Daily Horoscope 15th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Jul 15, 2026 - 09:09
Daily Horoscope 15th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-    
ଅଶ୍ୱନୀ- ବ୍ୟବସାୟରେ ବହୁତ ଦିନର ବାକିପଡିଥିବା ଅର୍ଥ ପାଇବା ସହ ଆୟର ମାର୍ଗ ପ୍ରଶସ୍ତ ହେବ ।  ଆର୍ଥିକ ପରିସ୍ଥିତି ଉତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ହୋଇପାରେ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ । 
ଦ୍ୱିଜା-  ପୁରାତନ ରୋଗରୁ ଉପଶମ ପାଇବେ । କର୍ମ କ୍ଷେତ୍ରରେ  ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରଖି କୃତକାର‌୍ୟ୍ୟ ହେବେ । ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ ।        
କୃତିକା- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସି୍ଥତି ରହିପାରେ । ଘରୋଇ କଳହକୁ ନେଇ  ଜମିକୁ ଭାଗ କରି ପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ

ବୃଷ-    
କୃତିକା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ସ୍ୱାସ୍ଥ୍ୟ  କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ ।
ରୋହିଣୀ- ରାଜନିତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ ।
ମୃଗଶିରା- ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । ମହିଳା ମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । କୈାଣସି କାରଣରୁ ମନ ଭଲ ରହିବ ନାହିଁ ।     ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର- ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ-
ମୃଗଶିରା- ଯୋଗାଯୋଗ ଅଭାବ ହେତୁ ସମ୍ପର୍କ ମଧ୍ୟରେ ଦୂରତା ରହିପାରେ । ବାହାରେ ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ । ଜୀବନ ସାଥିଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ ।
ଆଦ୍ରା- କର୍ମ କ୍ଷେତ୍ରରେ ଜଣେ ବନ୍ଧୁଙ୍କ କାମରେ ସନ୍ତୁଷ୍ଟ ହୋଇପାରନ୍ତି । ଭାଗ୍ୟର ପରିବର୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ ।
ପୁନର୍ବସୁ- ଧନ ସମ୍ପତି ବୃଦ୍ଧି ହୋଇପାରେ । ପଡୋଶୀ ମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଚେଷ୍ଟା କରିବେ ।  ନୂଆ ଲୋକଙ୍କ ସହିତ ହାତେ ମାପି ଚାଖଣ୍ଡେ ଚାଲନ୍ତୁ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ-
ପୁନର୍ବସୁ- ବ୍ୟବସାୟରେ ଅଗ୍ରଗତି ଘଟିବ । କୈାଣସି ଜିନିଷ ଦ୍ୱାରା  ଆଘାତ ପାଇ ପାରନ୍ତି । ପାରିବାରିରେ ସମସ୍ତେ ଶାନ୍ତିରେ ସମୟ କାଟିବେ ।
ପୁଷ୍ୟା- କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହେବେ । ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ । ଆବଶ୍ୟକତାଠାରୁ ଅଧିକ ଧନ ପାଇବେ ।
ଅଶ୍ଳେଷା- ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ । ଶିକ୍ଷାର୍ଥୀଙ୍କ ଆଶା ସଫଳ ହେବ । ରାଜନିତିରେ ସବୁ ସମସ୍ୟାର ସମାଧାନ କରି ଆଗକୁ ଆଗେଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କ ସହସ୍ର ନାମ ପାଠ କରନ୍ତୁ

ସିଂହ-
ମଘା- ଶାରୀରିକ ସୁସ୍ଥତା ଫେରି ଆସିବା ସହ ବନ୍ଧୁ ପରିଜନଙ୍କ ସ୍ନେହ,ଶ୍ରଦ୍ଧା ପାଇବେ ।  ବଡ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ । ଆଜି କିଛି ଭଲ ଖବର ମିଳିବ ଯାହାକୁ ନେଇ ପୁରା ଦିନ ମନ ପ୍ରସନ୍ନ ରହିବ । 
ପୂ- ଫାଲ୍‌ଗୁନୀ- ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଦକ୍ଷତାକୁ କେନ୍ଦ୍ର କରି  ଉଚ୍ଚ ପ୍ରଶଂସିତ ହେବେ । ଦାମ୍ପତ୍ୟ ଜୀବନରେ ସୈାହାର୍ଦ୍ଦ୍ୟ ବଢିପାରେ । କୈାଣସି ନିସ୍ପତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । 
ଉ- ଫାଲ୍‌ଗୁନୀ- ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ସହଯୋଗ ମିଳିବ । ଅପ୍ରତ୍ୟାଶିତ ସଂମ୍ପତି ମିଳିବାର ସୂଚନା ଅଛି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧    
ପ୍ରତିକାର – ମନ୍ଦିରରେ କଳା ସୋରିଷ ମଞ୍ଜି ଦାନ କରନ୍ତୁ

କନ୍ୟା-
ଉ- ଫାଲ୍‌ଗୁନୀ- ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । କିଛି ଲୋକଙ୍କ ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ ।
ହସ୍ତା- ଭ୍ରମଣ, ମନୋରଞ୍ଜନକୁ ବେଶୀ ଗୁରୁତ୍ୱ ଦେଇ ପାରନ୍ତି । ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ । ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର ।
ଚିତ୍ରା- ବନ୍ଧୁଙ୍କ ସହାୟତା ଲାଭକରି କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର-ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ତୁଳା-
ଚିତ୍ରା- ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ । କର୍ମ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦିତ  ହେବେ । ନୂତନ କାର‌୍ୟ୍ୟକୁ ନେଇ ସେଥିରେ କୃତକାର୍ଯ୍ୟ ହେବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
ସ୍ୱାତୀ- କାରବାରରେ ଆପଣଙ୍କୁ ପ୍ରଚୁର ଲାଭ ହେବ । ପଢାପଢିରେ ଓ ପରିକ୍ଷାରେ ସମଫଳ ମିଳିବ । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଅଜଣା ଶତୃ ଆପଣଙ୍କର କ୍ଷତି କରି ପାରନ୍ତି ।
ବିଶାଖା- ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ରାଜନୀତିରେ ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳ ହେବେ । ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ  ମନ୍ତ୍ର ପାଠ କରନ୍ତୁ

ବିଛା-
ବିଶାଖା- ବନ୍ଧୁ , ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ବିଶେଷ ଲାଭ ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ । ଦୂର ଯାତ୍ରାରେ କଷ୍ଟ ଅନୁଭବ କରିବେ ।
ଅନୁରାଧା- ପ୍ରେମିକା ପ୍ରେମିକ ମାନେ ନିକଟସ୍ଥ ସ୍ଥାନକୁ ଭ୍ରମଣ କରିବାକୁ ଯାଇ ଆନନ୍ଦ ଅନୁଭବ କରିବେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇ ପ୍ରଂଶସିତ ହେବେ ।
ଜ୍ୟୋଷ୍ଠା- ଛାତ୍ରଛାତ୍ରୀ ମାନେ ପାଠପଢାରେ ବ୍ୟସ୍ତ ରହିବେ । ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିଲେ ଭଲ । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲକା କରିବାରେ ସମର୍ଥନ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର-ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ

ଧନୁ-
ମୂଳା- ପ୍ରେମ ସମ୍ପର୍କରେ  ମଧୁରତା ବଢିବ । ଅଫିସ କାମରେ ମନ୍ଥର ଗତିରେ ପୂରା ହେବ । ବ୍ୟବସାୟରେ  ଯୋଜନାବଦ୍ଧ ରୂପେ କାମ କରିବେ । ଅସନ୍ତୋଷ ଭାବନାକୁ ନିଜ ଅବୈଧ ହେବାକୁ ଦିଅନ୍ତୁ ନାହିଁ ।
ପୂ, ଷାଢା- କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ । ଶିକ୍ଷାକ୍ଷେତ୍ରରେ ଉଚ୍ଚକାଂକ୍ଷା ପୁର୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ ।
ଉ,  ଷାଢା- ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ଅଧିକ ଖର୍ଚ୍ଚକରି ଭୂମିକ୍ରୟ କରିବେ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରି ପ୍ରଂଶସିତ ହେବେ । ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ସକାଳୁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ

ମକର
ଉ, ଷାଢା- ଶାରୀରିକ ଅସୁସ୍ଥତା ଦୂରେଇ ଯିବ । ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର  ପରିକଳ୍ପନା କରିବେ ଓ ସେଥିରେ ପ୍ରଚୁର ଲାଭ ମିଳିବ । ଜୀବନ ସାଥୀଙ୍କ ସହିତ ଶାନ୍ତି ବାତାବରଣ ସୃଷ୍ଟି କରିବେ ।
ଶ୍ରବଣା- ଆଶା କରିଥିବା ଖବର ପାଇ ଖୁସୀ ହୋଇଯିବେ । ପ୍ରେମିକା, ପ୍ରେମିକ ମାନଙ୍କର ଅନେକ ଦିନର ଅଭିଳାଷା ପୂର୍ଣ୍ଣ ହେବ । ଉଧାର ଦେଇଥିବା ଟଙ୍କା ସହଜରେ ହସ୍ତଗତ ହୋଇଯିବ । 
ଧନିଷ୍ଠା- ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ ।  ଯାନ ବାହନ କିଣି ଖୁସି ଅନୁଭବ କରିବେ । ପଡୋଶୀ ଏବଂ କୁଟୁମ୍ବ ସହ ଲାଗିଥିବା କଳହର ସମାଧାନ ହୋଇଯିବ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର-ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ

କୁମ୍ଭ
ଧନିଷ୍ଠା- ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ । ବିବାହ ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ତିରିକୃତ ହୋଇପାରେ । ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବ ।
ଶତଭିଷା- ପାରିବାରିକ ଜୀବନ ଆନନ୍ଦମୟ ରହିବ । ବ୍ୟବସାୟ-ବାଣିଜ୍ୟରେ ପ୍ରଗତି କରିବେ । ନୂଆ କର୍ମଚାରୀଙ୍କ ସାକ୍ଷାତରେ କିଛି ନୂଆ ମଉକା ପାଇପାରିବେ । ରାଜନିତି କ୍ଷେତ୍ରରେ ବିଜୟ ଲାଭ କରିବେ ।
ପୂ,  ଭାଦ୍ରପଦ- ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତି ସମ୍ବନ୍ଧୀୟ ମାମଲାରେ ଲଢି ପାରନ୍ତି ।  ଶିକ୍ଷାର୍ଥୀ ମାନେ ଅଧ୍ୟୟନ ରତ ରହିବେ । ସାମାଜିକ ଗଣମାଧ୍ୟମରେ ସହଯୋଗ ଦେବେ ।  
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ
ପୂ, ଭାଦ୍ରପଦ- ମହିଳା ଓ ପୁରୁଷ ସହକର୍ମୀ ମାନଙ୍କର ସମର୍ଥନ ଯୋଗୁଁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଫଳ ଲାଭ ପାଇବା ସହ ଆର୍ଥିକ ସ୍ଥିତି ବୃଦ୍ଧି ହେବ ।
ଉ, ଭାଦ୍ରପଦ- ରାଜନୀତି ସଙ୍ଗଠନ ସୁଦୃଢ ହେବ । କଠିନ ପରିଶ୍ରମ କରୁଥିବା ଛାତ୍ରମାନଙ୍କ ଆଶା ଶେଷରେ ପୂରଣ ହେବ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ ।
ରେବତୀ- ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ସ୍ଥିରିକୃତ ହୋଇଯିବ । ଭାଇ- ଭଉଣୀ ମାନଙ୍କ ସହ ମନୋମାଳିନ୍ୟ ଦୂର ହେବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କଦଳି ଗଛକୁ ଜଳ ପ୍ରଦାନ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।