Crime: ଚନ୍ଦକା ମହୁଲରେ ବଡ଼ଭାଇକୁ ହତ୍ୟା: ବୋମାର ଜବାବ ବୋମାରେ ଦେଲା ସାନଭାଇ

Sep 17, 2026 - 08:23
Crime: ଚନ୍ଦକା ମହୁଲରେ ବଡ଼ଭାଇକୁ ହତ୍ୟା: ବୋମାର ଜବାବ ବୋମାରେ ଦେଲା ସାନଭାଇ

"ଭୁବନେଶ୍ବର: ଚୋରାରେ ଚଳାଇଥିବା ଦେଶୀ ମଦ କାରବାରକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଥିଲା।

ଗତକାଲି ରାତିରେ ଝଗଡ଼ା ବଢ଼ିଗଲା।

ବଡ଼ଭାଇ ବୋମା ଫୋପାଡ଼ିବାରୁ ସାନ ଭାଇର ହାତ ଅଧା ଛିଡ଼ିଗଲା।

ଆହତ ଅବସ୍ଥାରେ ବି ସାନ ଭାଇ ବୋମାର ଜବାବ ବୋମାରେ ଦେଲା।

ସାନ ଭାଇର ବୋମାମାଡ଼ରେ ବଡ଼ଭାଇର ମୁଣ୍ଡ ଛତୁ ହୋଇଗଲା ଏବଂ ଘଟଣାସ୍ଥଳରେ ସେ ଟିଳିପଡ଼ିଲା।

ଗତକାଲି ରାତିରେ  ଚନ୍ଦକା ଥାନା ମହୁଲ ଗାଁରେ ଘଟିଥିଲା ଏହି ଅଭାବନୀୟ ଘଟଣା।

ମୃତକ ବଡ଼ଭାଇ ହେଲେ ମୋହନ ପାଢ଼ୀ(୨୬) ଓ ଆହତ ସାନ ଭାଇ ହେଲେ ମଦନ ପାଢ଼ୀ(୨୪)।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଗତକାଲି ରାତି ପ୍ରାୟ ୮ ଟା ସମୟରେ ଘର ଭିତରେ ସାନ ଭାଇ ମଦନ ମୋବାଇଲରେ କଥା ହେଉଥିଲେ।

ବଡ଼ପାଟିରେ କଥା ହେବାରୁ ବଡ଼ଭାଇ ମୋହନ  ବିରୋଧ କରିଥିଲା।

ଏହି ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏଥିରେ ରାଗିଯାଇ ପ୍ରଥମେ ବଡ଼ଭାଇ ମୋହନ ଘର ଭିତରୁ ଏକ ବୋମା ଆଣି ମଦନ ଉପରକୁ ଫିଙ୍ଗିଥିଲା।

ବୋମା ବିସ୍ଫୋରଣରେ ମଦନଙ୍କ ହାତ ପାପୁଲି ପ୍ରାୟ ଅଧାରୁ ଛିଣ୍ଡି ଯାଇଥିଲା।

ରକ୍ତାକ୍ତ ଅବସ୍ଥାରେ ବି ମଦନ ପ୍ରତିଶୋଧ ନେବା ପାଇଁ ମୋହନ ଉପରକୁ ୨ଟି ବୋମା ଫିଙ୍ଗିଥିଲା।

୨ଟିଯାକ ବୋମା ମୋହନଙ୍କ ମୁଣ୍ଡରେ ବାଜିଥିଲା ଏବଂ ମୁଣ୍ଡ ଛିନ୍‌ଛତ୍ର ହୋଇଯାଇଥିଲା।

ସେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ଏବଂ ତାଙ୍କରମୃତ୍ୟୁ ଘଟିଥିଲା।

ସବା ବଡ଼ ଭାଇ ଜଗନ ପାଢ଼ୀ ଧାଇଁଆସି ୨ଜଣଙ୍କୁ  କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ।

ମୋହନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏବଂ ମଦନକୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଆଜି ପୁଲିସ ଚିକିତ୍ସାଧୀନ ମଦନକୁ  ଗିରଫ ଦର୍ଶାଇବା ସହ ଅଧିକ ପଚରାଉଚରା ଜାରି ରଖିଛି।Advertisment Students Homework: ହୋମୱାର୍କରୁ ବଞ୍ଚିବାର ନିଆରା ଉପାୟ, ଖାଇଦେଲେ ପୁରା ବହି!

ବୋମା ଆସିଲା କେଉଁଠୁଘଟଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏତେ ଶକ୍ତିଶାଳୀ ହାତତିଆରି ବୋମା ଦୁଇ ଭାଇଙ୍କ ନିକଟକୁ କେଉଁଠୁ ଆସିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ହାତୀ ଓ ବାର୍‌ହା ଭଳି ବନ୍ୟଜନ୍ତୁଙ୍କୁ ଘଉଡ଼ାଇବା ପାଇଁ ଘରେ ବୋମା ରଖାଯାଇଥିଲା।

ତେବେ ପୁଲିସ ଘରେ ତଲାସି କରିବା ପରେ ବୋମା ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ମିଳିନଥିବା ସୂଚନା ଦେଇଛି।

ତେଣୁ ବୋମାଗୁଡ଼ିକ କେଉଁଠାରୁ ଆସିଥିଲା, କିଏ ଯୋଗାଇଥିଲା ଏବଂ ଘଟଣା ପଛରେ ଆଉ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ଚାଲିଛି।ଦେଶୀ ମଦ କାରବାର ନେଇ ମଧ୍ୟ ତଦନ୍ତଏହି ପରିବାର ଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବା ନେଇ ଗାଁରେ ଚର୍ଚ୍ଚା ହେଉଥିବା ପୁଲିସ ଜାଣିବାକୁ ପାଇଛି।

ମଦ ବେପାରକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିବା ଗାଁ ଲୋକ କହିଛନ୍ତି।

ପୁଲିସ ଏହି ଯାଞ୍ଚ କରି ଘଟଣା ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ, ସେ ଦିଗରେ ତଦନ୍ତ ଜାରି ରଖିଛି।

Cat Bite: କୁକୁର ନୁହେଁ, ବିଲେଇ କାମୁଡ଼ା ବି ନେଇପାରେ ଜୀବନ!ଘଟଣାସ୍ଥଳରୁ ବିସ୍ଫୋରକ ଅବଶେଷ ଜବତଘଟଣା ପରେ ଚନ୍ଦକା ଥାନା ପୁଲିସ, ଭୁବନେଶ୍ୱର ଡିସିପି, ଜୋନ୍-୬ ଏସିପି ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସାଇଣ୍ଟିଫିକ୍ ଟିମ୍ କ୍ରାଇମ୍ ସ୍ପଟ୍‌ରୁ ବିସ୍ଫୋରକର ଅବଶେଷ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରି ଫରେନ୍ସିକ୍ ପରୀକ୍ଷଣ ପାଇଁ ସଂରକ୍ଷଣ କରାଯାଇଛି।

ଏହି ରିପୋର୍ଟ ଆସିବା ପରେ ବୋମା ସମ୍ପର୍କରେ ଅଧିକ କିଛି ସ୍ପଷ୍ଟ ହେବ।ଶବଦାହ ଉପରେ ପୁଲିସ ନଜରମୋହନ ପାଢ଼ୀଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଲାଗି ରହିଛି।

ତେଣୁ ଶବଦାହ ସମୟରେ କିମ୍ବା ପରେ ‌ଯେପରି କୌଣସି ଆଇନଶୃଙ୍ଖଳା ସମସ୍ୟା ନଘଟେ, ସେଥିପାଇଁ ଏକ ପ୍ଲାଟୁନ ପୁଲିସଙ୍କୁ ନିୟୋଜିତ କରାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)