Crime Pattern Changes in Balasore: ବଦଳୁଛି ଅପରାଧର ଟ୍ରେଣ୍ଡ; ଛୁରୀ ଭୁଜାଲି ବଦଳରେ ବନ୍ଧୁକ, କଥା କଥାରେ ଫୁଟୁଛି ଗୁଳି

Jul 06, 2026 - 15:32
Crime Pattern Changes in Balasore: ବଦଳୁଛି ଅପରାଧର ଟ୍ରେଣ୍ଡ; ଛୁରୀ ଭୁଜାଲି ବଦଳରେ ବନ୍ଧୁକ, କଥା କଥାରେ ଫୁଟୁଛି ଗୁଳି

ବାଲେଶ୍ବରରେ ବଦଳିଛି ଅପରାଧର ଟ୍ରେଣ୍ଡ । ଛୁରୀ ଭୁଜାଲି ବଦଳରେ ବ୍ୟବହାର ହେଇଛି ବନ୍ଧୁକ । କଥା କଥାରେ ଫୁଟୁଛି ଗୁଳି । ଗତ ୧୦ ଦିନ ଭିତରେ ଦୁଇ ଦୁଇଟି ଘଟଣା ଜନସାଧାରଣଙ୍କୁ ଭୟଭୀତ କରିଛି । ବନ୍ଧୁକ କାରବାରର ଚେର ବାହାର ରାଜ୍ୟକୁ ଲମ୍ବିଥିବା ପୋଲିସ ସନ୍ଦେହ କରିଛି ।

ମର୍ଡର ଠାରୁ ଲୁଟ ପର୍ଯ୍ୟନ୍ତ ସବୁଠି ଗର୍ଜନ କରୁଛି ବନ୍ଧୁକ । ମାମଲା ପୋଲିସ ନିକଟକୁ ଯିବ ପୂର୍ବରୁ ଅକାଳରେ ଝଡିପଡୁଛି ଜୀବନ । ଗତ ୧୦ ଦିନ ଭିତରେ ବାଲେଶ୍ବରରେ ଦୁଇ ଦୁଇଟି ଘଟଣା ପରେ ଆତଙ୍କିତ ହୋଇପହିଛନ୍ତି ସାଧାରଣ ଜନତା । ଥରେ ନଜର ପକାନ୍ତୁ ଏହି ସିସିଟିଭି ଭିଜୁଆଲ ଉପରେ। କିଭଳି ଦୁଇ ଜଣ ଲୁଟେରା ବସ୍ତା ଅଞ୍ଚଳର ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଉଛନ୍ତି । ସିଧା ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଲୁଟ କରିବା ପରେ ଫେରାର ହୋଇଯାଉଛନ୍ତି ।

ସେହିଭଳି ହମିଦ ହତ୍ୟାକାଣ୍ଡ ଉପରେ ମଧ୍ୟ ନଜର ପକାନ୍ତୁ । ଦିନ ଦ୍ବୀପହରରେ ଆସିଲେ ସିଧା ୮ ରାଉଣ୍ଡ ଫାୟରିଂ କଲେ ଆଉ ହତ୍ୟା ପରେ ବାଇକ ଧରି ଚମ୍ପଟ ମାରିଲେ। ବିଗତ କିଛି ମାସ ମଧ୍ୟରେ ଘଟିଥିବା ଅପରାଧକୁ ଦୃଷ୍ଟି ଦେଲେ ଅଧିକାଂଶ ଅପରାଧରେ ବନ୍ଧୁକ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଏନେଇ ଅବସରପ୍ରାପ୍ତ ଏସପି କହିଛନ୍ତି, ବନ୍ଧୁକ ରାକେଟର ଚେର ବିହାର ଓ ଝାଡଖଣ୍ଡକୁ ଲମ୍ବିଛି । କମ ଦାମରେ ବନ୍ଧୁକ ମିଳୁଥିବାରୁ ବ୍ୟବହାର ମଧ୍ୟ ବଢିଛି ।

ତେବେ ବାହାର ରାଜ୍ୟରୁ ବନ୍ଧୁକ ଚୋରା ଚାଲାଣ ବ୍ୟାପିଥିବା କଥାକୁ ସ୍ବୀକାର କରିଛନ୍ତି ବାଲେଶ୍ୱର ଏସପି। କହିଛନ୍ତି, ଏହି କାରବାର ରୋକିବାକୁ ହେଲେ ଇଣ୍ଟର ଷ୍ଟେଟ ପୋଲିସର ସହାୟତା ଆବଶ୍ୟକ ରହିଛି। ଗତ କିଛି ମାସ ମଧ୍ୟରେ ୪୭ ଆର୍ମସ ଆକ୍ଟ ବାଲେଶ୍ୱରରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ୩୧ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୧୧ ଟି ବନ୍ଧୁକ ଓ ୧୮ ରାଉଣ୍ଡ ଅଫୁଟା ଗୁଳି ଜବତ ଯାଇଛି। ପୋଲିସ ସ୍ପେସାଲ ଡ୍ରାଇଭ ମାଧ୍ୟମରେ ବନ୍ଧୁକ ରାକେଟ ନିକଟରେ ପହଞ୍ଚିବାକୁ ଯୋଜନା କରୁଛି । ଅପରାଧୀଙ୍କ ଅପରାଧ ଶୈଳୀ ବଦଳୁଥିବା ବେଳେ ଏବେ ସାଧରଣଜନତାଙ୍କ ମନରେ ଛନକା ।

  • ବାଲେଶ୍ବରରେ ବଦଳୁଛି ଅପରାଧର ଟ୍ରେଣ୍ଡ 
  • ଛୁରୀ ଭୁଜାଲି ବଦଳରେ ବ୍ୟବହାର ହେଉଛି ବନ୍ଧୁକ
  • କଥା କଥାରେ ଫୁଟୁଛି ଗୁଳି
  • ରାଜ୍ୟ ବାହାରକୁ ଲମ୍ବିଛି ବନ୍ଧୁକ ରାକେଟର ଚେର
  • ଆରମ୍ଭ ହେବ ସ୍ପେସାଲ ଡ୍ରାଇଭ : ଏସପି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।