Cricket: ପୁଣିଥରେ ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲ୍ରେ ଭାରତ-ଶ୍ରୀଲଙ୍କା; ଟ୍ବେଣ୍ଟି-୨୦ରେ ଶେଫାଳିଙ୍କ ପ୍ରଥମ ଶତକ
"ନିଶିନ: ଶେଫାଳି ବର୍ମାଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଶତକ ସାଙ୍ଗକୁ ବୋଲରଙ୍କ ଚମତ୍କାର ବୋଲିଂ ବଳରେ ଭାରତ ୧୧୪ ରନ୍ରେ ବାଂଲାଦେଶକୁ ପରାସ୍ତ କରି ଚଳିତ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛି।
ଅନ୍ୟପକ୍ଷରେ ରବିବାର ପ୍ରଥମ ସେମିଫାଇନାଲ୍ରେ ଶ୍ରୀଲଙ୍କା ୮ ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି।
ଫଳରେ ୨୦୨୩ ହାଙ୍ଗଝୌ ସଂସ୍କରଣ ପରି ପୁଣିଥରେ ଭାରତ-ଶ୍ରୀଲଙ୍କା ସ୍ବର୍ଣ୍ଣ ପଦକ ପାଇଁ ଲଢ଼ିବେ।
ଗତ ସଂସ୍କରଣରେ ଶ୍ରୀଲଙ୍କାକୁ ହରାଇ ଭାରତ ବିଜେତା ହୋଇଥିଲା।Advertisment ଗତ ସଂସ୍କରଣରେ ବିଜେତା ହୋଇଥିଲା ଭାରତ ରବିବାର ସ୍ଥାନୀୟ କୋରୋଗି ସ୍ପୋର୍ଟ୍ସ ପାର୍କରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍ରେ ଶେଫାଳିଙ୍କ ୪୯ ବଲ୍ରୁ ଅପରାଜିତ ୧୦୦* ରନ୍ (୩ ଚୌକା, ୯ ଛକା) ବଳରେ ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ୧୯୫/୪ କରିଥିଲା।
ସ୍ମତି ମନ୍ଧାନା (୩୭, ୧୯ ବଲ୍, ୫ ଚୌକା, ୨ ଛକା) ଓ ଶେଫାଳି ପ୍ରଥମ ୱିକେଟ୍ରେ ୬ ଓଭରରେ ୭୨ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ।
୩୦ ବର୍ଷୀୟା ସ୍ମୃତି ଏହି ମ୍ୟାଚ୍ରେ ୮ ରନ୍ କରିବା ପରେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ରନ୍ କରିବାରେ ନ୍ୟୁଜିଲାଣ୍ଡ ସୁଜି ବେଟ୍ସ (୪,୭୫୮ ରନ୍, ୧୭୮ ପାଳି)ଙ୍କ ରେକର୍ଡକୁ ପଛରେ ପକାଇଥିଲେ।
ଏହି ଭାରତୀୟ ଉପଅଧିନାୟିକା ୧୭୮ ମ୍ୟାଚ୍ରେ ୧୭୧ ପାଳି ଖେଳି ୨ ଶତକ ଓ ୩୬ ଅର୍ଦ୍ଧଶତକ ସହାୟତାରେ ୪,୭୮୮ ରନ୍ କରିଛନ୍ତି।
ସେ ମଧ୍ୟ ଏହି ମ୍ୟାଚ୍ରେ ଛକାରେ ଶତକ ପୂରଣ କରିଥିଲେ।
ଶେଫାଳି (୧୦୪ ଛକା) ବି ଏହି ମ୍ୟାଚ୍ରେ ନିଜ ଛକା ସଂଖ୍ୟା ୧୦୦ ପାର୍ କରିଥିଲେ।
ଏଥିସହ ଭାରତୀୟ ଭାବେ ସର୍ବାଧିକ ଛକା ମାରିବାରେ ସ୍ମୃତିଙ୍କୁ ପଛରେ ପକାଇଥିଲେ।
ସ୍ମୃତିଙ୍କ ଆଉଟ୍ ପରେ ଜି କମଳିନୀ (୧୦ ବଲ୍ରୁ ୩) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ।
ତେବେ ତୃତୀୟ ୱିକେଟ୍ରେ ଶେଫାଳି ଓ ଅଧିନାୟିକା ହର୍ମନପ୍ରୀତ କୌର (୪୦, ୩୩ ବଲ୍, ୬ ଚୌକା) ୯୪ ରନ୍ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ।
ହର୍ମନପ୍ରୀତଙ୍କ ଷ୍ଟମ୍ପ୍ସ ହେବା ପର ଓଭରରେ ରିଚା ଘୋଷ (୨) ଆଉଟ ହୋଇଥିଲେ।
ଜି କମଳିନୀ ୫ ବଲ୍ରୁ ୯ ରନ୍ରେ ଅପରାଜିତ ରହିଥିଲା ବେଳେ ଶେଫାଳି ଶେଷ ବଲ୍ରେ ୧ ରନ୍ ନେଇ ନିଜର ଶତକ ପୂରଣ କରିଥିଲେ।
ଜବାବରେ ବାଂଲାଦେଶ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୫.୪ ଓଭରରେ ୮୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ଦଳ ପକ୍ଷରୁ ଓପନର୍ ଦିଲାରା ଅଖ୍ତର (୨୭)ଙ୍କ ସହ ଶର୍ମିନ ଅଖ୍ତର (୧୦) ଓ ସୁଲତାନା ଖାତୁନ (୧୨) କେବଳ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ।
ଭାରତ ପକ୍ଷରୁ ନନ୍ଦନୀ ଶର୍ମା ଓ ଦୀପ୍ତି ଶର୍ମା ୩ ଲେଖାଏଁ, ଶ୍ରୀ ଚରଣୀ ୨ ଓ କ୍ରାନ୍ତି ଗୌଡ଼ ଓ ଶ୍ରୀୟଙ୍କା ପାଟିଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଭାରତ ଗସ୍ତ ଲାଗି ଇଣ୍ଡିଜ୍ ଦଳ ଘୋଷିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
