Ukraine F-16 Crash: ମିଶନ ସମୟରେ ୟୁକ୍ରେନୀୟ ଏଫ୍-୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ
"କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି।
ୟୁକ୍ରେନୀୟ ବାୟୁସେନା ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛି ଯେ ଏହାର ଏକ ଏଫ୍-୧୬ ଯୁଦ୍ଧ ବିମାନ ଏକ ମିଶନ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୌଭାଗ୍ୟବଶତଃ, ବିମାନରେ ଥିବା ପାଇଲଟ୍ ସମୟୋଚିତ ଉପସ୍ଥିତ ବୁଦ୍ଧି ଖଟାଇ ବାହାରକୁ ବାହାରି ଆସିଥିଲେ।
ତାଙ୍କ ଜୀବନ ବଞ୍ଚିଯାଇଛି।
ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ଯୁଦ୍ଧ ବିମାନଟି ରୁଷର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍କୁ ଅବରୋଧ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଡ଼ାଣ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହା ଫଳରେ ପାଇଲଟ ବେସ୍ ସହିତ ଯୋଗାଯୋଗ ହରାଇ ବସିଥିଲେ।
ସେ କୌଣସି ଉପାୟ ନପାଇ ବିମାନରୁ ବାହାରି ଆସିଥିଲେ।Advertisment ପାଇଲଟ ବର୍ତ୍ତମାନ ସୁରକ୍ଷିତ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଉଦ୍ଧାରକାରୀ ଦଳ ପାଇଲଟଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ।
ବାୟୁସେନାର ଏକ ବିବୃତି ଅନୁଯାୟୀ, ପାଇଲଟ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କୁ ଡାକ୍ତରୀ ପରୀକ୍ଷା ତଥା ଆବଶ୍ୟକୀୟ ପରୀକ୍ଷା ପାଇଁ ଏକ ମେଡିକାଲକୁ ନିଆଯାଇଛି।
ସେଠାରେ ବିଶେଷଜ୍ଞମାନେ ତାଙ୍କ ଅବସ୍ଥା ଉପରେ ନଜର ରଖିଛନ୍ତି।
Jantar Mantar Protest: ଜନ୍ତର ମନ୍ତର ଆନ୍ଦୋଳନ: ଯୁବକଙ୍କ ଶରୀରରୁ ବାହାରିଲା ୭ଟି ପେଲେଟ୍ ଦୁର୍ଘଟଣାସ୍ଥଳରେ ବିଶେଷଜ୍ଞ ଏବଂ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ଏକ ଦଳ ନିୟୋଜିତ ଅଛନ୍ତି।
ସୌଭାଗ୍ୟବଶତଃ କେହି ମୃତାହତ କିମ୍ବା ସାଧାରଣ ନାଗରିକ ସମ୍ପତ୍ତିର କ୍ଷତି ହୋଇଥିବାର କୌଣସି ରିପୋର୍ଟ ମିଳିନାହିଁ।
ଦୁର୍ଘଟଣାଟି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନା ଅନ୍ୟ କୌଣସି କାରଣରୁ ଘଟିଛି ତାହା ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଦଳ ପ୍ରତ୍ୟେକ ଦିଗକୁ ଯାଞ୍ଚ୍ କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।