Daily Horoscope 14th July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ପୁରାତନ ରୋଗରୁ ଉପଶମ ମିଳିବ । ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ ।
ଦ୍ୱିଜା- ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ଶିକ୍ଷାର୍ଥୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ। ଚାକିରୀଆଙ୍କୁ ନୂଆ ପକଳ୍ପ ଦାୟିତ୍ୱ ମିଳିବ । ବ୍ୟପାରୀ ବର୍ଗଙ୍କୁ ଅଚାନକ ଧନ ଲାଭ ହେବ ।
କୃତିକା- ଜମିବାଡି ସମସ୍ୟାର ସି୍ଥତି ଆପଣଙ୍କ ସପକ୍ଷରେ ରହିବ । ବିଦ୍ୟାର୍ଥୀ ମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଚେଷ୍ଟା କରିବେ । ଧାର ଦେବା ନେବାରେ ନିବୃତ ରୁହନ୍ତୁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲଖିତ ହେବ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତୀ ହେବେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ଦାମ୍ପତ୍ୟ ଜୀବନରେ କିଛିଟା ବ୍ୟତିକ୍ରମ ଦେଖା ଦେଇପାରେ
ରୋହିଣୀ- ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ମୃଗଶିରା- ମହିଳା ମାନେ ଅନ୍ୟକୁ ସାହାର୍ୟ୍ୟ କରିବେ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ଯାନବାହନ, ସଭସମିତି, ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ଶାରୀରିକ ଅସୁସ୍ଥତା ଦୂରହେବା ସହ ଅଧିକାରୀ କାମରେ ପ୍ରସନ୍ନ ରହିବେ । ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ । ଜୀବନ ସାଥିଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ ।
ଆଦ୍ରା- ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଜୀବନରେ ନୂଆ ସଂକେତ ମିଳିପାରେ । ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ । ଧର୍ମ ଷ୍ପୁସ୍ତକ ପଢିବାରେ ଆଗ୍ରହ ବଢିବ ।
ପୁନର୍ବସୁ- ଚାକିରିରେ ସହକର୍ମୀ ମାନେ ଅସହଯୋଗ କରିବେ । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ ଆଦି ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ ।
ପୁଷ୍ୟା- ଆର୍ଥିକ କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି । ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । ଚାକିରି କ୍ଷେତ୍ରରେ ମନ ଅସ୍ଥିରତା ରହିବ ।
ଅଶ୍ଲେଷା-ନିର୍ବାଚନ କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ମହିଳା ମାନେ ଅଳ୍ପ ପ୍ରୟାସରେ କାମ ପୂର୍ଣ୍ଣ କରିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ-
ମଘା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ନେତ୍ରପିଡା ଅନୁଭବ କରି ପାରନ୍ତି ।
ପୂ,ଫାଲଗୁନି- ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ । ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ ।
ଉ,ଫାଲଗୁନି- ଲମ୍ବା ସମୟ ଧରି ଅଟକି ରହିଥିବା କାମକୁ ସମ୍ପୁର୍ଣ୍ଣ କରିବେ । ଜମିରେ ଆଜି ନିବେଶ କରନ୍ତୁ ନାହିଁ । ମୁରବୀ ଆପଣଙ୍କୁ କୈାଣସି ଭଲ ପରାମର୍ଶ ଦେଇ ପାରନ୍ତି । କଳା, ସାହିତ୍ୟ ଓ ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ
କନ୍ୟା-
ଉ,ଫଳଗୁନି- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ ।
ହସ୍ତା-ପିତା ମାତାଙ୍କ ସହିତ ସାମାନ୍ୟ ମନମାଳିନ୍ୟ ଦେଖାଦେଇପାରେ । ଯେଉଁମାନେ ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢିବାକୁ ଇଚ୍ଛା କରୁଛନ୍ତି ,ସେମାନେ ଆଡମିଶନ୍ ପାଇ ପାରିବେ । ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।
ଚିତ୍ରା-ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ । ବୈଜ୍ଞାନିକ ମାନେ ଗବେଷଣା କ୍ଷେତ୍ରରେ ଦୃତ ଅଗ୍ରଗତି କରିବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ । ପାରିବାରିକ ଜୀବନେର ସନ୍ତୁଳତା ରକ୍ଷା କରିବେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ ।
ସ୍ୱାତୀ-ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ । ରାଜନୈତିକ କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ପ୍ରିୟଜନ ମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାର୍ଯ୍ୟ କରିବେ ।
ବିଶାଖା- ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ଅଧିକାଂଶ ସମୟ ମନ ଭାରାକ୍ରାନ୍ତ ରହିବା କାରଣରୁ ଯାହା ନ କହିବା କଥା ତାହା କହି ସମସ୍ୟାକୁ ଡାକି ଆଣିବେ ।
ଅନୁରାଧା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ହେବ । ଶିକ୍ଷାକ୍ଷେତ୍ରରେ ମାନସିକ ସି୍ଥରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି ।
ଜ୍ୟେଷ୍ଠା- ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ମହିଳା ମାନେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବାକି ପଡିଥିବା ପାଉଣା ଫେରି ପାଇବେ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ମୂଳା- ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ । ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ ।
ପୂ,ଷାଢା- ଆମଦାନି ବଢଇବାର ନୂଆ ଯୋଜନ ମୁଣ୍ଡକୁ ଆସିପାରେ । ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ପ୍ରଗତି ହେବ । ଚାକିରିରେ ଅପଦସ୍ତ ହୋଇପାରନ୍ତି । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ ।
ଉ,ଷାଢା- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସ୍ଥିତି ରହିପାରେ । ପରିସ୍ଥିତିରେ ପଡି ଜମିକୁ ଭାଗ କରି ପାରନ୍ତି
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –ଲଡୁ ଧର୍ମସ୍ଥାନ ରେ ଭୋଗ ଲଗାନ୍ତୁ
ମକର-
ଉ,ଷାଢା- ବାହାରେ ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ । ଜୀବନ ସାଥିଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ । କର୍ମ କ୍ଷେତ୍ରରେ ପରିଶ୍ରମ ଓ ମେହନତର ପରିମାଣ ମିଳିବ ।
ଶ୍ରବଣା- ଆର୍ଥୀକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ । ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ ।
ଧନିଷ୍ଠା- ଶିକ୍ଷାକ୍ଷେତ୍ରରେ ଉନ୍ନତି କରିବା ସହିତ ସାସ୍କୃତିକ କାର୍ଯ୍ୟରେ ଲୋକ ପ୍ରିୟତା ଅର୍ଜନ କରିବେ । ସାମାଜିକ ସଂସାର କାମରେ ସହଯୋଗ କରିବେ । ମହିଳା ମାନଙ୍କର ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ହେତୁକ ମନ ଉଦ୍ବିଗ୍ନ ରହିବ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା- ପରିବାରରେ ସୁଖଶାନ୍ତି ଫେରିଆସିବ । ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ ।
ଶତଭିଷା- ବେପାରରେ ବକେୟା ଅର୍ଥ ପାଇବେ । ସୁନା ଅଳଙ୍କାର କିଣିବା ଲାଗି ଭାବିବେ । ନୂଆ ଉଦ୍ୟୋଗି ଗଢିବା ପାଇଁ ଭାବିବେ । ଭାବିଥିବା କାମରେ ନିଜ ଦକ୍ଷତା ବଳରେ ପୁରା କରିବେ ।
ପୂ,ଭାଦ୍ରପଦ- ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ୍ ହୋଇ ଖୁସି ଅନୁଭବ କରିବେ । ସମ୍ପତି ବିକ୍ରୟ ବେଳେ ତରବରିଆ ଭାବେ ନିଷ୍ପତି ନିଅନ୍ତୁ ନାହିଁ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ
ମୀନ-
ପୂ,ଭାଦ୍ରପଦ- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ପିଲା ମାନଙ୍କ ସହିତ ହସଖୁସିରେ ସମୟ ବିତାଇବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ ।
ଉ,ଭାଦ୍ରପଦ- ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବା ଦ୍ୱାରା ବହୁତ ଲାଭ ମିଳିବ ଓ ଧନ ପ୍ରାପ୍ତି ହେବ । ଚାକିରି କ୍ଷେତ୍ରରେ ସୁନାମ ବୃଦ୍ଧି ଘଟିବ । ରାଜନୈତିକ କ୍ଷେତ୍ରରେ ବାଦବିବାଦ ଠାରୁ ଦୂରେଇ ରହିବେ ।
ରେବତୀ- ଜମିଜମା କ୍ରୟ ବା ନୂତନ ଗୃହ ନିର୍ମାଣ କରିବେ । ଶତୃମାନେ ମଥାନତ କରିବେ । ମହିଳା ମାନେ କର୍ମକ୍ଷେତ୍ରରେ ପଦୋନ୍ନତିର ସଂକେତ ପାଇବେ । ଖେଳାଳି ମାନେ ସତର୍କ ରହିବା ଆବଶ୍ୟକ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗରିବ ଲୋକଙ୍କୁ ସହାୟତା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।