Daily Horoscope 17th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Jul 17, 2026 - 09:42
Daily Horoscope 17th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ଚକ୍ଷୁରେ ସାମାନ୍ୟ କଷ୍ଟ ଅନୁଭବ କରିବେ। ନିଜ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଅନୁଜନଙ୍କ ଠାରୁ ଆଦର ସମ୍ମାନ ମିଳିବ। ଆଧ୍ୟାତ୍ମିକ ପଥର ପଥିକ ହେବେ।
ଦ୍ୱିଜା- ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ ଝାମେଲା ଆସିପାରେ। କର୍ମକ୍ଷେତ୍ରରେ ଟେନସନ୍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁଁ ଲକ୍ଷ୍ୟ ହାସଲରେ ଆଗେଇ ଯିବେ।
କୃତିକା- ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। ଧର୍ମ କାର୍ଯ୍ୟ ପ୍ରତି ମନ ବଳାଇ ବହୁତ ଶାନ୍ତି ପାଇବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ସରସ୍ୱତୀଙ୍କ ପୂଜାପାଠ କରନ୍ତୁ।

ବୃଷ-
କୃତିକା- ଘରେ ଛୋଟିଆ ସମାରୋହର ଅୟୋଜନ କରିପାରନ୍ତି। ପୂର୍ବରୁ ପାରିବାରିକ ମତଭେଦ ଦୂର ହେବ। ବିଦ୍ୟୁତ୍ ବ୍ୟବସାୟୀଙ୍କ ଆମଦାନିରେ ବୃଦ୍ଧି ହେବ।
ରୋହିଣୀ- ପ୍ରଶାସନିକ ସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ। ପ୍ରିୟ ବ୍ୟକ୍ତିଙ୍କ ସହଯୋଗରୁ ମୂଲ୍ୟବାନ୍ ଦ୍ରବ୍ୟ ପାଇପାରନ୍ତି। ଅଫିସ କାମ ହାସଲ କରିବା ସକାଶେ ଆଗନ୍ତୁକଟି ଆପଣଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିବ। 
ମୃଗଶିରା- ଯାନବାହାନ କିଣିବାର ଅବସର ମିଳିବ। ଧର୍ମ କାର୍ଯ୍ୟରେ ଆସ୍ଥା ବଢିବ। ଅଟକି ରହିଥିବା କାମକୁ ପୂରା ଦମ୍ ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ।

ମିଥୁନ-
ମୃଗଶିରା- ଯେମିତି ବିଚାର କରିଛନ୍ତି ସେହିପରି କାମ କରିଚାଲନ୍ତୁ ଆଶା ନିଶ୍ଚିତ ପୂରଣ ହୋଇପାରିବ। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିବ। ଆଗାମୀ ସମୟର କେତେକ ଅଧୁରା କାମକୁ ସୁଧାରି ନେବାର ଚେଷ୍ଟା କରିବେ। 
ଆଦ୍ରା- ସାମାଜିକ ସ୍ତରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ସାନ୍ନିଧ୍ୟ ଲାଭକରି ଖୁସି ହେବେ। ସାମୟିକ ଭାବରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଛାତ୍ରଛାତ୍ରୀମାନଙ୍କୁ ବିଦେଶ ଯାତ୍ରାର ସୁଯୋଗ ମିଳିବ। 
ପୁନର୍ବସୁ- ଜନକଲ୍ୟାଣରେ ନିଜକୁ ନିୟୋଜିତ କରିଥିବାରୁ ସରକାରୀ ଓ ଦାନ ସୂତ୍ରରୁ ଆର୍ଥୀକ ଅନୁଦାନ ପାଇପାରନ୍ତି। ପାରିବାରିକ ସ୍ନେହ ମିଳିପାରେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫ 
ପ୍ରତିକାର- ଗଜେନ୍ଦ୍ର ମୋକ୍ଷ ପାଠ କରନ୍ତୁ।

କର୍କଟ-
ପୁନର୍ବସୁ- ଦେହରେ ଆଘାତ ଲାଗିପାରେ। ପରିବାର ବର୍ଗଙ୍କ ସହ ବାହରକୁ ବୁଲିବା ପାଇଁ ଯୋଜନା କରିବେ। ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡିପାରେ।
ପୁଷ୍ୟା- ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହେବେ। କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଓ ରାଜନୈତିକ ବ୍ୟକ୍ତିଙ୍କ କ୍ରୋଧର ଶିକାର ହୋଇ ପାରନ୍ତି।
ଅଶ୍ଲେଷା- ଜମିଜମା, ମାଲିମକଦ୍ଦମା, ନିର୍ମାଣ ପ୍ରତିଷ୍ଠାର୍ଜନ କରିବେ। ବିବାଦୀୟ ଘଟଣାରେ ପରିସ୍ଥିତି ସେମିତି କିଛି ଜଟିଳ ହେବନି। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳେ ଦୀପଟିଏ ଜାଳନ୍ତୁ।

ସିଂହ-
ମଘା- ବ୍ୟବସାୟରେ ଭାଗୀଦାରମାନେ ପାଦ ସହିତ ପାଦ ମିଶାଇ ବେପାର ବୃଦ୍ଧି କରିବେ। କୁଟୁମ୍ବରେ ଲାଗି ରହିଥିବା ଝଗଡାର ସମାଧାନ କରିପାରିବେ। କର୍ମଚାରୀମାନେ କାର୍ଯ୍ୟରେ ଦକ୍ଷତା ପ୍ରଦର୍ଶନ କରିବେ। 
ପୂ,ଫାଲଗୁନି- ରାଜନୀତି କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ହେବା ସହିତ ଶୁଭ ସମାଚାର ଶୁଣିବାକୁ ମିଳିବ। ଦୂର ଯାତ୍ରାରୁ ବହୁତ ଲାଭ ପାଇବେ। ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ଋଣମୁକ୍ତି ପାଇଁ ରାସ୍ତା ଦେଖାଦେବ। 
ଉ,ଫାଲଗୁନି- ଗାଡି କିଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପୈତୃକ ସମ୍ପତିକୁ ନେଇ ପାରିବାରିକ ଦ୍ୱନ୍ଦ ଦୂରେଇ ଯିବ । 
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ମନ୍ଦିରରେ କଳା ସୋରିଷ ମଞ୍ଜି ଦାନ କରନ୍ତୁ।

କନ୍ୟା-
ଉ,ଫଳଗୁନି- ପାରିବାରିକ କ୍ଷେତ୍ରକୁ କିଛି ମାତ୍ରାରେ ପ୍ରଭାବିତ କରିବେ। ଦୈହିକ ଅସୁସ୍ଥତା କିମ୍ବା ମାନସିକ ଉତ୍ତେଜନା ସୃଷ୍ଟି କରିପାରନ୍ତି। କାର୍ଯ୍ୟବ୍ୟସ୍ତତା କାରଣରୁ ଆଜି କୌଣସି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ମଧ୍ୟ ରହି ପାରିବେ ନାହିଁ।
ହସ୍ତା- ବିଦ୍ୟାର୍ଥୀମାନେ ପରିକ୍ଷାରେ ସଫଳତା ପାଇବେ। ମହିଳାମାନେ ସ୍ୱାସ୍ଥ୍ୟ ଗତ ସମସ୍ୟାରେ ବ୍ୟସ୍ତ ହେବେ। ବୈବାହିକ ଜୀବନ ସୁଖରେ କଟିବ।
ଚିତ୍ରା- ଶିଳ୍ପ, ବ୍ୟବସାୟ, ରାଜନୀତି, ସଭାସମିତି, ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ। ଗୃହ କାମରେ ବ୍ୟସ୍ତ ରହି କୌଣସି କାମକୁ ପାସୋରି ଦେଇ ସମାଲୋଚିତ ହୋଇପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ।

ତୁଳା-
ଚିତ୍ରା- କାନ୍ଧ କିମ୍ବା ଗଣ୍ଠିରେ ଯନ୍ତ୍ରଣା ଦେଖା ଦେଇପାରେ। ପାରିବାରିକ କ୍ଷେତ୍ରରେ ଶାନ୍ତି ରହିବ। ଯେକୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର୍ଯ୍ୟ କରିପାରିବେ।
ସ୍ୱାତୀ- କୌଣସି ଅଭାବ ନ ଥାଇ ଅତୀତ ଘଟଣାର ସମୀକ୍ଷାଜନିତ ମନ ବିଷାଦଗ୍ରସ୍ଥ ହେବ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ବନ୍ଧୁସମ୍ପର୍କକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ବୃଦ୍ଧି ପାଇପାରେ। 
ବିଶାଖା- ମିଥ୍ୟାଭାଷଣରୁ ସମାଲୋଚିତ ହୋଇପାରନ୍ତି। ପ୍ରତ୍ୟେକ ପରିସ୍ଥିତିରେ ମନୋବଳ ଟାଣ ରହିବ କିନ୍ତୁ ବିଳମ୍ବରେ କାର୍ଯ୍ୟ ସିଦ୍ଧି ଘଟିବ। ମନରେ ଉଙ୍କି ମାରୁଥିବା ଆଶା ପୂରଣ ହେବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି। 
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬ 
ପ୍ରତିକାର- ଶ୍ରୀ ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର ପାଠ କରନ୍ତୁ।

ବିଛା-
ବିଶାଖା- ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଢିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ପାରିବାରିକ ସମସ୍ୟାର ସରଳ ସମାଧାନ କରି ମନକୁ ହାଲୁକା କରିବେ।
ଅନୁରାଧା-ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବ। ବିଶେଷ ବନ୍ଧୁର ସ୍ୱାଗତ ସତ୍କାରରେ ବ୍ୟସ୍ତ ରହିବେ। ଦିନଟି ମହତ୍ୱପୂର୍ଣ୍ଣ କାମ କରିବାରେ ବିତିବ। 
ଜ୍ୟେଷ୍ଠା- ଜମି କିଣିବା ଲାଗି ଭାବି ପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ମହିଳାମାନେ ଖୁସିରେ ସମୟ ଅତିବାହିତ କରିବେ। ଦେଇଥିବା ଟଙ୍କା ଫେରି ପାଇବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯  
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ।

ଧନୁ-
ମୂଳା- ପାରିବାରିକ ସଦ୍ଭାବ ଅକ୍ଷୁଣ୍ଣ ରହିବା ହେତୁ ମାନସିକ ଶାନ୍ତି ଲଭିବେ। କର୍ମାରମ୍ଭରେ ସଂକଟର ସମ୍ମୁଖୀନ ହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍ ହୋଇଯିବ। ଆନୁଷ୍ଠାନିକ ଅଥବା ସାମାଜିକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ। 
ପୂ,ଷାଢା- କରଜ ଦାତା ଚାପ ବୃଦ୍ଧି ପାଇବାରୁ ମାନସିକ ଭାରସାମ୍ୟ ହରାଇପାରନ୍ତି। ନୂତନ ଦାୟିତ୍ୱ ନେଇ ବିବ୍ରତ ହେବାର ସୂଚନା ରହିଛି। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟ ନେତାଙ୍କର ପ୍ରିୟ ପାତ୍ର ହେବେ । 
ଉ,ଷାଢା- ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ସମସ୍ୟା ଆସିପାରେ। ଭଲ ଚାକିରି ପାଇପାରିବେ ଯାହା ଆପଣଙ୍କୁ ଖ୍ୟାତି ଏବଂ ସମ୍ମାନ ମଧ୍ୟ ଦେବ। ଯେକୌଣସି ପ୍ରକାରରେ ଟଙ୍କା ବିନିଯୋଗ କରିବା କ୍ଷତିକାରକ ହୋଇପାରେ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩ 
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ।

ମକର-

ଉ,ଷାଢା- ପରିବାରରେ ଲାଗିରହିଥିବା ଅଶାନ୍ତି ଦୂର ହେବ। ଅଫିସ୍‌ରେ ଅଧିକ ସମୟ କାମ କରି ଅସୁସ୍ଥତା ଅନୁଭବ କରିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।
ଶ୍ରବଣା- ସହକର୍ମୀଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ଆଗାମୀ ସମୟ ପାଇଁ କାମରେ ଆସିବ। ପାରିବାରିକ, ବ୍ୟବସାୟିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ଧନିଷ୍ଠା- ମନରେ ସର୍ବଦା ଭୟ ଓ ଅଶୁଭ ଆଶଙ୍କା ସୃଷ୍ଟି ହେବ। ନୂତନ ଗୃହ ନିର୍ମାଣ କରିବାର ସୁଯୋଗ ପାଇବେ। ଗୁରୁଜନମାନେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର –  ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ।

କୁମ୍ଭ-
ଧନିଷ୍ଠା- ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପରିବାର ସକାଶେ ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କରିବା କଷ୍ଟକର ହୋଇପଡ଼ିବ। ସହକର୍ମୀ କିମ୍ବା ବନ୍ଧୁଙ୍କ ସହାୟତାରୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ।
ଶତଭିଷା- ରାଜନୀତି କ୍ଷେତ୍ରରେ ଯଶ ମାନ ବୃଦ୍ଧି ହେବ। ଶିକ୍ଷାର୍ଥୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଜୟଯୁକ୍ତ ହେବେ। ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବେ ।  
ପୂ,ଭାଦ୍ରପଦ- ଭୂମି ଲାଭର ଯୋଗ ରହିଛି। ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ପ୍ରଶଂସା ପାଇବେ। ଗୃହାରମ୍ଭ, ଦୂରଯାତ୍ରା, ଯାନବାହାନ କ୍ରୟ କରି ପାରିବେ। 
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ।

ମୀନ-
ପୂ,ଭାଦ୍ରପଦ-ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ। ଗତକାଲିର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା ନ କରି ସାବଧାନତା ଅବଲମ୍ବନ କରନ୍ତୁ।
ଉ,ଭାଦ୍ରପଦ- ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ଭଲରହିବ ନାହିଁ। ବିଦ୍ୟର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ। ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ।
ରେବତୀ- ମହିଳାମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ। ବିରୋଧିମାନେ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଭୟକରିବେ। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।