Cucumber-Mint Juice: ସକାଳୁ ଖାଲି ପେଟରେ କାକୁଡ଼ି ଓ ପୋଦିନା ଜୁସ୍ ପିଇଲେ କ'ଣ ହୁଏ? ଜାଣନ୍ତୁ ଏହାର ଉପକାରିତା

Jul 11, 2026 - 14:39
Cucumber-Mint Juice: ସକାଳୁ ଖାଲି ପେଟରେ କାକୁଡ଼ି ଓ ପୋଦିନା ଜୁସ୍ ପିଇଲେ କ'ଣ ହୁଏ? ଜାଣନ୍ତୁ ଏହାର ଉପକାରିତା

ଯଦି ସକାଳର ଆରମ୍ଭ ଏକ ସତେଜ ଓ ସ୍ୱାସ୍ଥ୍ୟକର ପାନୀୟ ସହ ହୁଏ, ତେବେ ଦିନସାରା ଶରୀରରେ ଶକ୍ତି ଭରପୂର ରହିଥାଏ। ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଓ ଅସନ୍ତୁଳିତ ଖାଦ୍ୟାଭ୍ୟାସ ମଧ୍ୟରେ ଶରୀରକୁ ଡିଟକ୍ସ କରିବା ବହୁତ ଜରୁରୀ। ଏଭଳି ପରିସ୍ଥିତିରେ ସକାଳୁ ଖାଲି ପେଟରେ କାକୁଡ଼ି ଓ ପୋଦିନାର ଜୁସ୍ ପିଇବା ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ।

ଏହି ଜୁସ୍ କେବଳ ଶରୀରକୁ ସତେଜ କରେ ନାହିଁ, ବରଂ ଭିତରୁ ସଫା ରଖିବାରେ ସହାୟତା କରିଥାଏ ଏବଂ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିବାରେ ମଧ୍ୟ ସହାୟକ ହୁଏ। ତେବେ ଆସନ୍ତୁ ଜାଣିବା, ସକାଳୁ ଖାଲି ପେଟରେ କାକୁଡ଼ି ଓ ପୋଦିନାର ଜୁସ୍ ପିଇଲେ ଶରୀରକୁ କେଉଁ କେଉଁ ଉପକାର ମିଳିଥାଏ।

୧. ଶରୀରକୁ ଡିଟକ୍ସ କରିବାରେ ସହାୟକ

ରାତିସାରା ଆମ ଶରୀରରେ ବିଭିନ୍ନ କ୍ଷତିକାରକ ବିଷାକ୍ତ ପଦାର୍ଥ (ଟକ୍ସିନ୍) ଜମା ହୋଇଥାଏ। କାକୁଡ଼ିରେ ପ୍ରଚୁର ପରିମାଣର ପାଣି ଓ ଫାଇବର ଥିବା ବେଳେ, ପୋଦିନା ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ପରିଚିତ। ଖାଲି ପେଟରେ ଏହି ଜୁସ୍ ପିଇଲେ ଏହା ଲିଭର ଓ  କିଡନିକୁ ସଫା ରଖିବାରେ ସହାୟତା କରେ ଏବଂ ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରିବାରେ ସହଯୋଗ କରେ।

୨. ଓଜନ କମାଇବାରେ ସହାୟକ

ଯଦି ଆପଣ ବଢ଼ୁଥିବା ଓଜନ କିମ୍ବା ପେଟର ଚର୍ବିକୁ ନେଇ ଚିନ୍ତିତ, ତେବେ ଏହି ଜୁସ୍ ଆପଣଙ୍କ ପାଇଁ ଉପକାରୀ। କାକୁଡ଼ି ଓ ପୋଦିନାର ଜୁସରେ କ୍ୟାଲୋରୀର ପରିମାଣ ବହୁତ କମ୍ ଏବଂ ପାଣିର ପରିମାଣ ଅଧିକ ଥାଏ। ସକାଳୁ ଏହା ପିଇଲେ ଶରୀରର ମେଟାବୋଲିଜମ୍ ସକ୍ରିୟ ହୋଇଥାଏ, ଯାହା ଚର୍ବି କମାଇବା ପ୍ରକ୍ରିୟାକୁ ସହାୟତା କରେ। ଏହା ସହ ଏହି ଜୁସ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟକୁ ଭରା ରଖିଥାଏ, ଫଳରେ ଅଧିକ ଖାଇବାର ଇଚ୍ଛା କମିଯାଏ।

୩. ପାଚନତନ୍ତ୍ର ପାଇଁ ଉପକାରୀ

ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟ ଓ ପେଟ ଫୁଲିବା ଭଳି ସମସ୍ୟାରେ କାକୁଡ଼ି ଓ ପୋଦିନାର ଜୁସ୍ ବେଶ୍ ଉପକାରୀ। ପୋଦିନାରେ ଥିବା ମେନ୍ଥଲ୍ ପାଚକ ଏନଜାଇମ୍କୁ ସକ୍ରିୟ କରି ଖାଦ୍ୟ ହଜମରେ ସହାୟତା କରେ। ସେହିପରି କାକୁଡ଼ିର ଶୀତଳ ପ୍ରଭାବ ପେଟ ଜ୍ୱଳନ ଓ ଏସିଡିଟିରୁ ଆରାମ ଦେଇପାରେ। ସକାଳୁ ଖାଲି ପେଟରେ ଏହି ଜୁସ୍ ପିଇଲେ ପାଚନତନ୍ତ୍ର ସୁସ୍ଥ ରହେ।

୪. ତ୍ୱଚାକୁ ପ୍ରାକୃତିକ ଚମକ ପ୍ରଦାନ କରେ

କୁହାଯାଏ, ଆପଣଙ୍କ ପାଚନତନ୍ତ୍ର ଯେତେ ସୁସ୍ଥ ରହିବ, ତାହାର ପ୍ରଭାବ ସେତେ ଅଧିକ ତ୍ୱଚାରେ ଦେଖିବାକୁ ମିଳିବ। ଏହି ଜୁସ୍ ଶରୀରକୁ ଭିତରୁ ସଫା ରଖିବା ସହ ପର୍ଯ୍ୟାପ୍ତ ଜଳୀୟ ଅଂଶ ବଜାୟ ରଖିବାରେ ସହାୟକ ହୋଇଥାଏ, ଯାହାର ସକାରାତ୍ମକ ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। କାକୁଡ଼ିରେ ଥିବା ସିଲିକା ଓ ପୋଦିନାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ବ୍ରଣ ଓ ଦାଗ କମାଇବାରେ ସହାୟକ ହୋଇପାରେ ଏବଂ ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବାରେ ସାହାଯ୍ୟ କରେ।

୫. ଶରୀରକୁ ଜଳଶୂନ୍ୟତାରୁ ରକ୍ଷା କରେ

ଖରାଦିନେ ଶରୀରରେ ପାଣିର ଅଭାବ ହେବା ଏକ ସାଧାରଣ ସମସ୍ୟା। କାକୁଡ଼ିରେ ପ୍ରାୟ ୯୫ ପ୍ରତିଶତ ପାଣି ଥାଏ। ସକାଳୁ ଖାଲି ପେଟରେ ଏହି ଜୁସ୍ ପିଇଲେ ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରହିବାରେ ସହାୟତା ମିଳିପାରେ। ଫଳରେ ଆପଣ ଦିନସାରା ସତେଜ ଓ ଜଳୀୟ ଅଂଶ ବଜାୟ ରଖିପାରିବେ। ଏହା ଶରୀରର ତାପମାତ୍ରାକୁ ମଧ୍ୟ ସନ୍ତୁଳିତ ରଖିବାରେ ସହାୟକ ହୋଇଥାଏ।

ସ୍ପଷ୍ଟୀକରଣ: ଏହି ପରାମର୍ଶଗୁଡ଼ିକ କେବଳ ସାଧାରଣ ସୂଚନା ପାଇଁ। କୌଣସି ନୂତନ ଫିଟନେସ୍ କାର୍ଯ୍ୟକ୍ରମ ଆରମ୍ଭ କରିବା, ଖାଦ୍ୟାଭ୍ୟାସରେ ପରିବର୍ତ୍ତନ କରିବା କିମ୍ବା କୌଣସି ରୋଗ ସମ୍ପର୍କିତ ଉପଚାର ଅପଣାଇବା ପୂର୍ବରୁ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।