Cyber Fraud Targets College Students: ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ; ଆଡିମିଶନ ନାଁରେ ଛାତ୍ରଛାତ୍ରୀଙ୍କୁ ମାଗୁଛନ୍ତି
ସାଇବର ଠକଙ୍କ ଟାର୍ଗେଟରେ ଏବେ କଲେଜ ଛାତ୍ରଛାତ୍ରୀ। ଆଡମିଶନ, ରି-ଆଡମିଶନ ନାମରେ ଛାତ୍ରଛାତ୍ରୀଙ୍କୁ ମାଗୁଛନ୍ତି ଟଙ୍କା। ସାମସ ପୋର୍ଟାଲରୁ ପିଲାଙ୍କ ତଥ୍ୟ ଚୋରି କରି ଠକେଇ କରୁଛନ୍ତି ସାଇବର ଠକ। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ। ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ସାଇବର ଠକଙ୍କ ଜାଲରେ ପଡି ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।
ଆଉ କିଛି ଛାତ୍ର ଛାତ୍ରୀ ଠକଙ୍କ ଚାଲ ବୁଝି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଡମିଶନ ଅବଧି ଶେଷ ହେବାକୁ ଥିବା କହି ୫ହଜାର ୮ଶହ ଟଙ୍କା ଲେଖାଏଁ ଅନଲାନରେ ପଠାଇବାରୁ ଫୋନ୍ କରି କହୁଛନ୍ତି ସାଇବର ଠକ। ଘଟଣା ନେଇ କଲେଜ ଅଧ୍ୟକ୍ଷ ଓ ଏସପିଙ୍କ ସମେତ ଜିଲ୍ଲା ସାଇବର ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।
ଏହାସହ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷଙ୍କୁ ସ୍ମାର୍ଟ କ୍ଲାସ ରୁମ ବାବଦରେ ୪୦ହଜାର ଟଙ୍କା ଲେଖାଏଁ କଲେଜକୁ ପଠାଯିବା ବୋଲି ବିଡ଼ିଓଙ୍କ ନାଁ ନେଇ ଠକିବାକୁ ଉଦ୍ୟମ କରିଛନ୍ତି ସାଇବର ଲୁଟେରା। ତେବେ ଏସମ୍ପର୍କରେ ସାଇବର ଥାନା ଅଧିକାରୀ କିମ୍ବା ଏସପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
- ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ
- ଆଡିମିଶନ ନାଁରେ ଛାତ୍ରଛାତ୍ରୀଙ୍କୁ ମାଗୁଛନ୍ତି ଟଙ୍କା
- ସାମସ ପୋର୍ଟାଲରୁ ତଥ୍ୟ ଚୋରି କରି ଠକେଇ
- ଜଗତସିଂହପୁର ଜିଲ୍ଲାରୁ ଆସିଛି ଅଭିଯୋଗ