Cricket: ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ଯୁବରାଜ ସିଂହ ସାମିଲ

Oct 13, 2026 - 20:50
Cricket: ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ଯୁବରାଜ ସିଂହ ସାମିଲ

"ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍‌ ଋତୁ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶିକ୍ଷକ ମଣ୍ଡଳିରେ ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ସାମିଲ ହୋଇଛନ୍ତି।

ତାଙ୍କୁ ଦଳ ସହଯୋଗୀ ଓ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି।

ଅଭିଷେକ ଶର୍ମା ଓ ପ୍ରଭସିମ୍ରନ୍‌ ସିଂହଙ୍କୁ ପ୍ରଶିକ୍ଷିତ କରିଥିବା ଯୁବିଙ୍କ ଏହା ପ୍ରଥମ ଆନୁଷ୍ଠାନିକ ପ୍ରଶିକ୍ଷକ ଦାୟିତ୍ବ।

ସେ ମୁଖ୍ୟ ପ୍ରଶିକ୍ଷକ ସୌରଭ ଗାଙ୍ଗୁଲିଙ୍କ ସହ କାର୍ଯ୍ୟ କରିବେ।

Advertisment ଯୁବି ୨୦୦୭ ଟ୍ବେଣ୍ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ।

ସେ ମଧ୍ୟ ୧୩୨ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୨୭୫୦ ରନ୍‌ କରିବା ସହ ୩୬ ୱିକେଟ୍‌ ନେଇଛନ୍ତି।ସେ ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ୪୦ ଟେଷ୍ଟ୍‌, ୩୦୪ ଦିନିକିଆ ଓ ୫୮ ଟ୍ବେଣ୍ଟି-୨୦ ଖେଳିଛନ୍ତି।

ପ୍ରଥମ କରି ସାମ୍ନାକୁ ଆସିଲା ଯୁବରାଜ ସିଂହଙ୍କ ଝିଅର ଫଟୋ, ସେୟାର କଲେ ପତ୍ନୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)