍ରଶଂସା ଊଣା ହେବ ନାହିଁ । ଧାତୁ, ଅଳଙ୍କାର ଔଷଧ ପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ। 
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

କର୍କଟ
ପୁନର୍ବସୁ -  ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ । ଆଜି କୈାଣସି ଆନୁଷ୍ଠାନିକ କାମରେ ନିୟୋଜିତ ରହିବେ ।
ପୁଷ୍ୟା –  ସଭା ସମିତିରେ କୈାଣସି କଥାରେ ଆପଣଙ୍କ ସପକ୍ଷରେ ଯିବ ନାହିଁ । ଶିକ୍ଷାର୍ଥୀ ମାନେ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହେବେ । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । 
ଅଶ୍ଳେଷା - ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ । ମହିଳା ମାନେ କରିଥିବା ଆଶା ପୂରଣ ହୋଇପାରେ । ପୁରୁଣା ଗାଡି ବିକିବାରେ ମନ ବଳାଇବେ । ଆପଣଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସମ୍ପର୍କୀୟ ପଛରେ ସମାଲୋଚନା କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ସିଂହ-
ମଘା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ପାରିବାରିକ ଜୀବନରେ ସନ୍ତୁଳତା ରକ୍ଷା କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ ।
ପୂ,ଫାଲଗୁନି- ଅଫିସରେ ବାକି କାମ ସବୁକୁ ସଂପୂର୍ଣ୍ଣ କରିବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି ।
ଉ,ଫାଲଗୁନି- ଜମିବାଡି ସମସ୍ୟାର ସି୍ଥତି ଆପଣଙ୍କ ସପକ୍ଷରେ ରହିବ । ଧାର ଦେବା ନେବାରେ ନିବୃତ ରୁହନ୍ତୁ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ ।  ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ମା  ଭୂବନେଶୂରୀଙ୍କ  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

କନ୍ୟା
ଉ , ଫାଲଗୁନୀ – ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ । ବିବାହ ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ତିରିକୃତ ହୋଇପାରେ । ବ୍ୟବସାୟ-ବାଣିଜ୍ୟରେ ପ୍ରଗତି କରିବେ । ନୂଆ କର୍ମଚାରୀଙ୍କ ସାକ୍ଷାତରେ କିଛି ନୂଆ ମଉକା ପାଇପାରିବେ ।
ହସ୍ତା – ରାଜନିତି କ୍ଷେତ୍ରରେ ବିଜୟ ଲାଭ କରିବେ ।  କର୍ମ କ୍ଷେତ୍ରରେ ଉଚ୍ଚ ପଦବୀ ଲାଭ କରି ପାରନ୍ତି । ଶିକ୍ଷାତ୍ରି ମାନେ ଅଧ୍ୟୟନ ରତ ରହିବେ । ସାମାଜିକ ଗଣ ମାଧ୍ୟମରେ ସହଯୋଗ ଦେବେ ।  
ଚିତ୍ରା – ମାଲିମକଦମା ଆପଷ ବୁଝାବଣା ମଧ୍ୟରେ ସମାଧାନ କରିବେ । ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । କିଛି ବିଶେଷ କାର୍ଯ୍ୟ ଅତି ଶିଘ୍ର ପୂରଣ ହେବ । ସାସ୍କୃତିକ କାର୍ଯ୍ୟରେ ସମ୍ମାନିତ ହେବାର ଯୋଗ ରହିଛି । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ 

ତୁଳା-
ଚିତ୍ରା- ସ୍ୱାର୍ଥପରତା ଯୋଗୁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ । ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ । କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ ।
ସ୍ୱାତୀ- ସୌଭାଗ୍ୟକ୍ରମେ ଆର୍ଥିକ ଉନ୍ନତି ଘଟିବ, କିଛି ବ୍ୟାଙ୍କ ଜମା ମଧ୍ୟ କରିପାରିବେ । ଆପଣ ଯେଉଁ କାମରେ ହାତଦେବେ ସେଥିରେ ଅବଶ୍ୟ ସଫଳତା ପାଇବେ, କିନ୍ତୁ ମାନସିକ ଅସ୍ଥିରତା ଲାଗି ରହିବ। 
ବିଶାଖା- ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହିତ ବନ୍ଧୁସମ୍ପର୍କ ବୃଦ୍ଧି ପାଇବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ବିଛା
ବିଶାଖା – ଶରୀର ଭଲ ରହିବ ସହିତ ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦୃଢ କରିବେ ।
ଅନୁରାଧା – ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । କର୍ମ ପାଇଁ ପ୍ରଶଂସିତ ହୋଇ ପାରନ୍ତି । ଛାତ୍ର ଛତ୍ରୀ ମାନେ ଅଧିକ  ସମୟ ଖେଳରେ କଟାଇବେ ।   ପ୍ରେମ ସମ୍ପର୍କ ମଜବୁତ ରହିବ ।
ଜ୍ୟେଷ୍ଠା  – କୋର୍ଟରେ ରାୟ ଆପଣଙ୍କ ସପୋର୍ଟ ରେ ଆସିପାରେ । ମହିଳା ମାନେ ଆଭୁଷଣ ପ୍ରିୟ ହେବେ । ଚୟନ ଭୁମିକୁ କ୍ରୟ କରିବେ କ୍ଷ ଅଫିସରେ ସହଯୋଗୀ ଆପଣଙ୍କ ବିଚାର ଦ୍ଵାରା ପ୍ରଭାବିତ ହେବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଧନୁ-
ମୂଳା- ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ଖାଦ୍ୟପେୟର ଅଜୀର୍ଣ୍ଣ ଓ ଅମାଶୟ ଦେଖାଦେଇପାରେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ପୂ,ଷାଢା- ରାଜନୀତିରେ ଲୋକ ସମର୍ଥନ ଅବ୍ୟାହତ ରହିବା ଯୋଗୁ ଆଗେଇଯିବେ । ଯେଉଁ କାମ ଆଜି ଆରମ୍ଭ କରିବେ ସଫଳତା ଫାଇବା କଷ୍ଟ ହେବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ।
ଉ,ଷାଢା- ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ସାହାଯ୍ୟ କାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ

ମକର
ଉ , ଷାଢା - ଶାରିରୀକ ଉନ୍ନତି ଆସିବ ।  କର୍ମ କ୍ଷେତ୍ରରେ ଉତରତର ଉନ୍ନତି କରିବେ । ସାଂସାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ ବ୍ୟବସାୟରେ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ 
ଶ୍ରବଣା – ରାଜନୀତିରେ କୈାଣସି କାର୍ଯ୍ୟ ଆପଣଙ୍କ ହାତରୁ ଘସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ମନ୍ଥରତା ଭିତରେ ମଧ୍ୟ ବ୍ୟବସାୟରେ ସୁଫଳତା ପାଇବେ ।
ଧନିଷ୍ଠା – ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି ।  ମହିଳା ମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କ ମାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

କୁମ୍ଭ-
ଧନିଷ୍ଠା- ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ ବ୍ୟକ୍ତିଙ୍କ କଥାକୁ ଠିକ୍ ଭାବେ ବୁଝି ପାରିବେନି। ଆର୍ଥିକ ସମସ୍ୟାର ସରଳ ସମାଧାନ କରିବାରେ ଅସମର୍ଥ ହେବେ।
ଶତଭିଷା- ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇ ଖୁସି ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବିଶେଷ ଶୁଭ । ଅଫିସରେ କାହାକୁ କିଛି ନ କହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ। 
ପୂ,ଭାଦ୍ରପଦ- ନିର୍ମାଣ, ଗୃହ, ଜମି, ପରିବହନ ପ୍ରଭୃତିରୁ ଖୁସି ରହିବେ। ମିଠା କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ଇଚ୍ଛାନୁଯାୟୀ କାମଗୁଡ଼ିକ ହେବାରୁ ମାନସିକ ସ୍ଥିରତା ରହିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମୀନ
ପୂ , ଭାଦ୍ରପଦ - ମାନସିକ ସ୍ତରରେ ଉନ୍ନତି ଆସିବ । କାର୍ଯ୍ୟରେ ସିଦ୍ଧିଲାଭ ସହ ସମ୍ନାନ ପାଇବେ । ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି ।  
ଉ , ଭଦ୍ରପଦ -  ରାଜନିତିରେ ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ଚାକିରିରେ ପ୍ରାଧ୍ୟନତା ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ମନ ଲଗାଇବେ । 
ରେବତୀ – କୋର୍ଟକଚେରି ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂରିଭୂତ ହେବ । ମହିଳା ମାନଙ୍କର ଧାର୍ମିକ ଭାବନା ଉଦେୟ ହେବ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।