Cuttack: ମହାନଦୀ ବନ୍ୟାରେ କଟକ ଜିଲ୍ଲା ପ୍ରଭାବିତ: ୪ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି କହିଲେ ଜିଲ୍ଲାପାଳ
"କଟକ( ଦିପ୍ତିରଞ୍ଜନ ସାମଲ): ମୁଣ୍ଡଳୀରେ ମହାନଦୀର ବନ୍ୟାଜଳ ବୃଦ୍ଧି ପାଉଥିବା ବେଳେ ତାହାର ସମ୍ମୁଖୀନ ହେବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏବେ ମୁଣ୍ଡଳୀରେ ୮.୨୦ଲକ୍ଷ କ୍ୟୂସେକ୍ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏହା ବୃଦ୍ଧି ପାଇଁ ୧୦ଲକ୍ଷ କ୍ୟୁସେକ୍ ଜଳ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏବେ ସୁଦ୍ଧା ବାଙ୍କିର ମା ଭଟାରିକା ମନ୍ଦିରରେ ପାଣି ପ୍ରବେଶ କରିଥିବା ବେଳେ ବଡ଼ମ୍ବା, ତିଗିରିଆ ଓ ଆଠଗଡ଼ରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି।
Advertisment ଆହୁରି ପଢନ୍ତୁ: Deadbody: ବନ୍ୟାଜଳରେ ଭାସିଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର ମହାନଦୀର ବନ୍ୟାଜଳ ବୃଦ୍ଧି ପାଉଥିବାରୁ ଆଜି ରାତି ସୁଦ୍ଧା କଟକ ,ବାଙ୍କି ଓ ଆଠଗଡ଼ ଉପଖଣ୍ଡ ଅଞ୍ଚଳର ଖାଲୁଆ ଅଞ୍ଚଳରୁ ପ୍ରାୟ ୪ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।
ଆସନ୍ତା ୪୮ଘଣ୍ଟା ପାଇଁ ସତର୍କ ନଜର ରଖିବା ସହିତ ବ୍ୟାପକ ପ୍ରସ୍ତୁତି ଜାରି ରହିଛି।।
ବିଶେଷ କରି ବାଙ୍କି, ବଡ଼ମ୍ବା, ସାଲେପୁର, ମାହାଙ୍ଗା, ଆଠଗଡ଼ ଓ କଟକ ସହରର ଖାଲୁଆ ଅଞ୍ଚଳ ଉପରେ ସତର୍କ ପଦକ୍ଷେପ ଗ୍ରହଣ କରାଯାଇଛି।
ଖାଲୁଆ ଅଞ୍ଚଳରୁ ପ୍ରଭାବିତ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରାଯାଇଛି।
ଆଶ୍ରୟସ୍ଥଳ ଠାରୁ ଆରମ୍ଭ କରି ସ୍କୁଲ କଲେଜରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବ।
ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଓଡ଼୍ରାଫ, ଏନଡ଼ିଆରଏଫ, ଅଗ୍ନିଶମ ବାହିନୀ ସହିତ ପୁଲିସ ବିଭାଗକୁ ସଜାଗ ରଖାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।