Cricket: ଟି-୨୦ରେ ୫୦ କ୍ୟାଚ୍‌ ପୂରଣ କଲେ ତିଳକ ବର୍ମା

Oct 12, 2026 - 14:58
Cricket: ଟି-୨୦ରେ ୫୦ କ୍ୟାଚ୍‌ ପୂରଣ କଲେ ତିଳକ ବର୍ମା

"ଇନ୍ଦୋର: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ବ୍ୟକ୍ତିଗତ ସଫଳତା ହାସଲ କରିଛନ୍ତି।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ ଟି-୨୦ରେ ୫୦ କ୍ୟାଚ୍‌ ପୂରଣ କରିଛନ୍ତି।

ଏହି ମ୍ୟାଚ୍‌ରେ ତାଙ୍କର ୫୦ତମ କ୍ୟାଚ୍‌ର ଶିକାର ହୋଇଥିଲେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟର କିମୋ ପଲ୍‌।

ଏହି ସଫଳତା ହାସଲ କରିବାରେ ସେ ପଞ୍ଚମ ଭାରତୀୟ କ୍ଷେତ୍ରରକ୍ଷକ ହୋଇଛନ୍ତି।

ମାତ୍ର ୬୮ଟି ମ୍ୟାଚ୍‌ରେ ତିଳକ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।Advertisment କ୍ଷେତ୍ରରକ୍ଷକ ଭାବେ ପ୍ରତିଷ୍ଠିତ ଏହି ତାଲିକାରେ ତିଳକଙ୍କ ପୂର୍ବରୁ ଭାରତର ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି ସ୍ଥାନ ପାଇଛନ୍ତି।

ରୋହିତ ୬୫ କ୍ୟାଚ୍‌ ନେଇ ଏହି ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ହାର୍ଦିକ ୬୪, ସୂର୍ଯ୍ୟକୁମାର ୫୮ ଓ ବିରାଟ କୋହଲି ୫୪ କ୍ୟାଚ୍‌ ନେଇଛନ୍ତି।

କ୍ଷେତ୍ରରକ୍ଷଣରେ ତିଳକଙ୍କ ଏହି ସଫଳତା ତାଙ୍କୁ ଭାରତୀୟ ଦଳର ଜଣେ ଭରସାଯୋଗ୍ୟ କ୍ଷେତ୍ରରକ୍ଷକ ଭାବେ ପ୍ରତିଷ୍ଠିତ କରିଛି।

ଏସୀୟ କପ୍‌ରେ ସ୍ଥାନ ସୁନିଶ୍ଚିତ କରିଛନ୍ତି ୧୭ ବର୍ଷରୁ କମ୍‌ ମହିଳା ଦଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)