CrudeOil: ଅଶୋଧିତ ତେଲ ୯୦ ଡଲାର ଉପରେ
"ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ିବା ପରେ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବାରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବୃଦ୍ଧି ପାଇ ପୁଣି ଥରେ ୯୦ ଡଲାରରୁ ଅଧିକ ହୋଇଛି।
ଗତ ଜୁନ ୧୧ ତାରିଖ ପରେ ଏହା ହେଉଛି ତେଲର ସର୍ବାଧିକ ଦର।
ଦୁଇ ଦେଶ ମଧ୍ୟରେ ଅନ୍ତରୀଣ ଶାନ୍ତି ଚୁକ୍ତି ହେବା ପରେ ତେଲ ଦରରେ ବଡ଼ ଧରଣର ହ୍ରାସ ହୋଇଥିଲା।
ସୋମବାର ବ୍ରେଣ୍ଟ କ୍ରୁଡ୍ର ଦର ବ୍ୟାରେଲକୁ ୯୦.୧୯ ଡଲାର ଓ ୟୁଏସ୍ ଟେକ୍ସାସ୍ ଇଣ୍ଟରମେଡିଏଟ୍ କ୍ରୁଡ୍ ଦର ୮୪.୨୦ ଡଲାରକୁ ବୃଦ୍ଧି ପାଇଥିଲା।Advertisment ଆହୁରି ପଢନ୍ତୁ: Kanpur: ସରକାରୀ ଚାକିରି ପାଇଁ ୫୦ଥର କରିଥିଲେ ପ୍ରୟାସ; ଅସଫଳ ହେବା ପରେ ଜୀବନ ହାରିଲେ ମେଧାବୀ ଛାତ୍ର ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି।
ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି।
ଅଧିକ ଦିନ ଉତ୍ତେଜନା ରହିଲେ ତାହା ମଧ୍ୟପ୍ରାଚ୍ୟର ଅନ୍ୟ ଦେଶ ଆଡ଼କୁ ଗତି କରିବ।
ସେଭଳି ପରିସ୍ଥିତିରେ ଜାହାଜ ଚଳାଚଳ ପ୍ରଭାବିତ ହୋଇ ତେଲ ଦର ଆହୁରି ବଢ଼ିବା ଆଶଙ୍କା କରାଯାଉଛି।
ଚିନ୍ତାର ବିଷୟ ହେଉଛି ଯୁଦ୍ଧ କରୁଥିବା ଦୁଇ ଦେଶ ଲଗାତାର ଭାବେ ଜାହାଜ ଚଳାଚଳ ପଥକୁ ଟାର୍ଗେଟ୍ କରି ଆକ୍ରମଣ କରୁଛନ୍ତି।
ଆମେରିକା କହିଛି ଯେ ଇରାନର ଜାହାଜ ଚଳାଚଳକୁ ଏହା ଅବରୋଧ କରିଛି।
ଇରାନ କହିଛି ଯେ ନିୟମ ଉଲ୍ଲଂଘନ କରି ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ଜାହାଜଗୁଡ଼ିକୁ ଏହା ଟାର୍ଗେଟ୍ କରୁଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।