Baroda Sudhir in Police Remand: ଠକ ବରୋଦା ସୁଧୀରକୁ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ, ନକଲି IAS ଅଫିସରର ଖୋଲୁଛି ଅସଲ ଠକେଇ

Jul 15, 2026 - 18:14
Baroda Sudhir in Police Remand: ଠକ ବରୋଦା ସୁଧୀରକୁ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ, ନକଲି IAS ଅଫିସରର ଖୋଲୁଛି ଅସଲ ଠକେଇ

ନକଲି ଆଇଏଏସ ବରୋଦା ସୁଧୀରକୁ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ। ଝାରପଡ଼ା ଜେଲରୁ ରିମାଣ୍ଡରେ ନେଇଛି ବ୍ରହ୍ମପୁର ସ୍ପେଶାଲ ସ୍କ୍ୱାଡ । ନକଲି IAS ବେଶରେ ବୁଲୁଥିଲା ୪୨୦ ଠକ। ଭୁବନେଶ୍ୱର ପରେ ସାମ୍ନାକୁ ଆସିଲା ବ୍ରହ୍ମପୁର ଠକେଇ ଲିଙ୍କ୍। ଠକ ବରୋଦା ସୁଧୀର ବ୍ରହ୍ମପୁର ଗାନ୍ଧି ନଗର ଥାନା ଅଞ୍ଚଳରେ ଏକ ବେକରୀ ସପ୍ ଓ ଲୁଗା ଦୋକାନରୁ ୨୦ହଜାରରୁ ଉର୍ଦ୍ଧ୍ୱ ଟଙ୍କାର  ସାମଗ୍ରୀ କିଣି ଛୁ’ ମାରିଛନ୍ତି।

ନିଜକୁ ଆଇଏଏସ୍ ପରିଚୟ ଦେଇ ସେ ଜିନିଷ କିଣି ଟଙ୍କା ଦେଇନଥିଲେ। ଏପରିକି ତାଙ୍କ ପାଇଁ ଏକ ଗାଡ଼ି ବୁକ୍ କରିବାକୁ କହି ଟ୍ୟାକ୍ସି ନେଇ ମଧ୍ୟ ଭଡ଼ା ଦେଇନଥିଲା। ଏଭଳି ଅନେକ ଅଭିଯୋଗ ନେଇ ଟାଉନ ଥାନାରେ କେସ୍  ରେ ଖୋଜୁଥିଲା ବ୍ରହ୍ମପୁର ପୋଲିସ।

ତେବେ ଗତ ୨୬ ଜୁନରେ ଭୁବନେଶ୍ବର ସହିଦ ନଗର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଘଟଣା ସାମ୍ନାକୁ ଆସିବା ପରେ ଏବେ ଧିରେ ଧିରେ ଅନ୍ୟ ସହରର ଗୁମର ଖୋଲୁଛି। କେତେବେଳେ ସବ୍ କଲେକ୍ଟରର ତ କେତେବେଳେ IAS ଅଧିକାରୀ ପରିଚୟ ଦେଇ ଠକାମୀ କରୁଥିଲା। ଏପରିକି ପୂର୍ବରୁ ୟୁପିଆଇ ଠକେଇ ଭଳି ଅନେକ ଭିନ୍ନ ଭିନ୍ନ ଠକେଇ କରି ଜେଲ ମଧ୍ୟ ଯାଇଛି। ଏହି ଅଭିଯୁକ୍ତର ଘର ଆନ୍ଧ୍ରପ୍ରଦେଶ ସେ ଅନେକ ସମୟରେ ଏଭଳି ବୁଲି ବୁଲି ଠକାମୀ କରୁଥିବା ଜଣାପଡ଼ିଛି।

ଠକ ବରୋଦା ସୁଧୀରକୁ ରିମାଣ୍ଡରେ ନେଲା ବ୍ରହ୍ମପୁର ପୋଲିସ 
ଝାରପଡ଼ା ଜେଲରୁ ରିମାଣ୍ଡରେ ନେଲା ବ୍ରହ୍ମପୁର ସ୍ପେଶାଲ ସ୍କ୍ୱାଡ 
ନକଲି IAS ଭାବେ ବୁଲୁଥିଲେ ଏହି ୪୨୦ ଠକ 
ଭୁବନେଶ୍ୱର ପରେ ସାମ୍ନାକୁ ଆସିଲା ବ୍ରହ୍ମପୁର ଠକେଇ
ବ୍ରହ୍ମପୁର ବେକରୀ ସପ୍ ଓ ଲୁଗା ଦୋକାନରୁ ଠକିଛି  
୨୦ ହଜାରରୁ ଅଧିକ ଟଙ୍କାର ଠକି ମାରିଥିଲା ଛୁ’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।