Crocodile Attack: ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ, ପୁଣି ନେଲା ଗୋଟେ ଜୀବନ
"ଯାଜପୁରଟାଉନ: ଖରସ୍ରୋତା ନଦୀରେ ଜଣେ ଲୋକ ଗାଧୋଇବାବେଳେ ନଦୀରେ ଥିବା କୁମ୍ଭୀର ଟାଣି ନେଇଥିବା ଜଣାଯାଇଛି।
ଖବର ପାଇ ଓଡ଼୍ରାଫ ଦଳ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି।
ତେବେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯାଜପୁରବ୍ଲକ ଅଧୀନ ଦେବିଲ ରିଷିପୁର ହରିଜନ ସାହିର ସ୍ବର୍ଗତ ବିନୋଦ ବିହାରୀ ଜେନାଙ୍କ ପୁଅ ହରିହର ଜେନା(୫୪)।
Advertisment ଉଦ୍ଧାର କାର୍ଯ୍ୟ ଜାରି ସୂଚନାରୁ ପ୍ରକାଶ, ହରିହର ଗତକାଲି ଅପରାହ୍ନରେ ବିଲକାମ ସାରି ରିଷିପୁର ହରିଜନ ସାହିର ଖରସ୍ରୋତା ନଦୀର ହରିଜନ ସାହି ଘାଟକୁ ଗାଧୋଇବାକୁ ଯାଇଥିଲେ।
ହେଲେ ସାଙ୍ଗରେ ତାଙ୍କର ପାଞ୍ଚ ବର୍ଷର ନାତିକୁ ଗାଧୋଇବାକୁ ନେଇଥିଲେ।
ନାତିକୁ ହରିହର ଗାଧୋଇ ଦେଇ ନଦୀ ପଠାରେ ଠିଆ କରି ନିଜେ ନଦୀକୁ ଗାଧୋଇବାକୁ ଗଲେ।
କିନ୍ତୁ ନଦୀକୁ ଗୋଟେ ଗୋଡ଼ ବଢ଼ାଇଥିବାବେଳେ ସେହି ନଦୀରେ ଲୁଚି ରହିଥିବା କୁମ୍ଭୀର ସେହି ଗୋଡ଼କୁ ଟାଣି ନେଇଥିଲା।
ହେଲେ ଟାଣିବା ସମୟରେ ହରିହର ଚିତ୍କାର କରିଥିଲେ ମଧ୍ୟ କେହି ଶୁଣି ପାରି ନଥିଲେ।
ହେଲେ ହରିହରର ନାତି ଏହି ଚିତ୍କାର ଶୁଣି ଓ କୁମ୍ଭୀର ଜେଜେଙ୍କୁ ଟାଣି ନେଉଥିବା ଦେଖି ଚିତ୍କାର କରିଥିଲା।
ତେବେ ଗ୍ରାମବାସୀ ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ନଦୀ ଗର୍ଭକୁ ହରିହରକୁ ଟାଣି ନେଇଥିଲା।
ତେବେ ଖବର ପାଇଁ ଓଡ଼୍ରାଫ ଦଳ ପହଞ୍ଚି ନଦୀରେ ହରିହରଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳି ନଥିବା ସୂଚନା ମିଳିଛି।
Heavy Rain: ଲଗାଣ ବର୍ଷାରେ ଘର ଭାଙ୍ଗି ଦୁଇ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।